ମଦ ପିଇ ଗାଡ଼ି ଚଲାଉଥିଲେ ଡ୍ରାଇଭର, ଗୋଡେଇ ଗୋଡେଇ ଧରିଲା ପୋଲିସ

NEWS7
know-the-story-of-radha-and-krishna-divine-love

ଆନନ୍ଦପୁର ୦୭/୦୧: ମଦୁଆ ବସ୍ ଚାଳକଙ୍କୁ ୧୦ ହଜାର ଜରିମାନା । ଚାଳକଙ୍କ ଲାଇସେନ୍ସ ମଧ୍ୟ ଜବତ କରିଛି ପରିବହନ ବିଭାଗ । ଆଉ କେବେ ଭୁଲର ପୁନରାବୃତ୍ତି ନହେଉ ବୋଲି ବି ରୋକ୍ଠୋକ୍ ଶୁଣାଇଛନ୍ତି । ଏମିତି ଜଣେ ବସ୍ ଡ୍ରାଇଭରକୁ ଧରିଛି ପୋଲିସ ।

ସୂଚନା ଥାଉକି, କେନ୍ଦୁଝର ପରିବହନ ବିଭାଗ ପକ୍ଷରୁ ଚାଲିଥିଲା କଡ୍ଡା ଚେକିଂ । ଯାତ୍ରୀବାହୀ ବସ୍ଗୁଡ଼ିକରେ ଚଢ଼ଉ କରାଯାଇ କାଗଜପତ୍ର ସହ ଚାଳକଙ୍କ ସ୍ଥିତି ଯାଞ୍ଚ କରାଯାଉଥିଲା । ଏହି ସମୟରେ ପାଳି ପଡିଥିଲା କେନ୍ଦୁଝରରୁ ବରୀ ଯାଉଥିବା 'ମୋତି' ନାମକ ଘରୋଇ ବସ୍‌ରେ । ବସ୍‌ରେ ଚାଳକ ମଦପିଇ ଗାଡ଼ି ଚଳାଉଥିବାରୁ ତାକୁ ଅଟକ ରଖାଯାଇ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏଥିସହ ସଂପୃକ୍ତ ଚାଳକଙ୍କ ଲାଇସେନ୍ସ ମଧ୍ୟ ଜବତ କରିଛି ପରିବହ ବିଭାଗ । ତେବେ ଅନ୍ୟଜଣେ ଚାଳକ ଠିକ୍ କରାଯିବା ପରେ ବସ୍‌କୁ ଛଡ଼ାଯାଇଥିଲା ।

ପରିବହନ ବିଭାଗ ପରିବହନ କର୍ମଚାରୀ ଘସିପୁରା ପୋଲିସ୍ ସହାୟତାରେ ବସ୍‌ଷ୍ଟାଣ୍ଡରେ ଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ । ସେପଟେ ନିଶାସକ୍ତ ଅବସ୍ଥାରେ ଧରାପଡିଥିବା ଚାଳକ ବି ସଫେଇ ରଖିଛନ୍ତି । ସେ କହିଛନ୍ତି ମୁଁ ନିଶା କରେନି । କିନ୍ତୁ ଆଜି ଟିକିଏ ହାଲକା ମାରିଦେଇଥିଲି । ସେଥିପାଇଁ ପୋଲିସ ଭାବୁଡରେ ପଗିଯାଇଛି ।