ଗାଁ ଶ୍ମଶାନରୁ ମିଳିଲା ସିନ୍ଦୂର ଓ କୁକୁଡ଼ାର କଟା ମୁଣ୍ଡ, ଭୟଭୀତ ଲୋକେ

NEWS7
know-the-benefits-of-fish-head-curry

ଜଗତସିଂହପୁର ୨୧।୧୨ : ଜଗତସିଂହପୁର ବନ୍ଦର ଥାନା ମରିଚିପୁର ଗାଁରେ ଗୁଣି ସନ୍ଦେହରେ ଭୟଭୀତ ଲୋକେ। ଗାଁ ଶ୍ମଶାନରେ ପୂଜାର୍ଚ୍ଚନାକୁ ନେଇ ଲୋକଙ୍କ ମନରେ ଭୟ। ପୂଜା ସ୍ଥଳରେ କଳସ, ସିନ୍ଦୂର, ଫୁଲ, ଭୋଗ, ମାଟି ହାଣ୍ଡି, ନଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ପୂଜା ସ୍ଥଳର କିଛି ଦୂରରେ କୁକୁଡ଼ାର କଟା ମୁଣ୍ଡ ଓ ରକ୍ତ ମଧ୍ୟ ପଡ଼ିଛି। ଆଉ ବଡ଼ କଥା ହେଉଛି କଳସ ମଧ୍ୟରୁ ଦୁଇ ଜଣ ଯୁବକ-ଯୁବତୀଙ୍କ ଫଟୋ ମଧ୍ୟ ଉଦ୍ଧାର କରାଯାଇଛି। ଏସବୁକୁ ଦେଖିବା ପରେ କେହି ଗୁଣିଗାରେଡ଼ି କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ କେବେ ଏମିତି ଘଟି ନଥିବାବେଳେ ଗାଁ ଲୋକେ ଏଭଳି ସ୍ଥିତିକୁ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି।