ମୁଣ୍ଡ ବିନ୍ଧା ପାଲଟିଲାଣି ପିଲା ଚୋର, ଦୁଇ ଜଣଙ୍କୁ ଉଠାଇ ନେବା ବେଳେ ଧରିଲେ ଲୋକ

NEWS7
last-lunar-eclipses-of-year-2020

ଦିଗପହଣ୍ଡି ୧୭।୦୩ : ପିଲା ଚୋର ଆତଙ୍କ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଅଞ୍ଚଳରେ ଦୁଇ ପିଲାଙ୍କୁ ଉଠାଇ ନେବା ସମୟରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏହାପରେ ପାଟପୁର ପୋଲିସ ଓ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

ଏ ଖବର ବି ପଢନ୍ତୁ:-ଭାଉଜ-ଦିଅର ଝଗଡ଼ା, କାଠ ଫାଳିଆ ମାଡ଼ରେ ଚାଲିଗଲା ଲକ୍ଷ୍ମୀଙ୍କ ଜୀବନ

ସୂଚନାଯୋଗ୍ୟ ଯେ, ଦିଗପହଣ୍ଡି ମହିଳା ମହାବିଦ୍ୟାଳୟ ନିକଟରେ କିଛି ଦିନ ପୂର୍ବେ ଜଣେ ପିଲାଙ୍କୁ ଉଠାଇ ନେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ପିଲାଙ୍କୁ ଉଦ୍ଧାର କରି ଚୋରଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ବିଫଳ ହୋଇଥିଲେ। ଆଉ ଏବେ ପୁଣି ଥରେ ପିଲାଚୋର ଆତଙ୍କ ଦେଖାଦେଇଛି। ଦିଗପହଣ୍ଡି ଓ ପାଟପୁର ଅଞ୍ଚଳରେ ଗତ କିଛି ଦିନ ଧରି ପିଲାଚୋର ଆତଙ୍କ ଦେଖାଦେଇଛି। ସୋମବାର ରାତିରେ ପାଟପୁର ଅଞ୍ଚଳ ଦୁଇ ଜଣ ପିଲାଙ୍କୁ ଚୋରି କରୁଥିଲେ କିଛି ଯୁବକ। ଏହି ସମୟରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଦୁଇ ପିଲାଙ୍କୁ ଉଦ୍ଧାର କରିଥିଲେ। ଦୁଇ ପିଲାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ତେବେ ପୁରା ଅଞ୍ଚଳରେ ପିଲା ଚୋରଙ୍କ ଆତଙ୍କ ଲାଗି ଅଭିଭାବକମାନେ ବିଦ୍ୟାଳୟ କିମ୍ବା ଟିୟୁସନ ଛାଡ଼ିବାକୁ ନାରାଜ୍‌।  

ଏ ଖବର ବି ପଢନ୍ତୁ:- ଅଲି ଖାମେନିଙ୍କ ପୁଅ ନପୁଂସକ? ବ୍ରିଟିଶ ହସ୍ପିଟାଲରେ କରାଇଥିଲେ ଚିକିତ୍ସା, ନୂଆ ସୁପ୍ରିମ ଲିଡରଙ୍କୁ ଚାଞ୍ଚଲ୍ୟକର ତଥ୍ୟ