ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ କୋଟିର ଅନୁଦାନ, ଏଣିକି ନିର୍ଦ୍ଧାରିତ ସମୟରେ ଯାତ୍ରା

NEWS7
kejriwal-wait-for-6hours

ଭୁବନେଶ୍ୱର ୨୫/୦୨: ଚଳିତ ବର୍ଷ କେନ୍ଦ୍ରାପଡ଼ାର ନୂତନ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ବିଶେଷ ଅନୁଦାନ ମଞ୍ଜୁର କରିଛନ୍ତି। ବିଗତ କିଛି ବର୍ଷ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍ ନ ଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା । ଏହାର ପରିଣାମ ସ୍ୱରୂପ ରଥ ମାଉସୀମାଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁନଥିଲା ଏବଂ ପ୍ରାୟତଃ ଏକ କିମ୍ବା ଦୁଇ ଦିନ ବିଳମ୍ବରେ ଚକଡ଼ା ଲାଗୁଥିଲା।

​​​​​​​

ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା । ରଥ ପରିଚାଳନାରେ ଉପରୋକ୍ତ ବିଭ୍ରାଟ ଭକ୍ତ ମାନଙ୍କ ମନରେ ଅସନ୍ତୋଷର ସୃଷ୍ଟି କରୁଥିଲା । ଏହି ସମସ୍ତ ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ  ରାଜ୍ୟ ସରକାର ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର କରିଛନ୍ତି।

also read..

ଚାଟେଶ୍ୱରଙ୍କ ଦୋଳ ମେଲଣ ପ୍ରସ୍ତୁତି : ୧୦ ନିୟମ ମାନିବେ ବିମାନ ମାଲିକ, ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ