ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ବ୍ରହ୍ମା ବାବାଙ୍କର ୫୭ତମ ଅବ୍ୟକ୍ତ ଦିବସ, ସ୍ବ ପରିବର୍ତ୍ତନରେ ବିଶ୍ବ ପରିବର୍ତ୍ତନର ସଙ୍କଳ୍ପ ଦୋହରାଇଲେ ଅନୁଗାମୀ

NEWS7
kishan-kranti-padyatra-in-delhi

କଟକ: ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଦାଦା ଲେଖରାଜ ତଥା ବ୍ରହ୍ମା ବାବାଙ୍କର ୫୭ତମ ଅବ୍ୟକ୍ତ ଦିବସ କଟକର ଝାଞ୍ଜିରୀମଙ୍ଗଳା ଆଶ୍ରମରେ ପାଳିତ ହୋଇଯାଇଛି। ୧୯୬୯ ମସିହା ଜାନୁଆରୀ ୧୮ତାରିଖରେ ପ୍ରଜାପିତା ବ୍ରହ୍ମା ଦେହତ୍ୟାଗ କରିଥିଲେ।

ଏମିତିରେ ରବିବାର ବ୍ରହ୍ମା ବାବାଙ୍କ ସ୍ମୃତିରେ କଟକ ଝାଞ୍ଜିରୀମଙ୍ଗଳା ଆଶ୍ରମରେ ସମୂହ ଯୋଗାଭ୍ୟାସ ସହ ବ୍ରହ୍ମା ବାବାଙ୍କ ସ୍ମୃତି ଚାରଣ କରାଯାଇଥିଲା। ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ମାଧ୍ୟମରେ ସ୍ବ ପରିବର୍ତ୍ତନରେ ବିଶ୍ବ ପରିବର୍ତ୍ତନର ବାର୍ତ୍ତା ଦେଇଥିଲେ ପ୍ରଜାପିତା ବ୍ରହ୍ମା। ତେଣୁ ତାଙ୍କ ଅବ୍ୟକ୍ତ ଦିବସରେ ସ୍ବ ପରିବର୍ତ୍ତନରେ ବିଶ୍ବ ପରିବର୍ତ୍ତନର ସଙ୍କଳ୍ପ ଦୋହରାଇଛନ୍ତି ବ୍ରହ୍ମାକୁମାରୀ ଅନୁଗାମୀମାନେ।