Live Live
LIVE

ନୀତି ବିଭ୍ରାଟ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପର, ବୁଧବାର ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

NEWS7
know-about-controversies-during-world-cup-2019

ଭୁବନେଶ୍ୱର ୧୦।୦୩ : ମହାପ୍ରଭୁଙ୍କ ନୀତି ବିଶୃଙ୍ଖଳା ସବୁଦିନିଆ ହୋଇଛି । ବଡ଼ଦେଉଳରେ ମହାପ୍ରଭୁଙ୍କ ଅନନ୍ୟ ନୀତି ବିଭ୍ରାଟ ରୋକିବାକୁ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ଦେଖାଇଛି । ଆସନ୍ତା ୧୧ ତାରିଖ ବୁଧବାର ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୂତନ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଲୋଚନା ହେବ। ଏଥିରେ ବଡ଼ଦେଉଳ ପରିଚାଳନାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବକ ତଥା ନୀତି ଅଧିକାରୀମାନେ ଯୋଗଦେବେ । ମହାପ୍ରଭୁଙ୍କ ନୀତି ଶୃଙ୍ଖଳା ନେଇ ବିଚାରବିମର୍ଶ ସହ ଠାକୁରଙ୍କ ନୀତିରେ ଯେପରି କୌଣସି ଅବହେଳା ନହେବ ବାଟ ବାହାରିବ।

ଏ ଖବର ବି ପଢନ୍ତୁ:-ପରୀକ୍ଷା ଦେବାକୁ ଯିବାବେଳେ କଲେଜ ଛାତ୍ରୀଙ୍କ ବେକ କାଟିବା ଘଟଣା, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

 ପ୍ରାପ୍ତ ସୂଚନା ଅନୁସାରେ, ସୋମବାର ସକାଳେ ମଧ୍ୟ ମହାପ୍ରଭୁଙ୍କ ସାଦା ବେଶ ହେବା ଅବସରରେ ବିଳମ୍ବ ଘଟିଥିଲା। ପାଳିଆ ସିଂହାରୀ ସେବକ ଠାକୁରଙ୍କ ନିକଟରେ ଅପେକ୍ଷା କରିଥିଲେ ମଧ୍ୟ ସେବା ପାଇଁ ଆବଶ୍ୟକ ଅନ୍ୟ ସେବକ ଓ କର୍ମଚାରୀଙ୍କ ଦେଖା ମିଳିନଥିଲା। ଏଣୁ ଠାକୁରଙ୍କ ନୀତିରେ ବିଳମ୍ବ ଘଟିଥିଲା ବୋଲି କୁହାଯାଉଛି। ଗତ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଦିନ ଖୁଣ୍ଟିଆ ସେବକଙ୍କ ଅସହଯୋଗରୁ ଠାକୁରଙ୍କ ନୀତିରେ ୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଳମ୍ବ ହେଲା। ଅବଶ୍ୟ ଏନେଇ ଶ୍ରୀମନ୍ଦିର ପ୍ରଶାସନ କିଛି ପଦକ୍ଷେପ ନେଇଛନ୍ତି। ହେଲେ ଏତିକିରେ ଠାକୁରଙ୍କ ନୀତି ଶୃଙ୍ଖଳା ହୋଇଯିବ ଆଶା ନକରି ଶ୍ରୀମନ୍ଦିର ପ୍ରଶାସନ ବୈଠକ ଡାକିଛନ୍ତି । ବୈଠକରେ ୩୦ ଜଣ ଭଳି ଯୋଗ ଦେବାକୁ ଡାକରା ଅଛି। ହେଲେ ଏଥିରେ କିଛି ମହତ୍ତ୍ୱପୂର୍ଣ୍ଣ ସେବକ ସମ୍ପ୍ରଦାୟର ପ୍ରତିନିଧି ନଥିବା କୁହାଯାଉଛି। ଅସଲରେ ଯେଉଁମାନେ ଶାସନର ନିକଟତର ତଥା ବୈଠକରେ ବସୁଛନ୍ତି ସମସ୍ତେ ଠାକୁରଙ୍କ ପାଳି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ନୁହଁନ୍ତି। ଏଣୁ ଠାକୁରଙ୍କ ସେବାପୂଜା ପାଇଁ ଅତି ଜରୁରି ପାଳିଆ ସେବକମାନେ ମଧ୍ୟ ଠାକୁରଙ୍କ ଶୃଙ୍ଖଳିତ ନୀତି ନେଇ ପରାମର୍ଶ ଦେବା କଥା। ନହେଲେ ଯେତେ ବୈଠକ କଲେ ମଧ୍ୟ କୌଣସି ସୁଫଳ ମିଳିବ ନାହିଁ ବୋଲି କିଛି ବରିଷ୍ଠ ସେବକ ପ୍ରତିକ୍ରିୟା ଦେଉଛନ୍ତି।

ଏ ଖବର ବି ପଢନ୍ତୁ:- ରାତି ଅଧରେ ମିସାଇଲ ମୁତୟନ କଲା ଜାପାନ, ରାଡାରରେ ଚାଇନାର ଗୁରୁତ୍ୱପୂର୍ଣ୍ଣ ସହର