LIVE TV

ଆଗାମୀ ୭୨ଘଣ୍ଟା ହ୍ୟୁମାନ୍ ସାଗରଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ, ଅଧିକ ଚିକିତ୍ସା ପାଇଁ ମା’ ଲୋଡ଼ିଲେ ସହାୟତା

NEWS7
kedarnath-going-to-release-0n-dec-7-in-bollywood

ଭୁବନେଶ୍ବର ୧୧ଓଲିଉଡ୍‌ର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର । ଭୁବନେଶ୍ବର ଏମ୍‌ସରେ ତାଙ୍କର ଚିକିତ୍ସା ଚାଲିଛି । ଲିଭର୍ ସମସ୍ୟା ସହ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇପଡିଥିବା ଜଣାପଡିଛି । ଏଭଳି ପରିସ୍ଥିତିରେ ସାହାଯ୍ୟ ପାଇଁ ସରକାରଙ୍କୁ ଅନୁରୋଧ କଲେ ହ୍ୟୁମାନ୍ ସାଗରଙ୍କ ମା’ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ଘଟୁନାହିଁ । ଆଗାମୀ ୭୨ ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ ।

ଶୁକ୍ରବାର ହ୍ୟୁମାନ ସାଗରଙ୍କୁ ଅପରାହ୍ନ ୧ଟା ୧୦ ମିନିଟ୍‌ରେ ଅତି ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସର ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା । ଉନ୍ନତ ଚିକିତ୍ସା ପାଇଁ ପରିବାର ଲୋକେ ବାହାର ରାଜ୍ୟକୁ ନେଇପାରନ୍ତି ବୋଲି AIIMS ପକ୍ଷରୁ ସୂଚନା ଦିଆଯାଇଛି । ହେଲେ ପରିବାରର ଆର୍ଥିକ ସ୍ୱଚ୍ଛଳ ନଥିବା କାରଣରୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଚିକିତ୍ସାରେ ସାହାଯ୍ୟ ପାଇଁ ହାତଯୋଡି କାନ୍ଦି କାନ୍ଦି ନିବେଦନ କରିଛନ୍ତି । ହ୍ୟୁମାନଙ୍କୁ ବରିଷ୍ଠ ଇଣ୍ଟେନ୍ସିଭିଷ୍ଟ ଏବଂ ECMO ସ୍ପେଶାଲିଷ୍ଟ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ମେଡିକାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (MICU)ରେ ଚିକିତ୍ସା ଚାଲିଛି । ମସ୍ତିଷ୍କ, ଫୁସ୍‌ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା ଅତ୍ୟଧିକ ବହୁ-ଅଙ୍ଗ କାର୍ଯ୍ୟହୀନତା ସିଣ୍ଡ୍ରୋମ୍ । ଆକ୍ୟୁଟ୍ ଅନ୍ କ୍ରନିକ୍ ଲିଭର୍ ଫେଲ୍ୟୁର୍, ଦ୍ୱିପାର୍ଶ୍ୱୀୟ ନିମୋନିଆ, ଉଭୟ ଫୁସ୍‌ଫୁସ୍‌ରେ ସଂକ୍ରମଣ, ହୃତ୍‌ପିଣ୍ଡର ପମ୍ପିଂ କାର୍ଯ୍ୟ ଅତ୍ୟନ୍ତ ହ୍ରାସ ସହିତ ଡାଇଲେଟେଡ୍ କାର୍ଡିଓମାଇଓପାଥି ଭଳି ରୋଗରେ ଆକ୍ରାନ୍ତ ଅଛନ୍ତି ସାଗର । ଅତ୍ୟନ୍ତ ସଙ୍କଟାପନ୍ନ ଅଛନ୍ତି ଏବଂ ବର୍ତ୍ତମାନ ସେ ଶ୍ୱାସକ୍ରିୟା ପାଇଁ ନନ୍-ଇନ୍‌ଭେସିଭ୍ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି ।