LIVE TV

'ଆଞ୍ଜାଇଟି ସହ ସଂଘର୍ଷ... ରିଲ୍ ପାଇଁ ଟ୍ରୋଲ୍...': ଜେମିମାଙ୍କ କମବ୍ୟାକ, ଭାରତକୁ ପହଞ୍ଚାଇଲା ଫାଇନାଲରେ

NEWS7
know-about-alaka-lamba-personal-life-why-she-get-divorced

ଦ୍ୱନ୍ଦ୍ୱ... ଚାପ...ସମାଲୋଚନା...। ଆଞ୍ଜାଇଟି ସହ ସଂଘର୍ଷରିଲ୍ ପାଇଁ ଟ୍ରୋଲ୍ପ୍ରଥମ ବିଶ୍ୱକପ୍‌ଦୁଇ ମ୍ୟାଚରେ ଖୋଲିପାରିନଥିଲେ ଖାତା। ଆଉ ତାଙ୍କର କମବ୍ୟାକ, ଭାରତକୁ ପହଞ୍ଚାଇଲା ଫାଇନାଲରେଜେମିମାଙ୍କ ବ୍ୟାଟିଂ ଶୋ ଦେଖି ବିଶ୍ୱ କ୍ରୀଡାପ୍ରେମୀ ତାଜୁବ। ପ୍ରତିଦିନ କାନ୍ଦୁଥିଲେ... କିନ୍ତୁ ପଛକୁ ଫେରିନଥିଲେ। ଆଉ ଏବେ ହୋଇଗଲେ ପ୍ରତି କ୍ରୀଡାପ୍ରେମୀଙ୍କ ଆଇକନ୍‌। ଗୁରୁବାର ମୁମ୍ବାଇର ଡିଓ୍ୱାଇ ପାଟିଲରେ ଖେଳାଯାଇଥିବା ବିଶ୍ୱକପ ସେମିରେ ଅଷ୍ଟ୍ରେଲିଆକୁ ଏକଜିଟ୍‌ର ରାସ୍ତା ଦେଖାଇଛି ଭାରତ।  ସାତ ସାତ ଥରର ଚାମ୍ପିଅନ କଙ୍ଗାରୁ ଦଳକୁ ମାତ୍‌ ଦେଇଥିବା ଭାରତର ଝିଅ ଜେମିମା ରୋଡ୍ରିଗସ୍‌। ଏହା କେବଳ ଜେମିମାଙ୍କ ସଫଳତା ନୁହେଁ ବରଂ ସାହା, ଆବେଗ ଏବଂ ଆତ୍ମନିର୍ଭରର ଏକ ବଳିଷ୍ଠ ଉଦାହରଣ।

ମହିଳା ବିଶ୍ୱକପ ସେମିଫାଇନାଲର ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୩୮ ରନ୍‌ର ବଡ଼ ସ୍କୋର କରିଥିଲା । ୩୩୯ ରନ୍‌ ବିଜୟଲକ୍ଷ୍ୟକୁ ଭାରତ ଆହୁରି ୯ଟି ବଲ୍ ବାକିଥାଇ ହାସଲ କରିନେଇଥିଲା। ବିଶ୍ବକପ୍ ଇତିହାସରେ ଏହା ସବୁଠୁ ବଡ଼ ରନ୍ ଚେଜ୍। ଭାରତ ପକ୍ଷରୁ ଜେମିମା  ଅପରାଜିତ ଶତକ ହାସଲ କରିଥିଲେ । ମ୍ୟାଚ୍‌ ବିଜୟର ରିଲ ହିରୋଇନ୍‌ ଏବେ ଜେମିମା ରୋଡ୍ରିଗସ୍।

ତାଙ୍କ ଜୀବନଶୈଳୀକୁ ନେଇ ସେ ଯାହା କହିଛନ୍ତି ତାହା ଯେକେହିଙ୍କୁ ଚକିତ କରିଦେବ। ଗତ ବିଶ୍ୱକପ୍‌ରେ ବାଦ ପଡ଼ିବା ପରେ ସେ ଆଞ୍ଜାଇଟି ସହିତ ସଂଘର୍ଷ କରୁଥିଲେ ପ୍ରତିଦିନ କାନ୍ଦୁଥିଲେ। ଏପରିକି ଜେମିମାଙ୍କୁ ରିଲ୍-ଯୋଗ୍ୟ ଖେଳାଳି ବୋଲି ଅନେକ ଥର ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଇଛି। କିନ୍ତୁ ସେମି ତାଙ୍କର ବିସ୍ଫୋରକ ବ୍ୟାଟିଂ ହତାଶ ହୋଇପଡ଼ିଥିଲେ କଙ୍ଗାରୁ ବୋଲର। ଭାରତକୁ ବିଶ୍ୱକପର ସବୁଠାରୁ ବଡ଼ ରନ ଚେଜ୍ ପୂରଣ କରିବାରେ ସେ ସାଜିଥିଲେ ଲୌହ ବ୍ରିଜ

ଜେମିମା ମ୍ୟାଚ୍ ପରେ କହିଛନ୍ତି, ତାଙ୍କ ପାଇଁ ପରିସ୍ଥିତି ଲଗାତାର ଖରାପ ହେଉଥିଲା। ଗତ ବିଶ୍ୱକପରେ ମୋତେ ବାଦ ଦିଆଯାଇଥିଲା। ଏହି ବିଶ୍ୱକପର ଦୁଇଟି ମ୍ୟାଚରେ ଖାତା ଖୋଲିପାରିନଥିଲି। ଏପରି ପରିସ୍ଥିତିରେ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଏହି ଇନିଂସ ତାଙ୍କର ସବୁଠାରୁ ସ୍ୱତନ୍ତ୍ର। ନିଜର ଫର୍ମ ଓ ମାନସିକ ଚାପ ପାଇଁ ସେ ପ୍ରତିଦିନ କାନ୍ଦୁଥିଲେ।

ବିଜୟ ପରେ ଜେମିମା ଭାବପ୍ରବଣ ହୋଇ କହିଛନ୍ତି ମୁଁ ମୋ ବାପାମା, ପ୍ରଶିକ୍ଷକ ଏବଂ ମୋ ଉପରେ ବିଶ୍ୱାସ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞ। ଗତ ମାସଟି ଅତ୍ୟନ୍ତ କଷ୍ଟକର ଥିଲା। ଏହି ବିଜୟ ସ୍ୱପ୍ନ ପରି। ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ। ସେମିରେ ୩ ନମ୍ବର ଅର୍ଡରରେ ବ୍ୟାଟିଂ କରିବାକୁ ଯାଉଛନ୍ତି ବୋଲି ଜାଣି ନଥିଲେ ଜେମିମା। ସେ କହିଛନ୍ତି ଯେ ତାଙ୍କର ରନ ପାଇଁ ଚିନ୍ତା କରୁନଥିଲେ, କେବଳ ଲକ୍ଷ୍ୟ ଥିଲା ଭାରତର ବିଜୟ

ଭାରତକୁ ବିଜୟୀ କରାଇବା ପରେ, ଜେମିମା ରୋଡ୍ରିଗସ୍‌ଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ବାପାଙ୍କୁ ଆଲିଙ୍ଗନ କରି କାନ୍ଦୁଥିବାର ଦେଖାଯାଉଛି। କିନ୍ତୁ ଏହି ଲୁହ ଜଣେ ବାପା ଏବଂ ତାଙ୍କ ଝିଅର ଆନନ୍ଦ। ଏହା ଗର୍ବର ଲୁହ । ଏହି ଦିନ ପାଇଁ, ଏହି ଭାବନା ପାଇଁ, ଜେମିମାଙ୍କ ବାପା ତାଙ୍କ ଝିଅକୁ ଜଣେ ଖେଳାଳି କରିଥିଲେ। ଏହି ଦିନ ପାଇଁ ଜେମିମା ତାଙ୍କ ହାତରେ ବ୍ୟାଟ୍ ଉଠାଇଥିଲେ। ତାଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷା ସତ ହୋଇଗଲା । ସେତେବେଳେ ବାପା ଓ ଝିଅ ଉଭୟ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ମ୍ୟାଚ୍ ପରେ ତାଙ୍କର ବୟାନ ପ୍ରତ୍ୟେକ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟକୁ ଛୁଇଁଥିଲା।

ଭାରତୀୟ ଦଳ ନଭେମ୍ବର ରେ ନଭି ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ଖେଳିବ। ପୂର୍ବରୁ ଦୁଇଥର 2005 ଏବଂ 2017 ରେ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ଭାରତ କିନ୍ତୁ ଟାଇଟଲ ଅଧୁରା ରହିଛି। ତେବେ ଏଥର ଭାରତ ହିଁ ଚାମ୍ପିଅନ ହେବ ବୋଲି ଆଶା ରଖିଛନ୍ତି କ୍ରୀଡାପ୍ରେମୀ।