ଅସୁସ୍ଥ ବ୍ୟକ୍ତିଙ୍କ ହାତରେ କଲମ୍ବିଆ ଶାସନ, ଭେନେଜୁଏଲା ଭଳି ଆଟାକ୍ ପାଇଁ ଟ୍ରମ୍ପଙ୍କ ଧମକ୍

NEWS7
know-about-best-way-of-worship-maa-lakshmi-and-lord-ganesh-on-eve-of-diwali

ନୂଆଦିଲ୍ଲୀ, ୦୫/୦୧ : ଭେନେଜୁଏଲା ପରେ ଏବେ କଲମ୍ବିଆ ଉପରେ ଆଖି । କଲମ୍ବିଆ ବିରୋଧରେ ସାମରିକ ଅଭିଯାନ ଆରମ୍ଭ ହେବ । ଏଠାରେ ଏକ ରୁଗ୍ଣ ସରକାର ଚାଲିଛି । ଏହାସର ଶାସକ ଅସୁସ୍ଥ ହୋଇଯାଇଥିବା କହିଛନ୍ତି ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଭେନେଜୁଏଲା ଉପରେ ଏୟାର ଷ୍ଟ୍ରାଇକ୍ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ ପରେ ଟ୍ରମ୍ପ୍ ଏପରି ଧମକ ଦେଇଛନ୍ତି ।

ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ସଦାବେଳେ ପ୍ରସ୍ତୁତ ରହେ । ସାମରିକ ଅଭିଯାନ କେବଳ ଭେନେଜୁଏଲାରେ ରହିବନି । ଏହା ଆଗକୁ ମଧ୍ୟ ବଢିପାରେ ।

କଲମ୍ବିଆକୁ ଧମକ ଦେଇ ସେ କହିଛନ୍ତି ଯେ, ଏଠାକାର ସରକାର ବିରୋଧରେ ଆକ୍ସନ୍ ନିଆଯିବ । ଯାହା ସେମାନଙ୍କ ପାଇଁ ଉପଯୁକ୍ତ ହେବ । ଏହି ଦେଶ ହେଉଛି ରୁଗ୍ଣ । ଏଠାକାର ଶାସକ ମଧ୍ୟ ଅସୁସ୍ଥ । ସେମାନେ କୋକେନ ଭଳି ନିଶାକୁ ଆମେରିକାରେ ବିକ୍ରି କରନ୍ତି । ଏହା ଅଧିକ ଦିନ ଯାଏଁ ଚାଲିବନି ।

ସେ ଆହୁରି କହିଛନ୍ତି ଯେ, କଲମ୍ବିଆ ସରକାରଙ୍କ କୋକେନ୍ ମିଲ୍ ରହିଛି । କୋକେନ୍ ଫ୍ୟାକ୍ଟ୍ରି ରହିଛି । କିନ୍ତୁ ଅଧିକ ଦିନ ଏସବୁ ତିଷ୍ଠି ପାରିବନି । ଖୁବ୍ ଶୀଘ୍ର ଏଥିରେ ରୋକ୍ ଲାଗିବ ।

ଭେନେଜୁଏଲା ଉପରେ ଆକ୍ସନ୍

ଜାନୁଆରୀ ୩ ତାରିଖରେ ୟୁଏସ ଯୁଦ୍ଧ ବିମାନ ଭେନେଜୁଏଲାରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏଥିରେ ୪୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାସହ ସେଠାକାର ରାଷ୍ଟ୍ରପତିଙ୍କୁ ଆମେରିକା ଅଣାଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଆମେରିକୀୟ ଯୁଦ୍ଧଜାହାଜ USS ଦ୍ୱାରା ନ୍ୟୁୟର୍କ ଅଣାଯାଇଛି। ଏହା ପୂର୍ବରୁ ଟ୍ରମ୍ପ ମାଦୁରୋଙ୍କୁ ଆତ୍ମସମର୍ପଣ କରିବାକୁ ଚେତାଇଥିଲେ। ହେଲେ ସେ ଆତ୍ମସମର୍ପଣ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ଟ୍ରମ୍ପ କହିଛନ୍ତି।

ଆକ୍ରମଣ ପରେ ଫକ୍ସ ନ୍ୟୁଜକୁ ଏକ ଟେଲିଫୋନ୍ ସାକ୍ଷାତକାରରେ ଟ୍ରମ୍ପ୍ କହିଥିଲେ "ମୁଁ ସ୍ପଷ୍ଟ ଭାବରେ କହିଥିଲି ଯେ ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ। ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ମାଦୁରୋଙ୍କ ସହ କଥା ହୋଇଥିଲି। ଆମର ଏକ ଆଲୋଚନା ହୋଇଥିଲା, ମୁଁ ନିଜେ ତାଙ୍କ ସହ କଥା ହୋଇଥିଲି, କିନ୍ତୁ ମୋର ବାର୍ତ୍ତା ସ୍ପଷ୍ଟ ଥିଲା: ତୁମକୁ ଆତ୍ମସମର୍ପଣ କରିବାକୁ ପଡିବ ବୋଲି ମୁଁ କହିଥିଲି ବୋଲି ଟ୍ରମ୍ପ କହିଛନ୍ତି।