ଥମୁନି ବର୍ବରତା: ପଢିବାକୁ ଯାଇଥିଲା ଝିଅ, ସଂଜ୍ଞ୍ୟାହୀନ ଅବସ୍ଥାରେ ହେଲା ଉଦ୍ଧାର

NEWS7
kendera-artist-has-shown-his-talent-in-the-studio

ରାଉରକେଲା ୦୬/୦୨: ବଢିଚାଲିଛି ବର୍ବରତା । ସୀମା ଟପୁଛି ଳଜ୍ଜ୍ୟା । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ମୃତକ ଛାତ୍ରୀ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗାଁର । ଗୁରୁବାର ସ୍କୁଲକୁ ଯାଇ ଆଉ ଫେରିନଥିଲେ ଛାତ୍ରୀ । ଖୋଜାଖୋଜି ପରେ ମୁର୍ମୂଷ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର । ମେଡିକାଲ ଛାତ୍ରୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଦୁଷ୍କର୍ମ ପରେ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ସୂଚନା । ବିଶ୍ରା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସର ଛାନଭିନ୍ ।

ସୂଚନାଥାଉକି, ନାବାଳିକା ଦଶମ ଶ୍ରେଣୀ ଝିଅ ସାଇକେଲରେ ପ୍ରାୟ ୮ କିଲୋମିଟର ପାଠ ପଢିବାକୁ ସ୍କୁଲକୁ ବାହାରି ଥିଲା । ପରେ ବାପା ସ୍କୁଲର ଜଣେ ଶିକ୍ଷକଙ୍କୁ ଫୋନ୍ କରି କହିଥିଲେ ଝିଅ ହାତରେ ଚେରମୂଳି ଔଷଧ ପଠାଇ ଦେବା ପାଇଁ କିନ୍ତୁ ପ୍ରତି ଉତ୍ତର ମିଳିଲା ଝିଅ ସ୍କୁଲ ଆସିନାହିଁ । ପରିବାର ଲୋକେ ଅପହରଣ କରାଯିବା ନେଇ ବିଶ୍ରା ଥାନାରେ ଅଭିଯୋଗ କରିଥିଲେ ।

ଖୋଜା ଖୋଜି କରି ଜଙ୍ଗଲରୁ ମୂର୍ମଷ ଅବସ୍ଥାରେ ଝିଅକୁ ଉଦ୍ଧାର କରିଥିଲେ । ପ୍ରଥମେ ଵିଶ୍ରା ଡାକ୍ତରଖାନା ପରେ, ରାଉରକେଲା ହାଇଟେକ୍ ସେଠାରୁ ରାଉରକେଲା ଆପୋଲୋ, IGH ଶେଷରେ ରାଉରକେଲା ସରକାରି ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।