ହଟି ପାରିବେକି ଭାରତର ମୁଖ୍ୟ ନିର୍ବାଚନ କମିଶନର, ଜାଣନ୍ତୁ କ’ଣ କହୁଛି ସମ୍ବିଧାନ?

NEWS7
khyala-double-murder-casemurder-script-was-witten-2-months-back-accused-arrested

ନୂଆଦିଲ୍ଲୀ ୧୪।୩: ଭାରତୀୟ ରାଜନୀତିର ଏକ ବିରଳ ଘଟଣାକ୍ରମରେ ‘ଇଣ୍ଡିଆ’ ବ୍ଲକ୍ ଅନ୍ତର୍ଗତ ବିରୋଧୀ ଦଳଙ୍କ ସାଂସଦମାନେ ସଂସଦର ଉଭୟ ସଦନରେ ନୋଟିସ୍ ଉପସ୍ଥାପନ କରି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ଦାବି କରିଛନ୍ତି। ସିଇସିଙ୍କ ବିରୋଧରେ ଏହି ନୋଟିସ୍ ପଶ୍ଚିମବଙ୍ଗରେ ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର)ରେ ଅନିୟମିତତା, ବିପୁଳ ସଂଖ୍ୟାରେ ଭୋଟରଙ୍କୁ ଅଯୋଗ୍ୟ ଘୋଷିତ କରିବା ଓ ଶାସକ ବିଜେପି ପ୍ରତି ପକ୍ଷପାତ କରିବା ଅଭିଯୋଗ ପରେ ଆସିଛି। ଏହି ପଦକ୍ଷେପକୁ ଭାରତର ନିର୍ବାଚନ ଇତିହାସରେ କୌଣସି ସିଇସିଙ୍କ ବିରୋଧରେ ମହାଭିଯୋଗ ଚଳାଇବାର ପ୍ରଥମ ପ୍ରୟାସ ଭାବେ ଦେଖା ଯାଉଛି। ହେଲେ ଏବେ ପ୍ରଶ୍ନ ଉଠୁଛି ସତରେ କ’ଣ ସିଇସିଙ୍କୁ ତାଙ୍କ ପଦବୀରୁ ହଟା ଯାଇ ପାରିବ? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି ହଁ, ହେଲେ ଏତେ ସହଜ ନୁହେଁ।

ଭାରତର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ପଦବୀରୁ ହଟାଇବା ଏତେ ସହଜ ନୁହେଁ। କାରଣ ଏହାର ପ୍ରକ୍ରିୟା ଅତ୍ୟନ୍ତ କଠୋର ଓ ଅର୍ଦ୍ଧ ନ୍ୟାୟିକ ପ୍ରକ୍ରିୟାର ଆବଶ୍ୟକତା ପଡିଥାଏ, ଯାହା ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିଚାରପତିଙ୍କୁ ହଟାଇବା ପ୍ରକ୍ରିୟା ସହ ସମାନ। ତେବେ ଏ ନେଇ ଆମ ସମ୍ବିଧାନ କଣ କହୁଛି ଆସନ୍ତୁ ଜାଣିବା।

କ’ଣ ରହିଛି ସମ୍ବିଧାନରେ ବ୍ୟବସ୍ଥା?ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୪(୫)ରେ ସିଇସିଙ୍କ ସ୍ୱତନ୍ତ୍ରତା ରକ୍ଷା ନିମନ୍ତେ କୁହାଯାଇଛି ଯେ ତାଙ୍କୁ କେବଳ ସେହି ଉପାୟରେ ଓ ସେହି ଆଧାରରେ ହଟା ଯାଇ ପାରିବ ଯେଉଁଭଳି ସୁପ୍ରିମକୋର୍ଟର ବିଚାରପତିଙ୍କୁ ହଟା ଯାଏ। ଏହା ବ୍ୟତୀତ ସିଇସିଙ୍କ ନିଯୁକ୍ତି ପରେ ସେବା ସର୍ତ୍ତରେ ତାଙ୍କ ହୀତ ବିରୋଧରେ କୌଣସି ପରିବର୍ତ୍ତନ କରାଯାଇ ପାରିବନି। ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନ (ନିଯୁକ୍ତି, ସେବା ସର୍ତ୍ତ ଓ କାର୍ଯ୍ୟକାଳ) ଅଧିନିୟମ ୨୦୨୩ ରେ ଆହୁରି ମଜଭୁତ କରାଯାଇଛି। ଏହି ଆଇନ ବରଖାସ୍ତକୁ ଦୁଇଟି ଆଧାରରେ ସୀମିତ କରୁଛି। ଏଥିରୁ ଗୋଟିଏ ହେଲା ପ୍ରମାଣିତ ଦୁର୍ବ୍ୟବହାର, ଦୁର୍ନୀତି ଅଥବା କ୍ଷମତାର ଦୂରୁପଯୋଗ ଓ ଅନ୍ୟଟି ହେଲା ଶାରୀରିକ ଅଥବା ମାନସିକ ଅକ୍ଷମତା।

ହଟାଇବାର ପ୍ରକ୍ରିୟା କ’ଣ?ସିଇସିଙ୍କୁ ହଟାଇବା ପ୍ରକ୍ରିୟା ସମ୍ବିଧାନର ଅନୁଛେଦ ୧୨୪(୪)ରେ ଆଧାରିତ ଓ ବିଚାରପତି (ଯାଞ୍ଚ) ଅଧିନିୟମ ୧୯୬୮ ପ୍ରାବଧାନ ଅନୁସାରେ ବାସ୍ତବିକ ଜଟିଳ।

  • ଏଥିରେ ପ୍ରଥମେ କୁହାଯାଇଛି ଯେ ଏପରି କୌଣସି ପ୍ରସ୍ତାବକୁ ଲୋକସଭାର ୧୦୦ ସାଂସଦ ଓ ରାଜ୍ୟସଭାର ୫୦ ସାଂସଦଙ୍କ ସମର୍ଥନ ଥିବା ଦରକାର ଓ ଏହାକୁ ଲୋକସଭା ଅଧ୍ୟକ୍ଷ ଅଥବା ଚେୟାରମ୍ୟାନଙ୍କ ଆଗରେ ଉପସ୍ଥାପିତ କରାଯିବା ଆବଶ୍ୟକ। ଏହା ପରେ ପୀଠାସୀନ ଅଧିକାରୀ ପ୍ରସ୍ତାବର ସମୀକ୍ଷା କରିବେ ଓ ସେ ଏହାକୁ ସ୍ୱୀକାର ଅଥବା ଅସ୍ୱୀକାର କରିପାରିବେ।
  • ଏଥିରେ ଯଦି ଆବେଦନ ସ୍ୱୀକାର ହୋଇଯାଏ ପରବର୍ତ୍ତି ପର୍ଯ୍ୟାୟରେ ୩ ସଦସୀୟ ସ୍ୱାଧୀନ କମିଟି ଗଠନ କରାଯିବ, ଯେଉଁଥିରେ ସୁପ୍ରିମକୋର୍ଟର ଜଣେ କାର୍ଯ୍ୟରତ ବିଚାରପତି, ହାଇକୋର୍ଟଙ୍କ ଜଣେ ମୁଖ୍ୟ ବିଚାରପତି ଓ ଜଣେ ପ୍ରତିଷ୍ଠିତ ନ୍ୟାୟବିଦ୍ ରହିବେ। ଏହି କମିଟି ଅଭିଯଗର ବିସ୍ତୃତ ଯାଞ୍ଚ କରିବେ, ସାକ୍ଷ ବିଶ୍ଲେଷଣ କରିବେ ଓ ଏହା ପ୍ରମାଣିତ କରିବେ ଏଥିରେ ସିଦ୍ଧ ଦୁର୍ବ୍ୟବହାର ଅଥବା ଅକ୍ଷମତା ରହିଛି କି?
  • ଯଦି ଏହି କମିଟି ଅଭିଯୋଗ ପୁଷ୍ଟି କରନ୍ତି, ତେବେ ପ୍ରସ୍ତାବ ଉପରେ ବିତର୍କ ହେବ। ଏହାକୁ ଉଭୟ ସଦନର ମିଳିତ ଅଧିବେଶନରେ ସ୍ୱତନ୍ତ୍ର ବହୁମତରେ ଗୃହୀତ କରାଯିବା ଆବଶ୍ୟକ।
  • ଯଦି ସଂସଦର ମଞ୍ଜୁରୀ ମିଳେ ପରେ ରାଷ୍ଟ୍ରପତିଙ୍କୁ ଏକ ପତ୍ର ପଠାଯିବ, ଯିଏ ଅଧିକାରୀକ ବରଖାସ୍ତ କରିପାରିବେ।

ଏହି ପ୍ରକ୍ରିୟା ପାଇଁ ଦୀର୍ଘ ସମୟ ଲାଗି ପାରେ। କାରଣ ଏଥିରେ ଗହନ ଆଇନଗତ ଯାଞ୍ଚ ମଧ୍ୟ ଥାଏ। ଏଣୁ ଏହା ଏକ ଅବିଶ୍ୱାସ ପ୍ରସ୍ତାବ ବା ସଂସଦୀୟ ନିନ୍ଦା ତୁଳନାରେ ଅନେକ ଅଧିକ କଠୋର ହୋଇଯାଏ।