ଟ୍ରମ୍ପଙ୍କୁ ନିବେଦନ କଲେ ଇରାନର ନିର୍ବାସିତ ରାଜକୁମାର, କହିଲେ-ଆମ ଲୋକଙ୍କୁ ରକ୍ଷା କରନ୍ତୁ...

NEWS7
know-some-secret-and-unknown-facts-about-meenakhi-seshadri-on-her-birthday

ନୂଆଦିଲ୍ଲୀ ୧୦।୦୧; ନିୟନ୍ତ୍ରଣ ବାହାରକୁ ଗଲାଣି ଇରାନର ସ୍ଥିତି । ଖାମେନି ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଜାରି ରହିଛି। ୧୨ ଦିନିଆ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଇଣ୍ଟରନେଟ୍-ଟେଲିଫୋନ ସେବା ବନ୍ଦ କରାଯାଇଛି। ଏହାରି ମଧ୍ୟରେ ଆମେରିକା ଲକ୍ଡ..ଲୋଡେଡ୍ ଓ ରେଡି ଟୁ ଗୋ ମୋଡ୍ରେ ଆସି ଯାଇଛି । ପ୍ରଶ୍ନ ହେଉଛି ଇରାନରେ ଖାମେନିଙ୍କ କ୍ଷମତା କେତେ ଦିନ ରହିବ? ଆଗାମୀ କିଛି ଘଣ୍ଟା ମଧ୍ୟରେ ଇରାନରେ କ'ଣ ହେବାକୁ ଯାଉଛି? ଏହି ସମୟରେ, ନିର୍ବାସିତ ଇରାନୀ ରାଜକୁମାର ରେଜା ପହଲବି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅପିଲ କରିଛନ୍ତି।

ସୋସିଆଲ ମିଡିଆରେ ପୋଷ୍ଟ କରି ରେଜା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହସ୍ତକ୍ଷେପ କରି ଇରାନର ଲୋକମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ରେଜା ପହଲବି କହିଛନ୍ତି "ଗତକାଲି ରାତିରେ ଆପଣ ଲକ୍ଷ ଲକ୍ଷ ସାହସୀ ଇରାନୀଙ୍କୁ ରାସ୍ତାରେ ଗୁଳିଚାଳନା ସାମ୍ନା କରୁଥିବାର ଦେଖିଛନ୍ତି," । "ଆଜି ସେମାନେ କେବଳ ଗୁଳିଚାଳନା ସାମ୍ନା କରିବା ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ ହୋଇଛି। ଇଣ୍ଟରନେଟ୍ ଏବଂ ଟେଲିଫୋନ୍ ସେବା ବନ୍ଦ ହୋଇଯାଇଛି ।

ସେ ଆହୁରି କହିଛନ୍ତି, "ଆମ ପାଖରେ ବହୁତ କମ୍ ସମୟ ଅଛି। ଲୋକମାନେ ପୁଣି ରାସ୍ତାକୁ ଓହ୍ଲାଇବେ ଏବଂ ମୁଁ ତୁମର ସାହାଯ୍ୟ ମାଗୁଛି। ଲୋକମାନେ ଗୋଟିଏ ଘଣ୍ଟା ମଧ୍ୟରେ ରାସ୍ତାକୁ ଓହ୍ଲାଇବେ। ମୁଁ ଜାଣେ ଯେ ତୁମେ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଦୟାକରି ଇରାନର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହସ୍ତକ୍ଷେପ କରିବାକୁ ପ୍ରସ୍ତୁତ ରୁହ।"