LIVE TV

କେନାଲରୁ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

NEWS7

ସୋର ୨|୭:  ବାଲେଶ୍ବର ସିମୁଳିଆ ଥାନା ଅନ୍ତର୍ଗତ ବାଙ୍ଗୁରପଦା କେନାଲରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।  ଆଜି ସକାଳେ କେନାଲ ବନ୍ଧ କୂଳରେ ଯୁବତୀ ଜଣଙ୍କ ମୁହଁମାଡି ପଡିଥିଲେ । ତାଙ୍କ ଶରୀରରେ କ୍ଷତ ବିକ୍ଷତ ଚିହ୍ନ ରହିଥିବା ବେଳେ ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।