ମିସାଇଲ ଆଟାକରେ ଫସିଲେ ଅଭିନେତ୍ରୀଙ୍କ ପୁଅ, କାନ୍ଦି କାନ୍ଦି ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ ସାହାଯ୍ୟ

NEWS7
know-how-many-steps-you-need-to-take-daily-to-stay-healthy

ନୂଆଦିଲ୍ଲୀ ୦୪।୦୩; ଇରାନର ମିସାଇଲ ଆକ୍ରମଣ ମଧ୍ୟରେ ୟୁଏଇରେ ଫସି ରହିଥିବା ଅଭିନେତ୍ରୀ ଇଶା ଗୁପ୍ତା ଓ ସୋନଲ ଚୌହାନ କୌଣସି ପ୍ରକାରରେ ଭାରତ ଫେରି ଆସିଛନ୍ତି । କିନ୍ତୁ ଜଣେ ଅଭିନେତ୍ରୀଙ୍କର ପୁଅ ବିଦେଶରେ ଏବେ ବି ଫସି ରହିଛନ୍ତି। ତାଙ୍କୁ ରକ୍ଷା କରିବା ପାଇଁ ଭାରତୀୟ ଅଭିନେତ୍ରୀ ସାହାଯ୍ୟର ଗୁହାରୀ କରିଛନ୍ତି। ମରାଠୀ ଫିଲ୍ମ ଓ ଟିଭି ଅଭିନେତ୍ରୀ ବିଶାଖା ସୁଭେଦାର ଇନଷ୍ଟାଗ୍ରାମ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଅଧିକାରୀଙ୍କୁ ତାଙ୍କ ପୁଅକୁ କୁଏତରୁ ସୁରକ୍ଷିତ ଫେରେଇ ଆଣିବାକୁ ଅପିଲ କରିଛନ୍ତି।

ବିଶାଖା ନିଜର ଯନ୍ତ୍ରଣାକୁ ଦର୍ଶାଇ କାନ୍ଦିଛନ୍ତି। ଲଗାତାର ଆଖିରୁ ବହୁ ଥିବା ଲୁହ ଏହା ଦର୍ଶାଉଛି ଯେ, ସେ ତାଙ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଦେଖିବା ପାଇଁ ଖୁବ୍ ଚିନ୍ତିତ ହୋଇ ପଡ଼ିଛନ୍ତି। କାରଣ ମଧ୍ୟ ପ୍ରାଚ୍ୟର ଦେଶ ଗୁଡ଼ିକରେ ଏହି ସମୟରେ ନେଟୱର୍କ ମଧ୍ୟ ଫେଲ୍ ରହିଛି। ଅନେକ ଲୋକ ତାଙ୍କ ପରିବାର ସହ କଥା ହୋଇ ପାରୁନାହାନ୍ତି। ବିଶାଖା କାନ୍ଦି କାନ୍ଦି ପିଏମ୍ ମୋଦିଙ୍କୁ ଗୁହାରୀ କରିଛନ୍ତି ଏବଂ ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରି ଲେଖିଛନ୍ତି – ପ୍ଲିଜ୍ ମୋର ସାହାଯ୍ୟ କର । ମୋ ପୁଅ ଅଭିନବ କୁଏତରେ ଫସି ରହିଛି । ଭାରତ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଦେବେନ୍ଦ୍ର ଫଡଣବିସ୍ ସାହେବ , ଏକନାଥ ସିନ୍ଦେ ସାହେବ , ରାଜ ସାହେବ ...ସମସ୍ତଙ୍କୁ ଟ୍ୟାଗ୍ କରି ସେ ଲେଖିଛନ୍ତି –ପ୍ଲିଜ୍ ସାହାଯ୍ୟ କରନ୍ତୁ , ଏହାସହ ସେ ଏକ ଭିଡ଼ିଓ ମଧ୍ୟ ସେୟାର କରିଥିଲେ , ଯେଉଁଥିରେ ସେ କାନ୍ଦି କାନ୍ଦି ସବୁ ସ୍ଥିତିକୁ କହୁଛନ୍ତି।

ବିଶାଖା କହୁଛନ୍ତି , ତାଙ୍କର ପୁଅ ଲଣ୍ଡନ ଯାଉଥିଲେ ଏବଂ କୁଏତରେ ତାଙ୍କର ଲେଓଭର ଥିଲା।କିନ୍ତୁ ଇରାନ , ଆମେରିକା , ଇସ୍ରାଏଲ ଓ ଉପସାଗରୀୟ ଦେଶ ଭଳି ୟୁଏଇ ଓ କୁଏତ ମଧ୍ୟରେ ଚାଲୁଥିବା ଉତ୍ତେଜନା କାରଣରୁ ତାଙ୍କର ଲଣ୍ଡନର ବିମାନ ବାତିଲ ହୋଇଗଲା ଏବଂ ସେ କୁଏତ ଏୟାରପୋର୍ଟରେ ଫସି ଯାଇଛନ୍ତି। ସେ କହିଛନ୍ତି ଯେ, ଏୟାରଲାଇନ ବର୍ତ୍ତମାନ ତାଙ୍କର ପୁଅଙ୍କୁ କୁଏତର ଏକ ହୋଟେଲରେ ରଖିଛି , କିନ୍ତୁ ସେଠାର ମାହୋଲ ଏବେ ଠିକ୍ ନାହିଁ ଏବଂ ସେ ଚାହାନ୍ତି ତାଙ୍କ ପୁଅ ଖୁବ୍ ଶୀଘ୍ର ସୁରକ୍ଷିତ ଘରକୁ ଫେରି ଆସନ୍ତୁ।

ଅଧିକ ପଢନ୍ତୁ- ବିଜୟ-ରଶ୍ମିକାଙ୍କ ରିସେପ୍ସନରେ ଟାଇଟ୍ ସିକ୍ୟୁରିଟି ; ଅନେକ VVIP-ସେଲିବ୍ରିଟି ସାମିଲ, ବିନା କାର୍ଡରେ ମିଳିବନି ଏଣ୍ଟ୍ରି