LIVE TV

ରାଜସ୍ଥାନ କୋଟାରେ ପୋଡା ହେଲା ୨୨୧ ଫୁଟ ରାବଣ, Watch Video

NEWS7
karona-pain-saarc-meeting

କୋଟା ୨।୧୦:  ରାଜସ୍ଥାନ ସହର କୋଟାରେ ଗୁରୁବାର ଦେଶର ସବୁଠୁ ଉଚ୍ଚ ରାବଣକୁ ପୋଡା ଯାଇଛି। ୨୨ ମହଲା ଉଚ୍ଚ ଭବନ ଭଳି ରାବଣକୁ କ୍ରେନ ଯୋଗେ ଛିଡା କରାଯାଇଥିଲା। ଏହି ରାବଣକୁ କାରିଗରମାନେ ୪ ମାସ ଲାଗି ତିଆରିଥିଲେ। ରାବଣକୁ ଛିଡା କରାଯିବା ପୂର୍ବରୁ ମେଳା କମିଟି ଅଧ୍ୟକ୍ଷ ବିବେକ ରାଜବଂଶୀ ତଥା ମେଳା ଅଧିକାରୀ ଅଶୋକ କୁମାର ତ୍ୟାଗୀ ଦହନ ସ୍ଥଳରେ ନିର୍ମିତ ସିମେଣ୍ଟ ମଣ୍ଡପକୁ ପୂଜାର୍ଚ୍ଚନା କରିଥିଲେ।   

ରାବଣର କାଠି କୁଟା ପୁତଳିକାକୁ କ୍ରେନ ଯୋଗେ ମଞ୍ଚ ନିକଟକୁ ନିଆଯାଇଥିଲା ଓ ପରେ ସ୍ଥାପନା କରାଯାଇଥିଲା। ମେଳା ପରିସରରେ ଛିଡା କରାଯାଇଥିବା ୨୨୧ ଫୁଟ ଉଚ୍ଚ ରାବଣ ବେଶ ଦୂରକୁ ଦେଖାଯାଉଥିଲା। ଲୋକେ ଦୂରରେ ରହି ମଧ୍ୟ ରାବଣ ସହିତ ନିଜର ସେଲଫି ନେଇଛନ୍ତି। ମଞ୍ଚରେ ରାବଣକୁ ସ୍ଥାପନା କରାଯିବା ପରେ ଧିରେ ଧିରେ ମଞ୍ଚ ନିକଟରେ ଲୋକଙ୍କ ଭିଡ ବଢିବା ଆରମ୍ଭ ହୋଇଥିଲା।

କୋଟା ବିଜୟଶ୍ରୀ ରଙ୍ଗମଞ୍ଚ ପଡିଆରେ ଛିଡା କରାଯାଇଥିବା ରାବଣର ଉଚ୍ଚତା ୨୨୧ ଫୁଟ ହୋଇଥିବା ବେଳେ ଏହାର ଛାତି ଚୌଡା କେବଳ ୧୨୫ ଫୁଟ। ଏହାର ଶରୀର ୯୦ ଫୁଟ ଉଚ୍ଚର ହୋଇଥିବା ବେଳେ ମୁକୁଟ ୫୫ ଫୁଟ ଉଚ୍ଚର ଥିଲା। ୨୫ ଫୁଟ ମୁହଁର ଆକୃତି ହୋଇଥିବା ବେଳେ ରାବଣ ୫୦ ଫୁଟର ଖଣ୍ଡା ଧରିଛି। ସେହିପରି ରାବଣ ୪୦ ଫୁଟ ନାବ ଆକାରର ଜୋତା ପିନ୍ଧିଥିବା ବେଳେ ଏଥିରେ ୯ ଟନରୁ ଅଧିକ ଲୁହା ଲାଗିଛି। ଏହି ରାଣବ ମୂର୍ତ୍ତିର ମୋଟ ଓଜନ ୨୦ ଟନ ହୋଇଥିବା ବେଳେ ଏଥିରେ ୨୦ଟି ରିମୋଟ କଣ୍ଟ୍ରୋଲ ପଏଣ୍ଟସ୍ ରହିଛି।

ରାବଣକୁ ସଜେଇବା ପାଇଁ ୧୦୦୦ ଫୁଟର ଏଲଇଡି ଲାଇଟ ଲଗାଯାଇଥିବା ବେଳେ ସନ୍ଧ୍ୟା ପରେ ଏହା ଝଲସିବା ଆରମ୍ଭ କରିଥିଲା, ଯାହା ବେଶ ଦୂରକୁ ଦେଖାଯାଇଛି। ଏହି ରାବଣ ତିଆରି ପାଇଁ ୨୦୦ କେଜି ସୁତୁଲି ଲାଗିଥିବା ବେଳେ ୧୫ଶହ ବାଉଁଶ, ୪ହଜାର ମିଟର ଭେଲଭେଟ କପଡା ଓ ୩ କ୍ୱିଣ୍ଟଲ ଗ୍ରୀନ ବାଣ ଲଗାଯାଇଥିଲା। ୨୫ ଜଣ କାରିଗରଙ୍କ ଟିମ୍‌ ଏହି ରାବଣ ମୂର୍ତ୍ତି ତିଆରିଥିବା ବେଳେ ଏଥି ପାଇଁ ମୋଟ ୪୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।