ବିବାହ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଗୁରୁତର ମେସିଙ୍କ ଭଉଣୀ ମାରିଆ, ହସ୍ପିଟାଲରେ ଭର୍ତ୍ତି

NEWS7
kendujhar-truck-owners-association-complaint-against-paradip-truck-owner-association

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ମହାନ ଫୁଟବଲ୍ର ଲିଓନେଲ୍ ମେସିଙ୍କ ଭଉଣୀ ମାରିଆ ସୋଲ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ମିଆମୀରେ ନିଜେ କାର ଡ୍ରାଇଭିଂ କରି ଯାଉଥିବା ବେଳେ ସେ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ, ତାଙ୍କ ଶରୀରରେ ଅନେକ ଅଙ୍ଗ ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ତାଙ୍କ ଶରୀରର କିଛି ଅଂଶ ଜଳିଯାଇଥିବା ମଧ୍ୟ କୁହଯାଉଛି । ସବୁଠାରୁ ବଡ଼ କଥା ହେଉଛି, ନୂଆବର୍ଷରେ ତାଙ୍କ ବିବାହ ହେବାର ଥିଲା । କିନ୍ତୁ ଏବେ ବାହା ଘର ବାତିଲ ହୋଇଛି ।

 

ରିପୋର୍ଟ ଅନୁସାରେ, ହଠାତ ସୋଲଙ୍କ ଶାରୀରିକ ଅସୁସ୍ଥତା ହେବାରୁ ସେ କାର ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏବେ ସୋଲଙ୍କୁ ଦୀର୍ଘ ଦିନ ଧରି ହସ୍ପିଟାଲରେ ରହିବାକୁ ପଡ଼ିବ । ତେଣୁ ତାଙ୍କ ବାହା ଘର ବାତିଲ ହୋଇଯାଇଛି । କିଛି ଦିନ ପୂର୍ବରୁ ଲିଓନେଲ୍ ମେସି ୩ ଦିନିଆ ଭାରତ ଗସ୍ତରେ ଆସିଥିଲେ । ସେ କୋଲକାତା, ହାଇଦ୍ରାବାଦ, ମୁମ୍ବାଇ, ନୂଆଦିଲ୍ଲୀ ଏବଂ ପରେ ସେ ବନତାରା ଯାଇଥିଲେ ।

ଖବର ଅନୁସାରେ, ମେସିଙ୍କ ଭଉଣୀଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି । ଶରୀରରେ ଜଳିବାର କ୍ଷତ ଚିହ୍ନ ବି ରହିଛି। ମେସିଙ୍କ ସାନ ଭଉଣୀ ମାରିଆଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ତାଙ୍କର ଚିକିତ୍ସା ଚାଲିଛି ।

ମାରିଆ ସୋଲ୍ ମିଆମୀର ୧୯ ବର୍ଷରୁ କମ୍ କ୍ରିକେଟ ଟିମର କୋଚ୍ ଜୁଲିଆନ ଆରେଲାନୁଙ୍କ ବିବାହ କରିବେ । ସେମାନଙ୍କ ବିବାହ ଜାନୁଆରୀ ୩ରେ ହେବାର ଥିଲା । ମେସିଙ୍କ ଭଉଣୀ ବୋଲି ପରିଚିତ ପାଇଥିବା ମାରିଆଙ୍କର ମଧ୍ୟ ନିଜର ବଡ଼ ପରିଚୟ ରହିଛି । ସେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଏବଂ ଡିଜାଇନର । ମାରିଆ ସୋଲ୍, ‘ବିକିନିସ୍ ରିଓ’ନାମରେ ଏକ ଫେସନ ବ୍ରାଣ୍ଡର ପ୍ରତିଷ୍ଠା କରିଛନ୍ତି । ବିଶ୍ବରେ ଏହାର ଖୁବ ଲୋକପ୍ରିୟତା ରହିଛି ।