ସେନା ପରିବାରର ଝିଅ କ୍ରାକ୍‌ କଲେ UPSC; ପିତା ସେନାରେ କାର୍ଯ୍ୟରତ, ମା ନ୍ୟାୟିକ ଅଧିକାରୀ

Published By : Prameya-News7 Bureau | April 26, 2024 IST

  ନୂଆଦିଲ୍ଲୀ ୨୬।୦୪: ସାରା ଦେଶରେ UPSC ପରୀକ୍ଷାର୍ଥୀଙ୍କୁ ନେଇ ଖୁବ୍‌ ଚର୍ଚ୍ଚା । ପରିକ୍ଷାର୍ଥୀମାନେ କଠିନ ପରିଶ୍ରମ କରି ହାସଲ କରିଛନ୍ତି ନିଜ ଲକ୍ଷ୍ୟ । ଏପରି ଜଣେ ସୁପୁତ୍ରୀ ହେଉଛନ୍ତି କଶିଶ୍‌ ବକ୍ସି । ଯିଏକି ମେଜର ଜେନେରାଲ୍‌ ପ୍ରବୀଣ ବକ୍ସିଙ୍କ ଝିଅ । ସେ ନିଜ ପିଲାଦିନର ସ୍ବପ୍ନକୁ ପୂରଣ କରିଛନ୍ତି । ୨୦୨୩ ୟୁପିଏସି ପରିକ୍ଷା କ୍ରାକ୍‌ କରି ନିଜ ପିତାଙ୍କ ନାଁ ରଖିଛନ୍ତି । କଶିଶ୍‌ ବକ୍ସି ସାରା ଭାରତରେ ୫୪ ରାଙ୍କ୍‌ରେ ଅଛନ୍ତି । 

କଶିଶ୍‌ ପିଲାଦିନରୁ ହିଁ ମେଧାବୀ ଛାତ୍ରୀ ଥିଲେ । ସେ ଛୋଟ ଦିନରୁ ଆଇଏସ୍‌ ଅଧିକାରୀ ହେବାକୁ ସ୍ବପ୍ନ ଦେଖୁଥିଲେ । ଆଉ ଏହାକୁ ପୂରଣ କରିବାରେ ସହାୟକ ହୋଇଥିଲେ ପିତାମାତା । କଶିଶ୍‌ଙ୍କ ପିତା ସେନାରେ ଥିବା ବେଳେ ମା ନ୍ୟାୟିକ ଅଧିକାରୀ । ଖବର ଅନୁଯାୟୀ କଶୀଶ୍‌ ଅମ୍ବାଲା କ୍ୟାଣ୍ଟର ମିଲିଟାରୀ ହସ୍ପିଟାଲ ଜନ୍ମିତ । ତାଙ୍କ ପିତା ମେଜର ଜେନେରାଲ ପ୍ରବୀଣ ବକ୍ସି ଏବଂ ମା ହେଉଛନ୍ତି ମୀନାକ୍ଷୀ ବକ୍ସି । ପିତା ବର୍ତ୍ତମାନ ଜୟପୁରରେ ସେବାରତ ଅଛନ୍ତି । ତାଙ୍କ ମା ଜଣେ ଲ ଗ୍ରାଜୁଏଟ୍ ଏବଂ ଟିଚର୍‌ । 

କିଶିଶ୍‌ଙ୍କ ସାନଭାଇ ୟଶ ବକ୍ସି ଜଣେ କମ୍ପୁଟର ଇଞ୍ଜିନିୟର । ସେ କୋଲକାତାର TCSରେ କାମ କରୁଛନ୍ତି । କଶୀଶ ସଶସ୍ତ୍ର ବାହିନୀର ଜୀବନଶୈଳୀ ମଧ୍ୟରେ ବଢିଛନ୍ତି । ଅଧିକାଂଶ ସେନା ପିଲାମାନଙ୍କ ପରି ସେ ଆର୍ମି ପବ୍ଲିକ୍ ସ୍କୁଲ୍ ସମେତ ୭ଟି ବିଭିନ୍ନ ୧୦ଟି ଭିନ୍ନ ଭିନ୍ନ ସ୍କୁଲରେ ପଢିଛନ୍ତି ।  ଯେଉଁଥିରେ ଆର୍ମି ପବ୍ଲିକ୍‌ ସ୍କୁଲ୍‌ ବି ସାମିଲ୍‌ ରହିଛି । ସେ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ DPS ଭୋପାଳରୁ ଅଧ୍ୟୟନ କରିଥିଲେ । ଆରମ୍ଭରୁ ସେ ଜଣେ ମେଧାବୀ ଛାତ୍ରୀ ଥିଲେ । ଦଶମ ଶ୍ରେଣୀରେ ୧୦ CGPA ଏବଂ ଦ୍ୱାଦଶ ଶ୍ରେଣୀରେ ୯୫% ମାର୍କ ରଖିଥିଲେ । 

ସ୍ନାତକୋତ୍ତର ପରେ ସେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ UPSC CSE ୨୦୨୩ରେ ୫୪ତମ ରାଙ୍କ୍ରେ କୃତକାର୍ଯ୍ୟ ହୋଇଛନ୍ତି । କଶୀଶ୍‌ ପାଠପଢା ସହ ବିଭିନ୍ନ କାର୍ଯ୍ୟକଳାପରେ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଜାତୀୟ ତଥା ଅନ୍ତର୍ଜାତୀୟ ମୁଟିଙ୍ଗ୍‌ ଏବଂ ବିତର୍କ ପ୍ରତିଯୋଗିତାରେ ଫାଇନାଲିଷ୍ଟ ରହି ସାରିଛନ୍ତି । ସଫଳତା ପାଇବା ପରେ କଶିଶ୍‌ କହିଛନ୍ତି ତାଙ୍କର ଆଇଏଏସ୍ ଅଧିକାରୀ ହେବାର ପିଲାଦିନର ସ୍ୱପ୍ନ ଥିଲା । ଯାହା ତାଙ୍କୁ ମା’ଙ୍କ ଓକିଲ ଏବଂ ପିତାଙ୍କ ସେନା ଅଧିକାରୀ ପରିବାରଙ୍କ ମାର୍ଗଦର୍ଶନରୁ ପୂରଣ ହୋଇଛି । ବର୍ତ୍ତମାନ କଶୀଶ୍‌ ଛୁଟୁଛି ପ୍ରଶଂସାର ସୁଅ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.