ଟିକେଟ୍ ନେବା ପର ଦିନରୁ ଦଳ ସହ ବିଶ୍ୱାସଘାତକତା କରିଥିଲେ, ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ରଚିଥିଲେ ଷଡ଼ଯନ୍ତ୍ର

NEWS7
lata-mangeshkar-overwhelmed-by-baiju-mangeshkar-and-jatin-sharma-s-magical-92nd-birthday-gift

ଭୁବନେଶ୍ବର ୧୮।୧: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ ପଛର ଗୁମର ଖୋଲିଲେ ବିଜେଡି ସାଧାରଣ ସମ୍ପାଦକ ଅମରେଶ ପତ୍ରି । ସେ କହିଛନ୍ତି, ୨୨ ମାସ ହେଲା ଗୁଇନ୍ଦା ରିପୋର୍ଟ ନେଉଥିଲା ବିଜେଡି । ଟିକେଟ୍ ନେବା ପର ଦିନରୁ ଦଳ ସହ ବିଶ୍ୱାସଘାତକତା କରିଥିଲେ । ବାପ-ପୁଅ ଦଳ ଭାବେ ପାଟକୁରାରେ ଶାସନ କରୁଥିଲେ । ସାଂସଦ ପ୍ରାର୍ଥୀଙ୍କୁ ହରାଇବାକୁ ଷଡ଼ଯନ୍ତ୍ରର ମଙ୍ଗ ଧରିଥିଲେ ଅରବିନ୍ଦ । କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ଓ ସଭାପତିଙ୍କ ଫଟୋ ରଖୁନଥିଲେ । ପଞ୍ଚାୟତରେ ଦଳ ଲୋକଙ୍କୁ ହଟାଇ ନିଜ ଲୋକ ରଖୁଥିଲେ ଅରବିନ୍ଦ । ବାପାଙ୍କ କଥାରେ ଚାଲିଥିଲେ ପୁଅ ଅରବିନ୍ଦ ।

ଯୁବ ପ୍ରତିଭାଙ୍କୁ ନବୀନ ପଟ୍ଟନାୟକ ଅନେକ ସମୟରେ ସୁଯୋଗ ଦେଇଛନ୍ତି । ଆଗକୁ ବଢ଼ିବାକୁ ଦଳର ଅନେକ ଗୁରୁତ୍ଵପୂର୍ଣ୍ଣ ପଦପଦବୀରେ ମଧ୍ୟ ରଖିଛନ୍ତି । ଅମରେଶ ପତ୍ରି ଅନେକ ବର୍ଷ ଧରି ବିଜୁ ଜନତା ଦଳ ସହ ଅଛନ୍ତି । ତାଙ୍କୁ ପାଟକୁରା ଟିକେଟ ଦିଆନଯାଇ ଦଳ ଅମରେନ୍ଦ୍ରଙ୍କ ଉପରେ ଭରସା କଲା । କିନ୍ତୁ ଦୁର୍ନୀତି ଓ ବିଶ୍ୱାସଘାତକ ଏହି ଦୁଇ କାରଣ ପାଇଁ ନିଲମ୍ବନ ହୋଇଛନ୍ତି ଦୁଇ ବିଧାୟକ । ବିନା ତଥ୍ୟରେ ଦଳର ସଭାପତି ନିଷ୍ପତି ନିଅନ୍ତିନି । ପ୍ରମାଣ ଅଛି ତେଣୁ ନିଷ୍ପତି ହୋଇଛି ।

ବାରମ୍ବାର ଅରବିନ୍ଦ ପ୍ରଶ୍ନ କରୁଛନ୍ତି ମୁଁ କ’ଣ ପାଇଁ ନିଲମ୍ବନ ହୋଇଛି । ସେ କେବଳ ଦଳ ସହ ବିଶ୍ୱାଘାତକ କରିନାହାନ୍ତି ବରଂ ପାଟକୁରାବାସୀଙ୍କ ସହ କରିଛନ୍ତି । ୨୫ ବର୍ଷ ତଳେ ତାଙ୍କ ବାପା ଯାହା କରିଥିଲେ ତାକୁ ଭୁଲି ତାଙ୍କୁ ଟିକେଟ୍ ଦିଆଗଲା । ଆଉ ଟିକେଟ୍ ପାଇ ଜିତିବା ପରେ ପ୍ରଥମ ଦିନରୁ ଆରମ୍ଭ ହେଲା ତାଙ୍କର କାମ । ଟିକେଟ୍ ମିଳିବ ସମୟରେ ଅରବିନ୍ଦ ସାଂସଦ ପ୍ରାର୍ଥୀଙ୍କୁ ହରେଇବାକୁ ଗୁରୁ ଦାୟିତ୍ଵ ନେଇଥିଲେ ଓ ଷଡ଼ଯନ୍ତ୍ର କରିଥିଲେ । ଦୀର୍ଘ ୨୨ ମାସ ହେଲା ଗୁଇନ୍ଦା ତଥ୍ୟ ଦେଇଥିଲା । ପାଟକୁରାରେ ଅନେକ କାର୍ଯ୍ୟକ୍ରମରେ ଦଳୀୟ ସଂକେତ ନାହିଁ କିମ୍ବା ସଭାପତିଙ୍କ ଫଟୋ ନାହିଁ । ଯେମିତି ବୃକ୍ଷ ସେମିତି ଫଳ । ବାପା ଯାହା ଶିକ୍ଷା ଦେଇଛନ୍ତି ସେ ସେମିତି କରୁଛନ୍ତି । ସନା ମହାକୁଡଙ୍କ ସହ କଥା ନ ହେବା କଥା ଯାହା ଅରବିନ୍ଦ କହିଥିଲେ, ଷଡ଼ଯନ୍ତ୍ର କଣ ବିଧାନସଭାରେ ବସିକି ହୁଏ । ମିଡିଆରେ ଯାହା ପଚାରୁଛନ୍ତି ସେ ନିଜକୁ ପଚାରନ୍ତୁ ବୋଲି ଅମରେଶ କହିଛନ୍ତି ।