ଭାରତ ରାଜନୀତି କରୁଛି...'ବୟକଟ ଟିମ୍ ଇଣ୍ଡିଆ'ର କାରଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

NEWS7
lankesh-bhakta-mandal-demand-to-end-practice-of-burning-ravan-on-the-occasion-dussehra

ନୂଆଦିଲ୍ଲୀ,୦୫|୦୨ : ଭାରତ ସହ ଟି୨୦ ମୁକାବିଲା ଖେଳିବନି ବୋଲି ମନା କରିଛି ପାକିସ୍ତାନ । ଟି20 ବିଶ୍ୱକପରେ ସାମିଲ ହେବ ଟିମ୍ । କିନ୍ତୁ ଟିମ୍ ଇଣ୍ଡିଆ ସହ ହେବନି ଫାଇଟ୍ । ଇସଲାମାବାଦର ଏପରି କିଛି ଘୋଷଣା ପରେ ଚିନ୍ତାରେ ପାକିସ୍ତାନ ଏବଂ ଭାରତର ଫ୍ୟାନ୍ସ । ଆଇସିସି ମଧ୍ୟ ବ୍ୟବସାୟ କ୍ଷତି ସହିବା ନେଇ ଆଶଙ୍କାରେ ରହିଛି । ପିସିବିକୁ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାହିଁକି ପାକିସ୍ତାନ ଭାରତ ସହ ଖେଳିବନି ତାହାର କାରଣ କହିଛନ୍ତି ପାକ୍ ସରକାର ।

ପାକ୍ ପ୍ରଧାନମନ୍ତ୍ରୀ ଶେହଓ୍ୱାଜ ସରିଫ କହିଛନ୍ତି ଯେ, ସେମାନେ ଭାରତ ସହ ଖେଳିବେନି । ଏନେଇ ନେଇଥିବା ନିଷ୍ପତ୍ତିରେ ଦଳ କାଏମ ରହିବ । କାରଣ କ୍ରିକେଟ ପଡିଆରେ ହେଉଥିବା ରାଜନୀତିକୁ ସେମାନେ ପସନ୍ଦ କରନ୍ତି ନାହିଁ । ସବୁ ଭାବିଚିନ୍ତି ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ବାଂଲାଦେଶ ସହ ସେମାନେ ରହିଛନ୍ତି ଏବଂ ଆଗକୁ ରହିବେ । ପାକ୍ ଯେଉଁ ନିଷ୍ପତ୍ତି ନେଇଛି ତାହା ଠିକ୍ ବୋଲି ସରିଫ କହିଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୧୫ ତାରିଖରେ ଭାରତ ଏବଂ ପାକିସ୍ତାନ କଲୋମ୍ବୋରେ ମୁହାଁମୁହିଁ ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । କେବଳ ପିସିବିର ନିଷ୍ପତ୍ତି ପରିବର୍ତ୍ତନକୁ ସମସ୍ତେ ଅପେକ୍ଷା କରିଛନ୍ତି । ପାକ୍ ଦଳ ବୟକଟ ଇଣ୍ଡିଆରୁ ଓହରିବ ବୋଲି ଆଇସିସି ଏବଂ ଫ୍ୟାନ୍ସ ଆଶା କରୁଛନ୍ତି ।

ଏହାପୂର୍ବରୁ ବାଂଲାଦେଶ ଟି୨୦ ବିଶ୍ୱକପ୍ ଖେଳିବନି ବୋଲି କହିଥିଲା । ସୁରକ୍ଷା କରାଣ ଦର୍ଶାଇ ସେ ଭାରତ ଆସିବାକୁ ମନା କରିଦେଇଥିଲା । ତା ଜାଗାରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ମିଳିଛି ।