ଅନୁଗ୍ରହ ନ ଭୁଲୁ ପାକିସ୍ତାନ, ଟି-୨୦ ବିଶ୍ଵକପ୍ ବିବାଦରେ ଏଣ୍ଟ୍ରି କଲା UAE, ପିସିବିକୁ ଦେଲା ବଡ଼ ସନ୍ଦେଶ

NEWS7
kkr-colour-burj-khalifa-ipl-2020

ଦୁବାଇ: ଆଇସିସି ପୁରୁଷ ଟି-୨୦ ବିଶ୍ଵକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ୍ ମ୍ୟାଚ୍ ଉପରେ ଅନିଶ୍ଚିତତା ଲାଗି ରହିଛି। ଗତକାଲି ଆଇସିସିର ପ୍ରତିନିଧିଦଳ ଲାହୋରରେ ପିସିବି ମୁଖ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନ କରିଥିଲେ। ଏଥିରେ ପାକିସ୍ତାନ ଅନେକ ଦାବି ରଖିଥିଲା। ଦାବି ପୂରଣ ହେଲେ ହିଁ ଭାରତ ସହିତ ଟି-୨୦ ବିଶ୍ଵକପ୍ ମ୍ୟାଚ୍ ଖେଳିବ ବୋଲି କହିଥିଲା। ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ୍ ପରେ ଏବେ ଏମିରେଟ୍ସ କ୍ରିକେଟ୍ ବୋର୍ଡ(ଇସିବି) ମଧ୍ୟ ପିସିବିକୁ ଚିଠି ଲେଖି ଫେବୃଆରୀ ୧୫ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅପିଲ୍ କରିଛି।

ରେଭସ୍ପୋର୍ଟ୍ସର ରିପୋର୍ଟ ଅନୁସାରେ, ଏମିରେଟ୍ସ କ୍ରିକେଟ୍ ବୋର୍ଡ ନିଜ ପତ୍ରରେ ପାକିସ୍ତାନକୁ ‘କ୍ରିକେଟ୍ ପରିବାରର ଗୁରୁତ୍ଵପୂର୍ଣ୍ଣ ସଦସ୍ୟ’ ଦର୍ଶାଇ କହିଛନ୍ତି, ୟୁଏଇ ମୁସ୍କିଲ ସମୟରେ ପାକିସ୍ତାନକୁ ନିଜର ମଇଦାନ ଉପଲବ୍ଧ କରାଇଲା। ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନରେ ସାହାଯ୍ୟ କଲା। ବୋର୍ଡ ମନେ ପକାଇ ଦେଇଛି ଯେ, ପାକିସ୍ତାନ କ୍ରିକେଟକୁ ବିଶ୍ଵ ମଞ୍ଚରେ ବଜାୟ ରଖିବାରେ ୟୁଏଇର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏମିତିରେ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କେବଳ କ୍ରିକେଟର କ୍ଷତି ଘଟାଇବ ନୁହେଁ ବରଂ ସହାୟକ ଦେଶର ଆର୍ଥିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇପାରେ।

ଏମିରେଟ୍ସ କ୍ରିକେଟ୍ ବୋର୍ଡ ନିଜ ସନ୍ଦେଶରେ କହିଛି ଯେ, ଟି-୨୦ ବିଶ୍ଵକପ ପରି ବଡ଼ ଟୁର୍ଣ୍ଣାମେଣ୍ଟରେ କୌଣସି ବି ବଡ଼ ମୁକାବିଲା ରଦ୍ଦ ହେବା ପ୍ରସାରଣ ଅଧିକାର, ପ୍ରାୟୋଜକ ଓ ବିଶ୍ଵ କ୍ରିକେଟ୍ ଦର୍ଶକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଏଥିରେ ପୂରା କ୍ରିକେଟର ଇକୋସିଷ୍ଟମକୁ କ୍ଷତି ହୋଇପାରେ। ଏଥିପାଇଁ ସମସ୍ତ ପକ୍ଷଙ୍କୁ ମିଶି ବ୍ୟବହାରିକ ଓ ସ୍ଵୀକାର୍ଯ୍ୟ ସମାଧାନ ବାହାର କରିବା ଉଚିତ୍।

ଶ୍ରୀଲଙ୍କା ଦେଇଥିଲା କଡ଼ା ଚେତାବନୀ

ଏହା ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ୍ ମଧ୍ୟ ପିସିବିକୁ ନିଜର ଆଭିମୁଖ୍ୟ ବଦଳାଇବାକୁ ଅପିଲ୍ କରିଥିଲା। ସମ୍ଭାବିତ ଆର୍ଥିକ କ୍ଷତିର କାରଣ ବି ଦର୍ଶାଇଥିଲା ଶ୍ରୀଲଙ୍କା ବୋର୍ଡ। ଏବେ ୟୁଏଇ ସାମ୍ନାକୁ ଆସିବାରୁ ଏହା ସ୍ପଷ୍ଟ ହୋଇଛି ଯେ, ଅନ୍ତର୍ଜାତୀୟ କ୍ରିକେଟ୍ ସମୁଦାୟ ପାକିସ୍ତାନ ଉପରେ ଚାପ ପକାଉଛନ୍ତି। ଅନ୍ୟ ପଟେ ଆଇସିସି ପାକିସ୍ତାନ ସହ ଆଲୋଚନା କରି ବିବାଦର ସମାଧାନ ରାସ୍ତା ବାହାର କରିବାକୁ ଉଦ୍ୟମ ଜାରି ରଖିଛି।

ଆଇସିସି ପାଇଁ ଭାରତ-ପାକିସ୍ତାନ ମ୍ୟାଚ୍ ବହୁତ ଗୁରୁତ୍ଵପୂର୍ଣ୍ଣ। କାରଣ ମୁକାବିଲା ପ୍ରସାରଣ ରାଜସ୍ଵ, ବିଜ୍ଞାପନ ଓ ବୈଶ୍ଵିକ ଦର୍ଶକ ଦୃଷ୍ଟିରୁ ସବୁଠୁ ବଡ଼ ଆକର୍ଷଣ କୁହାଯାଏ। ଅନ୍ୟପଟେ ପାକିସ୍ତାନ ଆଇସିସି ସମ୍ମୁଖରେ ତିନୋଟି ବଡ଼ ଦାବି ରଖିଛି। ପ୍ରଥମ ପାକିସ୍ତାନିକୁ ଆଇସିସି ପକ୍ଷରୁ ସେୟାରିଂରେ ଅଧିକ ଅର୍ଥରାଶି ମିଳୁ। ଭାରତ ସହିତ ଦ୍ଵିପାକ୍ଷିକ ସିରିଜ୍ ଆୟୋଜନ ହେଉ। ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଖେଳାଳି କରମର୍ଦ୍ଦନ କରନ୍ତୁ।