ପୁଅ ପ୍ରେମିକା ସହ ଫେରାର ହେଇଗଲା; ମାଆକୁ ପୋଲ୍‌ରେ ବାନ୍ଧି ନିର୍ଦ୍ଦୟ ଭାବେ ପିଟିଲେ ଝିଅଗର ଲୋକେ

Published By : Prameya-News7 Bureau | May 03, 2024 IST

indiatoday

ବେଙ୍ଗାଲୁରୁ: ସମୟ ଯେତେ ଆଗକୁ ବଢ଼ୁଛି, ଯୁଗ ଯେତେ ଶିଖିତ ହେଉଛି ମଣିଷ ପାଖରେ ମଣିଷପଣିଆ ସେତିକି ମରି ଯାଉଛି। କର୍ଣ୍ଣାଟକର ହାଭେରି ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିଲା ପରେ ଆପଣ ବି ଏଇ କଥା କହିବେ।

ପୁଅ ଭୁଲ୍ କଲା ମାଆ ବଳିପଡ଼ିଲା। ପୁଅ ପ୍ରେମିକା ସହ ଫେରାର୍ ହୋଇଗଲା ବୋଲି ବିଚରା ମାଆଙ୍କୁ ଖୁଣ୍ଟରେ ବାନ୍ଧି ସମସ୍ତଙ୍କ ସାମ୍ନାରେ ଖୁବ୍ ବାଡ଼େଇଲେ ଝିଅଘର ଲୋକେ। କର୍ଣ୍ଣାଟକ ହାବେରି ଡିଲ୍ଲାର ଅର୍ମେଲାପୂରା ଗାଁରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ପଢ଼ନ୍ତୁ- ଯୌନ କେଳେଙ୍କାରୀରେ ଫସିଥିବା ଏଚ୍‌ଡି ରେଭନ୍ନାଙ୍କ ବିରୋଧରେ ଅପହରଣ ମାମଲା: ଫିଲ୍ମର କାହାଣୀ ପରି ଭୟାନକ ପରିସ୍ଥିତି

୫୦ ବର୍ଷୀୟା ମହିଳା ହନୁମାଭା କୋମ୍‌ଙ୍କ ପୁଅ ମଞ୍ଜୁନାଥ ଉକ୍ତ ଗାଁରେ ପୂଜା ନାମ୍ନୀ ଜଣେ ଝିଅକୁ ଭଲ ପାଉଥିଲେ। ଦୀର୍ଘ ୨ ବର୍ଷ ହେଲା ସେମାନଙ୍କ ମଧ୍ୟ ପ୍ରେମ ସମ୍ପର୍କ ରହିବା ପରେ ଏପ୍ରିଲ ୨୯ ତାରିଖରେ ମଞ୍ଜୁନାଥ ପୂଜାଙ୍କୁ ଧରି ଫେରାର ହୋଇଯାଇଥିଲେ। 

ପୂଜାଙ୍କ ଘର ଲୋକେ ଝିଅକୁ ଖୋଜାଖୋଜି କରି ପାଇ ନଥିଲେ। ତାପରେ ସେ ମଞ୍ଜୁନାଥ ସହ ଫେରାର ହୋଇଯାଇଥିବା ଜାଣିବା ପରେ ପୂଜାଙ୍କ ଘର ଲୋକେ ସିଧା ହନୁମାଭାଙ୍କ ଘରେ ପଶି ତାଙ୍କୁ ଘରୁ ମାରି ମାରି ଘୋଷାରି ଆଣିଥିଲେ। 

ହନୁମାଭାଙ୍କୁ ଘର ବାହାରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲ୍‌ରେ ବାନ୍ଧି ନିର୍ଦ୍ଦୟ ଭାବେ ପିଟିଥିଲେ। କୌଣସି ମତେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହନୁମାଭାଙ୍କୁ ଉଦ୍ଧାର କରିଥିଲା। ଏହାପରେ ପୀଡ଼ିତ ମହିଳା ଥାନାରେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୨୪, ୩୫୪,ବି ୫୦୪, ଏବଂ ୩୪ ଆଧାରରେ ମାମଲା ରୁଜୁ ହୋଇଛି। ମାମଲାର ପରବର୍ତ୍ତି ତଦନ୍ତ ଜାରି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.