୨୦୨୪ ନିର୍ବାଚନ ରେଜଲ୍ଟ: ସ୍ପଷ୍ଟ ଉତ୍ତର ଦେଉନାହାଁନ୍ତି ECI, ବିଜେପିର ସୁଚିନ୍ତିତ ବ୍ୟବସ୍ଥା କହିଲେ ବିରୋଧୀ

NEWS7
know-what-says-rail-ministry-on-resume-of-passenger-rail-service-in-country-after-lockdown

ଭୁବନେଶ୍ୱର ୦୨/୦୨: ୨୦୨୪ ନିର୍ବାଚନ ପରେ ବିଜେଡି କହିଥିଲା, ନିର୍ବାଚନ ରିଗିଙ୍ଗ, EVM ଟ୍ୟାମ୍ପରିଙ୍ଗ ହୋଇଛି । ଫର୍ମ ୧୭C ଯାହା ଭୋଟ ପ୍ରମାଣ, ତାହା ମିଳିଲା ନାହିଁ । ନିୟମ ଅନୁସାରେ ECI ୱେବସାଇଟରେ ଅପଲୋଡ଼ ହେବା କଥା । ଭୋଟ ପରେ ଏଜେଣ୍ଟଙ୍କୁ ଏହି ଫର୍ମ ଦିଆଯିବା କଥା । ହେଲେ ଆଜି ଯାଏଁ ମିଳିଲା ନାହିଁ । ଦୁଇ ବର୍ଷ ହେଲାଣି, ୱେବସାଇଟରେ ଏହା ଅପଲୋଡ଼ ହେଲାନି । ଏହି ଫର୍ମ ବିନା ଜାଲିଆତି ପ୍ରମାଣ କୋର୍ଟରେ ହୋଇପାରିବ ନାହିଁ । ସେଥିପାଇଁ ପାଇଁ ECI ଦେଉନାହାନ୍ତି ।

ଅନ୍ୟ ରାଜ୍ୟ ଫଳାଫଳ ଦେଖି ସ୍ପଷ୍ଟ ଯେ ସମଗ୍ର ଦେଶରେ ବିଜେପି ଜିତିବାକୁ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପବ୍ୟବହାର କରୁଛନ୍ତି । କଳ ବଳ କୌଶଳ ଲଗାଉଛି ବିଜେପି । ଫୁଲବାଣୀ ବିଧାନସଭା ବୁଥ ୫୭ରେ ଫର୍ମ ୧୭ C ଓ ଫର୍ମ ୨୦ରେ ୬୮୨ ଭୋଟର ଫରକ ରହିଛି । ତଳସରାର ଦୁଇଟି ବୁଥରେ ପାଖପାଖି ୬୦୦ରୁ ଅଧିକ ଫରକ ରହିଛି । ହେଲେ ECI ସ୍ପଷ୍ଟ ଉତ୍ତର ଦେଉ ନାହାନ୍ତି । ଏହା ବିଜେପିର ସୁଚିନ୍ତିତ ବ୍ୟବସ୍ଥା । କାରଣ ସେମାନେ ଜାଣିଲେଣି ନିରପେକ୍ଷ ଉପୟରେ ଜିତି ପାରିବେ ନାହିଁ । ତେଣୁ ମାଲ୍ ପ୍ରାକ୍ଟିସ କରୁଛି ।

ଆହୁରି ପଢନ୍ତୁ...ଭୋଟ ଚୋରି ରୋକିବାକୁ ଅଣ୍ଟା ଭିଡିଲା ବିଜେଡି, କହିଲା ନ୍ୟାୟ ନମିଳିବା ଯାଏଁ ଛାଡିବୁନି​​​​​​​

ବିଜେପି ସରକାର ନିର୍ବାଚନ ଜିତିବା ପାଇଁ ସର୍ଭେ, ଡାଟା, ପ୍ରୋଫାଇଲିଂ, EVM ଓ SIR କୁ ନିଜ ଅକ୍ତିଆରରେ ରଖିଛନ୍ତି । ଭାରତୀୟ ସରକାର ଭୟଙ୍କର ତଥ୍ୟ ରଖିଛନ୍ତି । DBT, ବ୍ୟାଙ୍କ ଖାତା, ହିତାଧିକାରୀ ଭାବେ ଗୋଟେ ଜାଗାରେ କମପାଇଲ କରାଯାଉଛି । ଡାଟା ସରକାର ପାଖରେ, ବିରୋଧୀ ପାଖରେ ନାହିଁ । ସବୁ ଲୋକଙ୍କ ଡାଟା ଗୋଟେ ବଡ଼ ଅସ୍ତ୍ର । ଡାଟାର ମାଇକ୍ରୋ କ୍ଲଷ୍ଟର ପ୍ରୋଫାଇଲିଙ୍ଗକୁ ସୋସିଆଲ ଇଞ୍ଜିନିଅରନିଙ୍ଗ କରାଯାଉଛି । EVM ଯଦି ସ୍ୱଚ୍ଛ, ତାହେଲେ ଜର୍ମାନୀ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡସରେ ଏହାକୁ କାହିଁକି ବ୍ୟାନ ହୋଇଛି । ଇଂଲଣ୍ଡ ବ୍ୟାନ୍ ନ କରି ବି ବାଲାଟ ପେପର ଭୋଟିଂ କରୁଛି ।

ଆମେରିକାରେ EVM ଓ ପେପର ଉଭୟ ବ୍ୟବହାର କରୁଛି । ବିଶ୍ୱ ଯଦି ବାଲଟ ପେପର ପାଇଁ ଅଛି, ଭାରତୀୟ ସରକାରଙ୍କ EVM ଜିଦ କାହିଁକି? ଭାରତ ସରକାର ଅଧୀନରେ ଥିବା ଦୁଇଟି କମ୍ପାନୀ EVM ତିଆରି କରୁଛନ୍ତି । ଗୋଟେ ମାଇକ୍ରୋ ଚିପ ଏଥିରେ ବର୍ଣ୍ଣ ହୁଏ । ଯାହାକୁ ଏହି ଦୁଇ କମ୍ପାନି କରନ୍ତି । ଯାହା ଭଲ ଭାବେ ଟ୍ୟାମ୍ପର କରି ହେବ । ନ ହେଲେ ଏହି ଦୁଇ କମ୍ପାନୀକୁ ଅଡିଟ କରାଯାଉ । ନିର୍ବାଚନ ସମୟରେ ECI ସର୍ବୋଚ୍ଚ, ହେଲେ ତାଙ୍କ ଷ୍ଟାଫ ନାହିଁ ।

ତେଣୁ ଗୃହ ବିଭାଗ ଅଧୀନରେ ନିର୍ବାଚନ ପରିଚାଳନା ହୁଏ । ECI ଏହା ସ୍ୱତନ୍ତ୍ର ସଂସ୍ଥା ନୁହେଁ. ସେମାନେ ସରକାରଙ୍କୁ ନେଇ ନିର୍ବାଚନ କରନ୍ତି । ଗୃହ ବିଭାଗ ଏହାକୁ ପ୍ରଭାବିତ କରି ପାରିବେ । ଆଗାମୀ ଦିନରେ ଗଣତନ୍ତ୍ର ପ୍ରତି ଭୟ ରହିଛି । ଯାହା ସାରା ବିଶ୍ୱ ପାଇଁ. ବିକାଶ ଯଦି ଚାହୁଁଛ, ମତ ଠିକ ସ୍ଥାନରେ ପଡ଼ୁ । SIR ରେ ପଶ୍ଚିମ ବଙ୍ଗରେ ଭୟଙ୍କର କାମ ହେଉଛି । ଯିଏ ବିଜେପି ଭୋଟର ନୁହନ୍ତି, ସେମାନେ କାଟ ଖାଉଛନ୍ତି । ଏହା ଓଡ଼ିଶାରେ ବି ହେବାର ଭୟ ରହିଛି...