LIVE TV

Delhi election 2020 : ଭିଡିଓ ପୋଷ୍ଟିଂ କରି ଫଶିଲେ କେଜରୀୱାଲ, ନୋଟିସ ଦେଇଛନ୍ତି EC

NEWS7

ନୂଆଦିଲ୍ଲୀ ୭।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଅଭିଯାନ ଗୁରୁବାର ସନ୍ଧ୍ୟାରୁ ଶେଷ ହୋଇଛି। ତେବେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ମାଧ୍ୟମରେ ରାଜନୈତିକ ଦଳମାନେ କରିଥିବା ପ୍ରଚାରର ଏବେ ସମୀକ୍ଷା କରୁଛନ୍ତି ନିର୍ବାଚନ କମିଶନ (ଇସି)। ଏଥିରେ ଆମଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗତ ସୋମବାର ସୋସାଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ହରଡ ଘଣାରେ ପଡିଛନ୍ତି। ଏଥିଲାଗି ତାଙ୍କୁ ଇସିଙ୍କ ନୋଟିସ୍ ଶୁକ୍ରବାର ମିଳିଥିବା ଜଣାପଡିଛି।

{"id":221624,"width":573,"height":745,"sizeSlug":"large"}

ମୁଖ୍ୟମନ୍ତ୍ରୀ କେଜରୀୱାଲ ଫେବୃଆରୀ ୩ ତାରିଖ ଦିନ ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ଏକ ଭିଡିଓ ବି ସେୟାର କରିଥିଲେ। ଏହି ଭିଡିଓକୁ ନେଇ ଇସି ନୋଟିସ ଜାରି କରିଛନ୍ତି। ପ୍ରସଙ୍ଗରେ ନିର୍ବାଚନ କମିଶନ ଫେବୃଆରୀ ୮ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଜବାବ ଦାଖଲ ଲାଗି କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସେ ହିନ୍ଦୁ ଓ ମୁସଲମାନଙ୍କ ସମ୍ପର୍କରେ ଉଲ୍ଲେଖ କରିଥିଲେ।

wp:html /wp:html

କେଜରୀୱାଲଙ୍କ ଏହି ଟ୍ୱିଟ୍‌ର ଦିନକ ପରେ ଅର୍ଥାତ ଫେବୃଆରୀ ୪ ତାରିଖ ଦିନ ବିଜେପି ଇସିଙ୍କ ନିକଟରେ ଏହାକୁ ନେଇ ଅଭିଯୋଗ କରିଥିଲା। ଏହାର ଯାଞ୍ଚ ବେଳେ ଭିଡିଓ ଆଦର୍ଶ ଆଚରଣ ସଂହିତାର ଉଲ୍ଲଂଘନ କରୁଥିବାର ଇସି ଅନୁଭବ କରିଥିବା ବେଳେ ଏହା ଯୋଗୁ ଜାତୀୟ ରାଜଧାନୀରେ ସାମ୍ପ୍ରଦାୟିକ ସଦଭାବକୁ ଠେସ ପହଞ୍ଚିବାର ଆଶଙ୍କା ପ୍ରକାଶ କରିଛନ୍ତି। ତେବେ କେଜରୀୱାଲଙ୍କ ବିରୋଧରେ ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ସେ କୋର୍ଟ ପରିସରରେ ବି ମହଲ୍ଲା କ୍ଲିନିକ୍ କରିବେ ବୋଲି ଏକ ଜନସଭାରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ଅଭିଯୋଗ ହେବାପରେ ଇସି କେଜରିୱାଲଙ୍କୁ ଚେତାବନୀ ଦେଇଥିଲେ।