ବେଲଘର ହାତୀ ମୃତ୍ୟୁ ଘଟଣା, ବଢିଲା ବାଲିଗୁଡା ଡିଏଫ୍‌ଓ

NEWS7
lalit-nayak-sradhanjalai

ବାଲିଗୁଡା ୧୮/୦୨: ବହୁଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣା । ବାଲିଗୁଡା ଡିଏଫ୍ଓ ଘନଶ୍ୟାମ ମହନ୍ତଙ୍କ ପାଇଁ ବଢିଲା ଅଡ଼ୁଆ । ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ପ୍ରମୁଖ ସଚିବଙ୍କ ପାଖରୁ ଜାରି ହୋଇଛି ସୋ' କଜ୍ ନୋଟିସ୍ । ଫେବୁୟାରି ୧୩ ତାରିଖରେ ଡିଏଫଓଙ୍କ ପାଖକୁ ଆସିଛି କାରଣ ଦର୍ଶାଅ ନୋଟିସ୍ । ଏହାର ଜବାବ ପନ୍ଦର ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି l

ଚିଠିରେ ଉଲ୍ଳେଖ ରହିଛି ଯେ ହାତୀ ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡି.ଏଫ୍.ଓ ଘଟଣାର ୨୪ ଘଣ୍ଟା ମଧ୍ୟରେ ଚିଫ୍. ୱାଇଲ୍ଡ ଲାଇଫ ୱାର୍ଡନ, ଜିଲ୍ଲାପାଳ, ଆର୍,ସି. ସି, ଏଫ୍ ଓ ଙ୍କୁ ନ ଜଣାଇବା ଗାଇଡଲାଇନର ଉଲ୍ଲଂଘନ ବୋଲି ଉଲ୍ଳେଖ ରହିଛି । ଘଟଣାର ନଅ ଦିନ ପରେ ହାତୀ ମୃତ୍ୟୁ ଘଟଣା ଗଣମାଧ୍ୟମରୁ ଖବର ପାଇବା ବିସ୍ମୟ କର । ହାତୀ ମୃତ୍ୟୁ ବରଣ ଖବର ପାଇଲା ପରେ ବି ତୁରନ୍ତ ନିଜେ ଘଟଣା ସ୍ଥଳକୁ ନ ଯିବା ଏବଂ ନିଜେ ତଦନ୍ତ ନ କରି ନିଲମ୍ୱିତ ଏସି.ସି.ଏଫ୍. ଓ ସୂର୍ଯ୍ୟକାନ୍ତ ବେହେରାଙ୍କୁ ତଦନ୍ତ ପାଇଁ ପଠାଇବା ଏସବୁ ଦାୟିତ୍ୱହୀନ ସୂଚାଉଛି ।

ଆହୁରି ବି ହାତୀ ମୃତ୍ୟୁ ର ପ୍ରକୃତ କାରଣ ଓ ଦୋଷୀଙ୍କୁ ବାହାର କରିବା ନେଇ କୌଣସି ପଦକ୍ଷେପ ନେଇ ନ ଥିବା ଚିଠିରେ ଉଲ୍ଳେଖ ରହିଛି l କାର୍ଯ୍ୟରେ ଅବହେଳା ନେଇ କାହିକି ଡି. ଏଫ୍. ଓ ଘନଶ୍ୟାମ ମହନ୍ତଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ କାରଣ ଦର୍ଶାଇବାକୁ ପନ୍ଦର ସମୟ ଦିଆ ଯାଇଛି । 

ସୂଚନାଥାଉକି, ଗତ ଜାନୁଆରୀ ପାଞ୍ଚ ତାରିଖ ଦିନ ବେଲଘର ରେଞ୍ଜ ଝିରିପାଣି ବିଟ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା ପରେ ନିଲମ୍ୱିତ ଡେପୁଟି ରେଞ୍ଜର ବିନୟ କୁମାର ବିଶି, ସ୍କ୍ୱାର୍ଡ, ଡ୍ରାଇଭର ଙ୍କ ସହ ମିଶି କାଡ଼ାପାନା ନର୍ସରୀ ରେ ହାତୀର ମୃତ ଦେହକୁ ପୋତିଥିଲେ । ପରେ ହାତୀର ମୃତଦେହକୁ ୩୨ ଖଣ୍ଡ କାଟି କଳାହାଣ୍ଡି ଜିଲ୍ଲା କେସିଙ୍ଗାର ତହସିର ଡେମର ଏକ କେନାଲରେ ପୋତିଥିଲେ । ହାତୀ ମୃତ୍ୟୁ ଘଟଣାରେ ଡେପୁଟି ରେଞ୍ଜର ବିନୟ କୁମାର ବିଶି, ଏ.ସି. ଏଫ୍.ଓ ସୂର୍ଯ୍ୟକାନ୍ତ ବେହେରା ଙ୍କ ସମେତ ସାତ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।