LIVE TV

ଦିଲ୍ଲୀରେ ହୋଇଥାନ୍ତା ହମାସ ଷ୍ଟାଇଲରେ ଆକ୍ରମଣ : ଡ୍ରୋନରେ ବିସ୍ଫୋରଣ କରିଥାନ୍ତା ଉମର

NEWS7
know-some-tips-about-makara-sankranti

ନୂଆଦିଲ୍ଲୀ, ୧୮|୧୧: ଦିଲ୍ଲୀରେ ଘଟିଥାନ୍ତା ନରସଂହାର । ହମାସ ଭଳି ହୋଇଥାନ୍ତା ଡ୍ରୋନ୍ ଆକ୍ରମଣ । ପ୍ରାଣ ହରାଇଥାନ୍ତେ ଶହ ଶହ ନାଗରିକ । କିଛି ଏମିତି ପ୍ଲାନ୍ କରିଥିଲେ ଆତଙ୍କବାଦୀ । ଦିଲ୍ଲୀ ବିସ୍ଫୋରଣ ପୂର୍ବରୁ ରାଜଧାନୀକୁ ଡ୍ରୋନ୍ ଆକ୍ରମଣରେ ଧ୍ୱଂସ କରିବା ନେଇ ସେମାନେ ପ୍ରସ୍ତୁତ କରିଥିଲେ ଷଡଯନ୍ତ୍ର ।

ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ଦିଲ୍ଲୀ ବିସ୍ଫୋରଣ ସାରା ଦେଶକୁ ଦୋହଲାଇ ଦେଇଥିଲା । ଲାଲକିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣରେ ଅନେକ ପ୍ରାଣ ହରାଇଛନ୍ତି । କିନ୍ତୁ ଆକ୍ରମଣ ପୂର୍ବରୁ ରାଜଧାନୀରେ ରକେଟ୍ ଦ୍ୱାରା ଆକ୍ରମଣ ହୋଇଥାନ୍ତା । ଯାହା ହମାସ ଇସ୍ରାଏଲରେ କରିଥିଲା । ହମାସର ଆତଙ୍କବାଦୀ ଇସ୍ରାଏଲ ଉପରେ ଡ୍ରୋନ୍ ଆଟାକ୍ କରିଥିଲେ ।

ମୁଖ୍ୟ ଷଡଯନ୍ତ୍ରକାରୀ ଉମର ଉନ୍ ନବୀ ସହ କାମ କରୁଥିବା ଦୁଇ ଜଣ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଗିରଫ କରାଯିବା ପରେ ଏନଆଇଏ ଅନେକ ତଥ୍ୟ ହାସଲ କରିଛି । ଗିରଫ ଆତଙ୍କବାଦୀ ଡାନିସ ଅନ୍ୟ ଆତଙ୍କବାଦୀଙ୍କୁ ଜ୍ଞାନକୌଶଳରେ ସାହାଯ୍ୟ କରିଥିଲା । ଡ୍ରୋନ୍ ଏବଂ ରକେଟ ସାହାଯ୍ୟରେ କିପରି ଆକ୍ରମଣ କରାଯିବ ତାହା ଡାନିସ୍ ଜାଣିଥିଲା । ସେ ନିଜେ ସିଧାସଳଖ ଉମର ସହ ସମ୍ପର୍କରେ ରହିଥିଲା । ଉଭୟ ନିରନ୍ତର ଭାବେ ଯୋଜନାକୁ ଚୂଡାନ୍ତ ରୂପ ଦେବାକୁ ଚେଷ୍ଟା କରୁଥିଲେ ।

ଏନଆଇଏ କହିଛି ଯେ, ଡାନିସ ପାଖରେ ଶକ୍ତିଶାଳୀ ବ୍ୟାଟେରୀ ରହିଥିଲା । ଯାହା ଅଧିକ ପରିମାଣରେ ଏବଂ ଓଜନିଆ ବୋମା ବହନ କରିପାରିବ । ପୂର୍ବରୁ ଛୋଟ ଡ୍ରୋନ୍ ସେ ତିଆରି କରିଛି । ଡ୍ରୋନ୍ ସାହାଯ୍ୟରେ ସେମାନେ ଜନଗହଳିପୂର୍ଣ୍ଣ ଅ଼ଂଚଳରେ ବିସ୍ଫୋରଣ ଘଟାଇଥାନ୍ତେ । ହମାସ ଏବଂ ସିରିଆର ଅନେକ ଆତଙ୍କବାଦୀ ସଙ୍ଗଠନ ଏପରି ପନ୍ଥା ଆପଣାଇଥାନ୍ତି । ଅନେକ ଦେଶରେ ଆତଙ୍କବାଦୀ ଡ୍ରୋନ୍ ବ୍ୟବହାର କରୁଛନ୍ତି । ଭାରତରେ କିଛି ଆତଙ୍କବାଦୀ ଗୋଷ୍ଠୀ ନୂଆ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖିଥିବା ଏନଆଇଏ କହିଛି ।