ପାକିସ୍ତାନରେ ଫୁଟବଲ୍ ମ୍ୟାଚ୍ ବେଳେ ସେନା ଓ ବିରୋଧୀ ଟିମ୍ ମଧ୍ୟରେ ମାରପିଟ୍, ତଦନ୍ତ ପାଇଁ ନିର୍ଦ୍ଦେଶ

NEWS7
know-about-the-mysterious-book-people-believes-written-by-the-devil-himself

ନୂଆଦିଲ୍ଲୀ: ରାଜନୀତି, ଅର୍ଥନୀତି, ଖେଳ ସବୁଥିରେ ଅପଦସ୍ତ ପାକିସ୍ତାନରେ ପୁଣି ଥରେ ଏପରି ଏକ ଘଟଣା ଘଟିଛି, ଯାହା ଖେଳା ଭାବନାକୁ ଜଳାଞ୍ଜଳି ଦେଇଛି । କରାଚୀରେ ପାକିସ୍ତାନ ସେନା ଏବଂ WAPDA ଟିମ୍ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ପରେ ଘଟିଥିବା କୁତ୍ସିତ ଘଟଣାର ତଦନ୍ତ ଆରମ୍ଭ କରିଛି ପାକିସ୍ତାନ ଫୁଟବଲ୍ ଫେଡେରେସନ୍ ଏବଂ ଦେଶର ସର୍ବୋଚ୍ଚ ଅଲିମ୍ପିକ୍ ସଂସ୍ଥା । ଏହି ମାରପିଟରେ ଅନେକ ଖେଳାଳି ଏବଂ ଅଧିକାରୀ ଆହତ ହୋଇଥିଲେ ।

କେପିଟି ସ୍ପୋର୍ଟସ କମ୍ପ୍ଲେକ୍ସରେ ନ୍ୟାସନାଲ୍ ସ୍ପୋର୍ଟ୍ସ ଫୁଟବଲ୍ ସେମିଫାଇନାଲ ମ୍ୟାଚ୍ ପରେ ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ମୁଥ ଏବଂ ଲାତ ମାରିବା ସମୟରେ ଅଧିକାରୀମାନେ ମଧ୍ୟ ଝଗଡ଼ା କରିଥିଲେ । ମ୍ୟାଚ୍‌ର ସିଧା ପ୍ରସାରଣ ସମୟରେ ହିଂସାର ଏହି ଦୃଶ୍ୟଗୁଡ଼ିକ କଏଦ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଅନେକ ଲୋକ ଉଭୟ ପକ୍ଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

WAPDAର ଖେଳାଳିମାନେ ସେନା ଖେଳାଳିଙ୍କ ଡଗ୍ ଆଉଟ୍ ସମ୍ମୁଖରେ ବିଜୟ ଉତ୍ସବ ଉପରେ ରାଗିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପିଏଫଏଫର ଜଣେ ଅଧିକାରୀ କହିଛନ୍ତି ଯେ ଘଟଣା ନଜରକୁ ଆସିଛି ଏବଂ ଜାତୀୟ କ୍ରୀଡ଼ା ମାମଲା ହୋଇଥିବାରୁ ପାକିସ୍ତାନ ଅଲିମ୍ପିକ୍ ଆସୋସିଏସନ୍ ମଧ୍ୟ ଏହାର ତଦନ୍ତ କରିବ । ସେ କହିଛନ୍ତି, "ଆମେ ଆମର ନିଜସ୍ୱ ତଦନ୍ତ କରିବୁ ଏବଂ ବିବାଦକୁ ଉସୁକାଇବା କିମ୍ବା ଆରମ୍ଭ କରିବାରେ ସମ୍ପୃକ୍ତ ଖେଳାଳି ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"