ବିରୋଧୀଙ୍କୁ କ୍ରସ ଭୋଟିଂ ଡର, ଚତୁର୍ଥ ଆସନ ହାତେଇବା ପାଇଁ ବିଜେପି ତୁହାକୁ ତୁହା ବୈଠକ

NEWS7
lady-doctor-suicide-2

ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ପାଇଁ ବିରୋଧି ବିଜେଡି ଓ କଂଗ୍ରେସ ଜାରି କଲେ ହୁଇପ୍ । କୌଣସି ବିଧାୟକ ଯେଭଳି ୧୩ ତାରିଖରୁ ୧୬ ତାରିଖ ଭିତରେ ଭୁବନେଶ୍ବର ବାହାରକୁ ନଯିବେ ସେନେଇ ଉଭୟ ଦଳ ୩ ଧାଡିଆ ହୁଇପ୍ ଜାରି କରିଛନ୍ତି । ବିଶେଷକରି ବିଜେପିର ରଣନୀତି ଭଣ୍ଡୁର କରିବାକୁ ବିରୋଧି କ୍ୟାମ୍ପ ଏକାଠି ହେବାକୁ ଏଭଳି ହୁଇପ୍ ଜାରି କରିଛନ୍ତି । ସେପଟେ ବିରୋଧି କ୍ୟାମ୍ପରୁ କ୍ରସ ଭୋଟିଂ କରାଇ ୪ର୍ଥ ପ୍ରାର୍ଥିଙ୍କୁ ଜିତାଇବାକୁ ବିଜେପି ଘନଘନ ବୈଠକ କରିବା ସହ ସ୍ବତନ୍ତ୍ର ରଣନୀତି କରୁଥିବା ଜଣାପଡିଛି।

ଘାରିଛି କ୍ରସ ଭୋଟିଂ ଭୟ

ବିରୋଧୀଙ୍କୁ କ୍ରସ ଭୋଟିଂ ଡର । ବିଜେଡି ଓ କଂଗ୍ରେସ ପକ୍ଷରୁ ବିଧାୟକଙ୍କ ପାଇଁ ଜାରି ହେଲା ହୁଇପ । ରାଜ୍ୟସଭା ନିର୍ବାଚନ ପାଇଁ ଦିନ ଯେତିକି ପାଖଉଛି କ୍ରସ ଭୋଟିଂ ଡର ସେତିକି ଘାରିଛି । ବିଜେଡି ଓ କଂଗ୍ରେସରେ ବିଧାୟକ ମାନଙ୍କୁ ଏକାଠି ରଖିବାକୁ ଘନ ଘନ ବୈଠକ ବି ବସୁଛି । ବିରୋଧୀ ବିଜେଡି ଓ କଂଗ୍ରେସ କ୍ୟାମ୍ପରୁ କିଛି ବିଧାୟକଙ୍କୁ ନିଜ ସପକ୍ଷରେ ନେବା ପାଇଁ ବିଜେପି ରଣନୀତି ପ୍ରସୁତ କରିବା ଜାଣି ଏବେ ବିଜେଡି ଓ କଂଗ୍ରେସ ନିଜ ଦଳର ବିଧାୟକଙ୍କ ପାଇଁ ହୁଇପ୍ ଜାରି କରିଛନ୍ତିଛି ।

Also read: 'ଭୋଟ କାହାକୁ ଦେବି କାହିଁକି କହିବି', ଏଜେଣ୍ଟ ଜାଣିବେ ସବୁ ସତ

ବିଜେଡି ପକ୍ଷରୁ ତିନି ଧାଡିଆ ହୁଇପ ଜାରି ହୋଇ କୁହାଯାଇଛି ୧୩ ତାରିଖରୁ ୧୬ ତାରିଖ ପର୍ଯନ୍ତ ବିଧାୟକମାନେ ରାଜଧାନୀ ନଛାଡିବାକୁ । ସେପଟେ କଂଗ୍ରେସ ବି ତାର ୧୪ ବିଧାୟକଙ୍କୁ ଏକାଠି ରଖିବାକୁ ସମାନ ଭାବେ ହୁଇପ ଜାରି କରିଛି । ଚତୁର୍ଥ ଆସନ ହାତେଇବା ପାଇଁ ବିଜେପି ମଧ୍ୟ ତୁହାକୁ ତୁହା ବୈଠକ କରୁଛି । ରାଜ୍ୟସଭା ପାଇଁ ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକ ଚନ୍ଦ୍ର ଶେଖର ବାବନକୁଲେ ଭୁବନେଶ୍ବରରେ ଡେରା ପକାଇ ରଣନୀତି ପ୍ରସୁତ କରୁଛନ୍ତି।

ଦ୍ଵନ୍ଦ୍ଵରେ ପକାଉଛି ବିଧାୟକଙ୍କ ମନ୍ତବ୍ୟ

ସେପଟେ ବିଜେଡିର କିଛି ବିଧାୟକଙ୍କ ମନ୍ତବ୍ୟ ମଧ୍ୟ ଦଳକୁ ଦ୍ବନ୍ଦ୍ଵରେ ପକାଇଛି । ସେ ସୁବାସିନୀ ଜେନା ହୁଅନ୍ତୁ କି ସୌଭିକ ବିଶ୍ବାଳ । ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସ୍ପଷ୍ଟ ସଙ୍କେତ ଦେଉ ନାହାନ୍ତି କିଛି ବିଜେଡି ବିଧାୟକ । ସେପଟେ ରବିନ୍ଦ୍ର ଜେନା ବିଜେପିରେ ସାମିଲ ହେବା ପରେ ସୁବାସିନୀ ଜେନାଙ୍କୁ ନବୀନ ନିବାସରୁ ଡକରା ଆସିଥିଲା । ହେଲେ ଆଜି ବି ପୁଣି ସୁବାସିନୀଙ୍କ ମନ୍ତବ୍ୟ ସସପେନ୍ସ ବଢାଇଛି । ସେ କହିଛନ୍ତି, ମୋ ଭୋଟ କାହାକୁ ଦେବି ମୁଁ କାହିଁକି ଆପଣଙ୍କୁ ଜଣାଇବି। ଦଳୀୟ ଏଜେଣ୍ଟକୁ ମୁଁ ଭୋଟ ଦେଖାଇବି । ଏଥିରୁ ଜଣାପଡୁଛି ସୁବାସିନୀ ଏବେ ବି ଦଳୀୟ ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ମନ ସ୍ଥିର କରିନାହାନ୍ତି।

Also read: ୫୦ ବର୍ଷର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ହଠାତ୍ ରୋମାନ୍ସରେ ଭରିଗଲା, ପୋଷ୍ଟ କରି ଛିଗୁଲେଇଲା ବିଜେପି

ସୋମବାର ଦିନ ଭୋଟ ଗ୍ରହଣ ହେବ । ମଝିରେ ତିନି ଦିନ ସବୁ ଦଳ ପାଇଁ ଗୁରୁତ୍ବ ପୂର୍ଣ୍ଣ । ଶାସକ ବିଜେପିର କ୍ରସ ଭୋଟିଂ ରଣିନୀତି ଭଣ୍ଡୁର ପାଇଁ ଉଦ୍ୟମ କରୁଛନ୍ତି ବିଜେଡି ଓ କଂଗ୍ରେସ ।ସେଥିପାଇଁ ସବୁ ବିଧାୟକଙ୍କୁ ହୁଇପ୍ ଜାରି କରିବା ସହ ଦରକାର ପଡିଲେ ହୋଟେଲ କିମ୍ବା ରିସୋର୍ଟରେ ସେମାନଙ୍କୁ ରଖି ସିଧା ଭୋଟ ଦେବାକୁ ନେବା ଯୋଜନା କରୁଛନ୍ତି ବିରୋଧି କ୍ୟାମ୍ପ ।