LIVE TV

ସୁପର ମୁନକୁ ନେଇ ସାରା ଦୁନିଆରେ ଚର୍ଚ୍ଚା, କାର୍ତ୍ତିକ ପୂର୍ଣ୍ଣିମାରେ ପୃଥିବୀ ନିକଟକୁ ଆସିଯାଇଥିଲା କି ଜହ୍ନ?

NEWS7
khusboo-sundars-life-saved-in-road-accident-in-tamilnadu

ହେନାନ୬।୧୧: କାର୍ତ୍ତିକ ପୂର୍ଣ୍ଣିମା ରାତିରେ ସତରେ କ’ଣ ଜହ୍ନ ପୃଥିବୀ ନିକଟକୁ ଆସିଯାଇଥିଲା? ସୁପରମୁନ୍ ସେତେବେଳେ ହୁଏ ଯେତେବେଳେ ଚନ୍ଦ୍ର ନିଜ କକ୍ଷରେ ପୃଥିବୀର ସବୁଠୁ ନିକଟତମ ବିନ୍ଦୁରେ ଥାଏ, ଏହାକୁ ‘ପେରିଜି’ କୁହାଯାଏ ଓ ଏହା ପୂର୍ଣ୍ଣ ଚନ୍ଦ୍ର ମଧ୍ୟ। ୫ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ର ଅଚାନକ ଆକାଶରେ ଟିକେ ବଡ଼ ଦେଖାଯାଇଥିଲା ଓ ବେସ୍ ଚମକଦାର ମଧ୍ୟ ଥିଲା। ଏପରି ଲାଗିଥିଲା ଯେପରି ସେ ପୃଥିବୀର ବେଶ୍ ନିକଟକୁ ଚାଲି ଆସିଛି। ତେବେ ଆସନ୍ତୁ ଜାଣିବା ହୋଇଥିଲା କ’ଣ?

ସତ୍ୟତା ହେଉଛି ସୁପରମୁନ୍‌ ପୃଥିବୀର ଖୁବ୍ ନିକଟରେ ହୋଇଥାଏ, ହେଲେ ନିଜ କକ୍ଷ ଛାଡି ପୃଥିବୀ ନିକଟକୁ ଆସି ନଥିଲା। ସୁପରମୁନ୍ ସହ ଆକର୍ଷକ ଘଟଣା ତ ଘଟିଥାଏ ତେବେ ଏହା ଏକ ଭ୍ରମ ଥିଲା। ପାଖରେ ଦେଖାଯାଉଥିବା ଜହ୍ନ ଓ ପୃଥିବୀର ବାସ୍ତବିକ ଆକାର ଏବଂ ପୃଥିବୀଠାରୁ ଚନ୍ଦ୍ରର ଦୂରତା ଅପରିବର୍ତ୍ତିତ ରହିଥାଏ। ‘ବିଭରମୁନ୍’ ଭାବେ ଜଣା ଏହି ଚନ୍ଦ୍ର ପୃଥିବୀଠାରୁ ୨୨୧,୮୧୮ ମାଇଲ (୩,୫୬,୯୮୦ କିଲୋମିଟର) ଦୂରରେ ଉଇଁଥାଏ।

ସୁପରମୁନ୍ ରେ ଜହ୍ନ ଏକ ସାଧାରଣ ପୂର୍ଣ୍ଣିମା ତୁଳନାରେ ୧୪% ବଡ଼ ଓ ପାଖାପାଖି ୩୦% ଅଧିକ ଚମକଦାର ଦେଖାଯାଏ। ଖାସ କରି ଯେତେବେଳେ ଦିଗବଳୟ ପାଖରେ ଏହା ଥାଏ। ସେହି ସମୟ ‘ଚନ୍ଦ୍ର ଭ୍ରମ’ ସୃଷ୍ଟି ହୁଏ। ଏଥିରେ ଚନ୍ଦ୍ର ପୃଥିବୀରେ ଥିବା ବସ୍ତୁଙ୍କ ତୁଳନାରେ ବହୁତ ବଡ଼ ଦେଖାଯାଏ। ଆମ ମସ୍ତିଷ୍କ ଦିଗବଳୟ ନିକଟରେ ଚନ୍ଦ୍ରକୁ ବଡ଼ ଭାବେ ବୁଝିଥାଏ। ୨୦୨୫ ମସିହାର ଏହା ତୃତୀୟ ତଥା ଶେଷ ସୁପରମୁନ ଥିଲା। ତେବେ ଏହାର ଉଜ୍ଜ୍ୱଳତା ଓ ବିରାଟ ଦେଖାଯିବା ଲାଗିଥିଲା ସତେ ଯେମିତି ପୃଥିବୀ ନିକଟକୁ ଚାଲି ଆସିଛି।  

ମସ୍ତିଷ୍କ ଦିଗବଳୟ ନିକଟରେ ଚନ୍ଦ୍ରକୁ ବହୁତ ଦୂରରେ ମାନିଥାଏ, କାରଣ ଏହାକୁ ଦୂରସ୍ଥ ବସ୍ତୁ ସନ୍ଦର୍ଭରେ ଦେଖାଯାଏ। ତଥାପି ଏହାର ରେଟିନା ଛବିର ଆକାର ସ୍ଥିର ଥାଏ। ଦିଗବଳୟ ନିକଟରେ ସୁପରମୁନ୍ ଆଶ୍ଚର୍ଯ୍ୟଜନକ ଭାବେ ବଡ଼ ଦେଖାଯିବା ମୁଖ୍ୟ ରୂପେ ଏକ ଆଲୋକ ଓ ମନୋବୈଜ୍ଞାନିକ ଭ୍ରମ କାରଣରୁ ହୋଇଥାଏ। ଯଦି ଆପଣ ଗତ ରାତିରେ ଚନ୍ଦ୍ରଙ୍କୁ ଦେଖି ପାରି ନାହାନ୍ତି ତେବେ ଚୀନ୍ ହେନାନ ପ୍ରାନ୍ତର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଅଧିକାରୀକ ଆକାଉଣ୍ଟରେ ସେୟାର କାରଯାଇଥିବା ଫଟୋଚିତ୍ର ଦେଖି ପାରନ୍ତି।