ଭାଗ୍ୟର ବିଡମ୍ୱନା, ଆଣିଥାନ୍ତେ କେକ୍, ହୋଇଥାନ୍ତା ସେଲିବ୍ରେସନ: ହେଲେ ଡାକିନନେଲା ଯମ

NEWS7
kim-yo-jong-threatens-south-korea

ଭଦ୍ରକ ୦୮/୧୨: ଡିସେମ୍ୱର ୮, ଥିଲା ସ୍ମରଣୀୟ । ହାତକୁ ହୋଇଥିଲେ ଦିହାତ । ସାତ ଜନମର ସାଥୀ ହୋଇ ଚାଲିବାର ନେଇଥିଲେ ପଣ । କେକ୍ ଆସିଥାନ୍ତା, ସାଥୀ ହୋଇ କାଟିଥାନ୍ତୁ । ଅପେକ୍ଷାରେ ବସିଥିଲେ ଘରଣୀ । ହେଲେ ସେ ଆସିବେ କଣ ଆସିଲା ତାଙ୍କ ମୃତ୍ୟୁ ଖବର । ବିବାହ ବାର୍ଷିକୀରେ ମିଳିଲା ସ୍ବାମୀଙ୍କ ମୃତ୍ୟୁ ଖବର ।

ଆମେ କହୁଛୁ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ କଥା । ଯାତ୍ରା ଇନ୍ଦ୍ରଭୁବନ୍ ର ହାସ୍ୟ କଳାକାର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଷେଣ୍ଢପୁର ଠାରେ ଯାତ୍ରା ମଞ୍ଚସ୍ଥ ହେଉଥିଲା । ଯାତ୍ରା ସାରି ଅପରାହ୍ନ ରେ କମିଟି ସଦସ୍ୟ ଙ୍କ ବାଇକ୍ ରେ ସାଙ୍ଗଙ୍କ ନିକଟ କୁ ଆସିଥିଲେ । ପୁଣି ନାଟକ ପାଇଁ ଭଦ୍ରକରୁ ଫେରିବା ବେଳେ ୧୬ନମ୍ୱର ଜାତୀୟ ରାଜପଥ ର ଧାମନଗର ଥାନା ଅଧୀନ ଚିଙ୍ଗୁଡିପୂର୍ ଠାରେ ଦୁର୍ଘଟନାରେ ଗୁରୁଙ୍କର ମୃତ୍ୟୁ ହୋଇଛି ।

ପରେ ତାଙ୍କ ପରିବାର ବର୍ଗ, ସାଥୀ କଳାକାର ଓ ଅନେକ ଯାତ୍ରା ପାର୍ଟି ମାଲିକ ଓ ମ୍ୟାନେଜର ମାନେ ଭଦ୍ରକ ମେଡିକାଲରେ ଶେଷ ଦର୍ଶନ କରିଚନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତଦେହ କଟକ ବାସଭବନକୁ ଫେରିଥିବା ବେଳେ ପୁରୀ ସ୍ଵର୍ଗଦ୍ଵାରରେ ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି । ତେବେ ଗୁରୁଙ୍କ ଦେହାନ୍ତ ପରେ ଯାତ୍ରା ପରିବେଷଣ ବନ୍ଦ୍ କରାଯାଇଛି ।