LIVE TV

ମା’ଙ୍କ ରୋଗ ଯନ୍ତ୍ରଣା ସହିନପାରି ଜୀବନ ହାରିଲେ ଯୁବକ, ମା'ଙ୍କ ପାଇଁ ଛାଡ଼ିଗଲେ ଭାବବିହ୍ବଳ ଶେଷ ମେସେଜ୍

NEWS7
karim-morani-daughters-shaza-morani-zoa-morani-corona-positive

ସମ୍ବଲପୁର ୧୦: ମାଙ୍କ ରୋଗ ଯନ୍ତ୍ରଣା ସହିନପାରି ଜୀବନ ହାରିଲେ ଯୁବକ । ବୁର୍ଲା ପାୱାର କେନାଲକୁ ଡେଇଁ ଜୀବନ ହାରିଛନ୍ତି ସୌରଭ ସମ୍ବିତ ତ୍ରିପାଠୀ । ବୁର୍ଲା ଭୀମସାରରୁ ନିଖୋଜ ୨୨ ବର୍ଷ ବୟସ୍କ ପୁଅ ସୌରଭ ସମ୍ବିତ ତ୍ରିପାଠୀଙ୍କ ମୃତଦେହ ଶନିବାର ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ଅଗ୍ନିଶମ ଓ ପୋଲିସ ଉଦ୍ଧାର କରିଛି ବୁର୍ଲା ପାଓ୍ବାର କେନାଲକୁ ଡେଇଁ ଜୀବନ ହାରିଥିବା ସନ୍ଦେହ କରାଯାଉଥିଲା ।

ମାଙ୍କ ମୋବାଇଲକୁ ଶେଷ ମେସେଜ୍ ଛାଡି ନିଖୋଜ ହେବା ପରେ ସନ୍ଦେହ ଘନୀଭୂତ ହୋଇଥିଲା ମାଙ୍କ ପାଖକୁ ପୁଅ ସୌରଭ ସମ୍ବିତ ତ୍ରିପାଠୀଙ୍କ ଶେଷ ମେସେଜ ଥିଲା ।  ମାମୁଁ ତୁମ ଦୁଃଖ ଦେଖି ପାରୁନିବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି ”- ମାଙ୍କ ମୋବାଇଲରେ ଛାଡିଗଲା ଶେଷ ମେସେଜ । ବଲାଙ୍ଗୀର ମହାଲକ୍ଷ୍ମୀନଗରର ସୌରଭ ସମ୍ବିତ ତ୍ରିପାଠୀ ୨୨ ତାରିଖରୁ ନିଖୋଜ ହୋଇଥିଲେ ଏପଟେ ମାକିଡନୀ ରୋଗରେ ପୀଡ଼ିତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି