ସପ୍ତାହେ ପରେ ସତ ବାହାରିଲା, ବିଧବାଙ୍କ ହତ୍ୟାକାରୀ ମାଆ-ପୁଅ ଲୁଚି ପାରିଲେନି

NEWS7
kumbh-mela-started-from-today-in-prayagraj-smriti-irani-took-holy-dip-in-ganga

ଅନୁଗୋଳ: ହତ୍ୟାକାରୀ ଯେତେ ଚାଲାକ ହେଲେବି ଧରାପଡିବାଟା ନିଶ୍ଚିତ । କାରଣ ସତ ଆଉ ପ୍ରମାଣକୁ ଲୁଚାଇବା ବି ଅସମ୍ଭବ । ଅନୁଗୋଳ ଜିଲ୍ଲା ପାଲଲହଡାର ସୁସାବନାଳି ଗାଁରେ ଘଟିଥିବା ବିଭତ୍ସ ହତ୍ୟାର ଗୁମର ଖୋଲିବା ପରେ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଚାଞ୍ଚଲ୍ୟ । ଜଣେ ବିଧବା ମହିଳାଙ୍କୁ ହତ୍ୟା କରିଥିବା ଦୁଇ ହତ୍ୟାକାରୀ ଧରା ପଡିଛନ୍ତି । ଉଦବେଗଜନକ ହେଲା ହତ୍ୟା କାରୀ ଦୁହେଁ ହେଉଛନ୍ତି ମାଆ ଓ ପୁଅ । ତେବେ ହତ୍ୟାର କାରଣ, ପ୍ରମାଣ ନଷ୍ଟ ଉଦ୍ୟମ ଆଦି ନେଇ ପୋଲିସ କରିଥିବା ଖୁଲାସା ବି ସାଂଘାତିକ ।

ଗତ ୭ ତାରିଖ ଦିନ ସୁସାବନାଳି ଗାଁ ଠାରୁ କିଛି ଦୂର ଜଙ୍ଗଲରୁ ମିଳିଥିଲା ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ । ସେ ଥିଲେ ୪୦ ବର୍ଷୀୟା ବିଧବା ମହିଳା ଜାନୁ ମୁଣ୍ଡା । ତେବେ ତାର ତିନି ଦିନ ପୂର୍ବରୁ ନିଖୋଜ ଥିଲେ ସେ । ହଠାତ୍ କିଛି ଲୋକ ତାଙ୍କ ମୃତ ଦେହ ଜଙ୍ଗଲ ପାଖରେ ଥିବା ପତ୍ର ଫଡି ଘରେ ଦେଖି ପୋଲିସରେ ଖବର ଦେଇଥିଲେ । ମୃତକଙ୍କ ଶ୍ବଶୂର ମନୁ ମୁଣ୍ଡା ବି ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ପାଲଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଆଉ ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କିଏ, କାହିଁକି ଜାନୁ ମୁଣ୍ଡାଙ୍କୁ ମାରିଲା ତାହା ଥିଲା ଆଲୋଡନର ବିଷୟ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଏବେ ପ୍ରାୟ ସାତ ଦିନ ପରେ ଆସିଛି ସାଂଘାତିକ ତଥ୍ୟ ।

ହତ୍ୟାକାରୀ ସେହି ସୁସାବନାଳି ଗାଁର । ଜଣେ ନୁହେଁ ଦୁଇ ଜଣ । ପୋଲିସ ସୂଚନା ମୁତାବକ ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ବିବାଦ କାରଣଥିବା ବେଳେ , ହତ୍ୟାକାରୀ ଦୁହେଁ ସଂପର୍କରେ ମାଆ-ପୁଅ ।ସୂଚନା ମୁତାବକ ଗତ ସୋମବାର ଘଟିଥିଲା ଏହି ବିଭତ୍ସ ହତ୍ୟାକାଣ୍ଡ। ଜାନୁ ମୁଣ୍ଡାକୁ ତାର ସମ୍ପର୍କୀୟ ଯାଆ ଓ ପୁତୁରା ମିଶି ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ପରେ ମୃତ ଦେହକୁ ଗାଁ ମୁଣ୍ଡରେ ଥିବା ପତ୍ରଫଡି ଘର ନିକଟରେ ଫିଙ୍ଗି ଦେଇଥିଲେ । ପୂର୍ବରୁ ଦୁଇ ପରିବାର ଭିତରେ ତିକ୍ତତା ଥିଲା ।

ଘଟଣା ଦିନ କୌଣସି କଥାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜାନ ମୁଣ୍ଡାକୁ ତାର ସଂପର୍କୀୟ ପୁତୁରା ଦୁଲ୍ଲଭ ସୁରି ଓ ତାର ମାଆ ଜେମା ସୁରି ମିଶି ଟାଙ୍ଗିଆରେ ହାଣି ଦେଇଥିଲେ । ତାପରେ ପ୍ରମାଣ ଲୁଚାଇବାକୁ ମୃତ ଦେହକୁ ପତ୍ରଫଡି ଘରେ ଲୁଚାଇଦେଇଥିଲେ । ଦୁଇ ଅଭିଯୁକ୍ତହ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ସଂପର୍କରେ ପାଲ ଲହଡା ଶବ୍ ଡିଭିଜନାଲ ପୋଲିସ ଅଫିସର କୈଳାଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି ।