ସୁଧୀର ଦଳବିଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବ ଶିରିଡି ଟ୍ରଷ୍ଟ; କୋର୍ଟରୁ ମିଳିଲା ମଞ୍ଜୁରି

NEWS7
kim-jong-un-is-plotting-to-assassinate-biden

ମୁମ୍ଵାଇ ୦୪।୧୧; ପ୍ରସିଦ୍ଧ ଅଭିନେତା ସୁଧୀର ଦଲବି ଏବେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ସେ ସେପ୍ସିସ୍ ସଂକ୍ରମଣ ସହିତ ସଂଘର୍ଷ କରୁଛନ୍ତି। ତାଙ୍କ ପରିବାର ତାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ। ଏବେ, ଆଶ୍ୱସ୍ତି ମିଳିଛି, ବମ୍ବେ ହାଇକୋର୍ଟ ଶିରିଡି ସାଇ ବାବା ସଂସ୍ଥାନକୁ ଅଭିନେତା ସୁଧୀର ଦଲବିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି।

ଗମ୍ଭୀର ରୋଗରେ ପୀଡିତ ସୁଧୀର

ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ସୁଧୀର ଦଲବିଙ୍କୁ ୧୧ ଲକ୍ଷର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି। କାରଣ ସେ ବର୍ତ୍ତମାନ ଏକ ସ୍ୱାସ୍ଥ୍ୟଗତ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ଓ ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକତା ରହିଛି। ସୁଧୀର କିମ୍ବଦନ୍ତୀ ଅଭିନେତା ମନୋଜ କୁମାରଙ୍କ ଚଳଚ୍ଚିତ୍ର " ଶିରିଡି କେ ସାଇ ବାବା " ରେ ସାଇ ବାବା ଭୂମିକାରେ ଅଭିନୟ କରିଥିଲେ। ଏହି ଭୂମିକା ତାଙ୍କୁ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ କରାଇଥିଲା। ତାଙ୍କ କାମ ଏତେ ପପୁଲାର ହୋଇଥିଲା ଯେ ଲୋକମାନେ ତାଙ୍କୁ ସାଇ ବାବା ଭାବି ପୂଜା କରିବା ଆରମ୍ଭ କରିଥିଲେ।

ସୁଧୀରଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରଶଂସକମାନେ ସୁଧୀରଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଅଭିନେତା ଚଳଚ୍ଚିତ୍ର ଏବଂ ଟିଭି ଶିଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ଶିରିଡି ଚଳଚ୍ଚିତ୍ରରେ ସାଇ ବାବା ଭୂମିକାରେ ଅଭିନୟ କରିବା ସହିତ, ସେ ଧାରାବାହିକ ରାମାୟଣରେ ମଧ୍ୟ ଋଷି ବଶିଷ୍ଠ ଭୂମିକାରେ ଅଭିନୟ କରିଥିଲେ। ସୁଧୀର ବିଷ୍ଣୁ ପୁରାଣ, ବୁନିଆଦ, ଜୁନୁନ୍ ଏବଂ କ୍ୟୁଙ୍କି ସାସ ଭି କଭି ବହୁ ଥି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି।