LIVE TV

Bihar Election: ବିହାର ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ

NEWS7
kim-jong-un-seen-in-public-for-first-time-after-one-month-disappearance-in-north-kore

ପାଟନା: ବିହାରରେ ନଭେମ୍ୱର ୬ରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ସଂଧ୍ୟା ୫ଟାରୁ ପ୍ରଚାର ଶେଷ ହୋଇଛି । ଯେଉଁ ୧୮ ଜିଲ୍ଲାରେ ନଭେମ୍ୱର ୬ରେ ମତଦାନ ହେବ, ସେଠାରେ ଜନସଭା ହୋଇପାରିବ ନାହିଁ । ଆଜି ସଂଧ୍ୟା ୫ଟା ପରେ, ଏବେ ନିର୍ବାଚନର ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀ ନଭେମ୍ୱର ୫ ରାତି ଯାଏ କେବଳ ଜନସଂପର୍କ କରିପାରିବେ ।

୧୮ ଜିଲ୍ଲାର ୧୨୧ ଆସନରେ ୧୩୧୪ ପ୍ରାର୍ଥୀ କରୁଛନ୍ତି ପ୍ରତିଦ୍ୱନ୍ଦ୍ୱିତା

ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଅକ୍ଟୋବର ୧୦ ତାରିଖରେ ଗେଜେଟ୍ ବିଜ୍ଞପ୍ତି ଜାରି କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଅକ୍ଟୋବର ୧୦ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିଲା । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୨୦ ଥିଲା । ପ୍ରଥମ ପର୍ଯ୍ୟାୟ ପାଇଁ ୧୮ଟି ଜିଲ୍ଲାର ୧୨୧ଟି ଆସନ ପାଇଁ ନାମାଙ୍କନ ଦାଖଲ କରାଯାଇଥିଲା । ଏହି ଜିଲ୍ଲାଗୁଡ଼ିକ ହେଉଛି ମାଧେପୁରା, ସହରସା, ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ସିୱାନ, ସରନ, ବୈଶାଳୀ, ସମସ୍ତିପୁର, ବେଗୁସରାଇ, ଖଗାରିଆ, ମୁଙ୍ଗେର, ଲଖିସରାଇ, ଶେଖପୁରା, ନାଳନ୍ଦା, ପାଟନା, ଭୋଜପୁର ଏବଂ ବକ୍ସର । ଏହି ୧୨୧ଟି ଆସନ ପାଇଁ ମୋଟ ୨,୪୯୬ ଜଣ ନାମାଙ୍କନ ଦାଖଲ କରିଥିଲେ । ଯାଞ୍ଚ ପରେ, ୧୯୩୯ ଜଣ ବୈଧ ପଡ଼ିଥିଲେ । ଏଥିମଧ୍ୟରୁ ୭୦ ଜଣ ପ୍ରାର୍ଥୀ ପରେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିଥିଲେ । ପରବର୍ତ୍ତୀ ସମୟରେ, ନାମାଙ୍କନଗୁଡ଼ିକୁ ଅନେକ ସେଟରେ ସଜାଯାଇଥିଲା, ପ୍ରତି ପ୍ରାର୍ଥୀଙ୍କ ପାଇଁ ଗୋଟିଏ ନାମାଙ୍କନ ବିଚାର କରାଯାଇଥିଲା, ଯାହା ଫଳରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ୧,୩୧୪ ରେ ପହଞ୍ଚିଥିଲା ।

ଦୀପାବଳି ଓ ଛଠ୍ ଛୁଟି ମଧ୍ୟରେ ରାଜନୈତିକ ଦଳର ପ୍ରଚାର ଧିରେ ଧିରେ ଚାଲିଥିଲା, କିନ୍ତୁ ଛଠ୍ ପରେ କ୍ୟାମ୍ପେନିଂ ଜୋର ଧରିଥିଲା । ଜନସଭା ଓ ମାଇକ୍ ପ୍ରଚାର ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା । ଏବେ ମତଦାନର ପୂରା ପ୍ରସ୍ତୁତି ଶେଷ ହୋଇଛି । ମତଦାନ କର୍ମୀଙ୍କୁ ସବୁ ଜିଲ୍ଲାରେ ଡ୍ୟୁଟି ସମ୍ୱନ୍ଧିତ କାଗଜପତ୍ର ପ୍ରଦାନ କରାଯାଇଛି । ବୁଧବାର ସବୁ କର୍ମୀ ଇଭିଏମ୍-ଭିଭିପାଟ୍ ଆଦି ନେଇ ମତଦାନ କେନ୍ଦ୍ରରେ ପହଞ୍ଚିବେ । ନଭେମ୍ୱର 6ରେ ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା 6ଟା ଯାଏ ଚାଲିବ । କିଛି ସମ୍ୱେଦନଶୀଳ ଆସନରେ ସଂଧ୍ୟା 5ଟା ଯାଏ ଭୋଟ ହେବ ।