ପ୍ରେମ, ଦେଶାନ୍ତର ଆଉ ସନ୍ତାନ ପରେ ସନ୍ତାନ : ସୀମା ହାଇଦର ପୁଣି ଟ୍ରେଣ୍ଡିଂ ନ୍ୟୁଜ୍

NEWS7
karnataka-man-mruta-in-coronavirus

ନୋଏଡା, ୧୯/୦୨ : ପୁଣିଥରେ ଚର୍ଚ୍ଚାରେ ସୀମା ହାଇଦର । ଦିଲ୍ଲୀର ଗଳିକନ୍ଦିରୁ ପାକିସ୍ତାନ ଏବଂ ସୋସିଆଲ ମିଡିଆ । ସବୁଠି ଦିନେ ହଟ୍ ଟପିକ୍ ଥିଲେ ସୀମା ହାଇଦର୍ । ଏବେ ପୁଣି ଥରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛନ୍ତି । ସୀମା ଏବଂ ତାଙ୍କ ସ୍ୱାମୀ ସଚିନ୍ ମୀନାଙ୍କ ଘରକୁ ନୂଆ ଅତିଥ ଆସିଛି । ଅର୍ଥାତ ମାଆ ହୋଇଛନ୍ତି ସୀମା ।

ପାକିସ୍ତାନୀ ମହିଳା ସୀମା ଉତ୍ତର ପ୍ରଦେଶରେ ରହୁଥିବା ସଚିନ ମୀନୀଙ୍କ ପ୍ରେମରେ ପଡି ଭାରତ ଚାଲି ଆସିଥିଲେ । ସେବେଠୁ ଉଭୟ ଭାରତରେ ଅଛନ୍ତି । ନିକଟରେ ସୀମା ଏକ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ସବୁଠାରୁ ରୋଚକ କଥା ହେଲା ଯେ, ୧୧ ମାସ ତଳେ ସେ ଏକ କନ୍ୟା ସନ୍ତାନର ମାଆ ହୋଇଥିଲେ । ଏବେ ତାଙ୍କ ପରିବାରକୁ ନୂଆ ଅତିଥି ଆସିଥିବାରୁ ସମସ୍ତେ ଖୁସି ଅଛନ୍ତି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନ୍ୟ ଦିଗରେ ଏହି ସୁନ୍ଦର ମୁହୂର୍ତ୍ତକୁ ଜୀବନର ସବୁଠୁ ଖୁସିର ସମୟ ବୋଲି ସଚିନ କହିଛନ୍ତି ।

ଦେଖିବାକୁ ଗଲେ ବଲିଉଡ୍ ଫିଲ୍ମଠୁ କମ୍ ନୁହେଁ ସୀମାଙ୍କ ଜୀବନ । ସେ ପାକିସ୍ତାନରେ ଥିବା ବେଳେ ଗୁଲାମ୍ ଙ୍କୁ ବିବାହ କରିଥିଲେ । ତାଙ୍କର ସେତେବେଳେ ଚାରୋଟି ସନ୍ତାନ ରହିଥିଲେ । ପବଜୀ ଗେମ୍ ଖେଳିବା ସମୟରେ ସେ ସଚିନଙ୍କ ସମ୍ପର୍କରେ ଆସିଥିଲେ । ଅନଲାଇନ୍ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଭଲ ପାଇବା ଏତେ ଗଭୀର ଥିଲା ଯେ ଶତ୍ରୁ ଦେଶରୁ ସୀମା ଭାରତ ଚାଲି ଆସିଥିଲେ । ପୂର୍ବ ସ୍ୱାମୀଙ୍କୁ ଛାଡି ଚାରି ସନ୍ତାନଙ୍କୁ ଧରି ସେ ପ୍ରଥପେ ପାକିସ୍ତାନରୁ ନେପାଳ ପରେ ଦିଲ୍ଲୀ ଆସିଯାଇଥିଲେ ।

ଏହି ଖବରଟି ପଢନ୍ତୁ... ସଂଖ୍ୟାଲଘୁ ସାବଧାନ ! ଆଗକୁ ମିଳିବନି ୫% ସଂରକ୍ଷଣ, ହଟାଇ ଦେଲେ ଏହି ସରକାର

ଏବେ ୬ ସନ୍ତାନର ମାଆ

ବର୍ତ୍ତମାନ ସୀମାଙ୍କ ୬ ଜଣ ସନ୍ତାନ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୪ ଜଣ ତାଙ୍କର ପ୍ରଥମ ପତି ଗୁଲାମଙ୍କ ଔରସରୁ ଜନ୍ମ ନେଇଥିଲେ । ଏବେ ସଚିନଙ୍କ ଔରସରୁ ୨ ଜଣ ସନ୍ତାନ ଜନ୍ମ ହୋଇଛନ୍ତି । ସେପଟେ ଏବେସୁଦ୍ଧା ସୀମାଙ୍କୁ ଭାରତୀୟ ନାଗରିକତା ମିଳିପାରି ନାହିଁ ।