ବସ୍-ବାଇକ୍ ମୁହଁମୁହିଁ ଧକ୍କା, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

NEWS7
kantabanji-admn-eradication-of-forceable-occupation

ଆଠଗଡ଼ ୩୧।୧୨: ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟୁଣୀ-ଆଠଗଡ଼ ରଥଗଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣା । ବସ୍ ବାଇକ୍ ମୁହଁମୁହିଁ ଧକ୍କା । ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ମୃତକ ଦୁଇ ଜଣ ଆଠଗଡ଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଯାତ୍ରୀବାହୀ ବସ୍ଟି ଆଠଗଡ଼ରୁ ଖୁଣ୍ଟୁଣୀ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ୍ ଯୋଗେ ଆସୁଥିଲେ ଦୁଇ ଯୁବକ । ଯାହା ଫଳରେ ଉଭୟଙ୍କ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ତେବେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁଇ ବାଇକ୍ ଆରୋହୀଙ୍କୁ ଆଠଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି ।