ବିଲ୍ ଗେଟ୍ସଙ୍କୁ AI ସମିଟ୍ ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପ୍ରତ୍ୟାହାର କଲେ ସରକାର ? ଜାଣନ୍ତୁ କଣ ଏହି ବିବାଦ

NEWS7
kushapulika-daha-in-bhadrak

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦୁନିଆରେ ସବୁଠୁ ବଡ଼ ବୈଷୟିକ କାର୍ଯ୍ୟକ୍ରମ ଏଆଇ ଇମ୍ପାକ୍ଟ ସମିଟ୍ ଆରମ୍ଭ ହୋଇସାରିଛି । ଏଥିରେ ଦୁନିଆର ଅନେକ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଟେକ୍ କମ୍ପାନିର ସିଇଓ ସାମିଲ ହେବେ । ଏହି କାର୍ଯ୍ୟକ୍ରମ ପାଇଁ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସକୁ ବଡ଼ ଝଟକା ଲାଗିଛି । ଭାରତ ସରକାର ମାଇକ୍ରୋସପ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଦିଆଯାଇଥିବା ଏଆଇ ଶିଖର ସମ୍ମିଳନୀର ନିମନ୍ତ୍ରଣକୁ ଫେରାଇ ନେଇଛନ୍ତି ବୋଲି ଦାବି କରାଯାଉଛି । ଏହି ନିଷ୍ପତ୍ତି ଜେଫରି ଏପଷ୍ଟିନ୍ ଫାଇଲ୍ସ ବିବାଦ ସହ ଜଡ଼ିତ, ଯେଉଁଥିରେ ଗେଟ୍ସଙ୍କ ଏପଷ୍ଟିନଙ୍କ ସହ ସମ୍ପର୍କର ଖୁଲାସା ହୋଇଥିଲା ।

ସୂତ୍ର ଅନୁସାରେ, ଏହି ନିଷ୍ପତ୍ତି ରାଷ୍ଟ୍ରୀୟ ସୁରକ୍ଷା ଓ ନୈତିକ ଆଧାରରେ ଉପରେ ନିଆଯାଇଛି । ଗେଟ୍ସ ପୂର୍ବରୁ ସ୍ପଷ୍ଟୀକରଣ ରଖି ସାରିଛନ୍ତି ଯେ ଏପଷ୍ଟିନଙ୍କ ସହ ତାଙ୍କ ବୈଠକ ଚାରିଟୀ (ଦାନ) ପାଇଁ ଥିଲା-କିନ୍ତୁ ଏବେ ନୂଆ ଖୁଲାସା ତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇଛି । ତେବେ ନିମନ୍ତ୍ରଣ ପ୍ରତ୍ୟାହାର ଖବରକୁ କିନ୍ତୁ ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରକାର ଖଣ୍ଡନ କରାଯାଇଛି । ମାମଲାରେ ଗେଟ୍ସ ଫାଉଣ୍ଡେସନର ମୁଖପାତ୍ର କହିଛନ୍ତି, ବିଲ୍ ଗେଟ୍ସ ଏଆଇ ଶିଖର ସମ୍ମିଳନୀରେ ସାମିଲ ହେବେ ଏବଂ ନିର୍ଦ୍ଧାରିତ ସମୟରେ ନିଜର ଭାଷଣ ରଖିବେ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବୋଲିଭିଆ, କ୍ରୋଏସିଆ, ଏଷ୍ଟୋନିଆ, ଫିନଲ୍ୟାଣ୍ଡ, ଗ୍ରୀସ୍, ଗୁଏନା, କଜକିସ୍ତାନ, ଲିକଣ୍ଟେଷ୍ଟିନ୍, ସର୍ବିଆ ଏବଂ ସ୍ଲୋଭାକିଆରୁ ନେତାମାନେ ମଧ୍ୟ ଏଆଇ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ୪୫ରୁ ଅଧିକ ଦେଶର ମନ୍ତ୍ରିସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଜାତିସଂଘର ମହାସଚିବ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।