ଗଞ୍ଜାମ ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘର ଚେତାବନୀ, ପଦୋନ୍ନତି ନହେଲେ ୯ରେ ଓହ୍ଲାଇବେ ଆନ୍ଦୋଳନକୁ

NEWS7
kangana-ranaut-wants-to-act-with-vicky-kausal-and-ranveer-singh

ବ୍ରହ୍ମପୁର ୫।୩: ପଦୋନ୍ନତି ନହେଲେ ଆନ୍ଦୋଳନ ଚେତାବନୀ । ଗଞ୍ଜାମ ଜିଲ୍ଲା ମହିଳା ସ୍ୱାସ୍ଥ୍ୟକର୍ମୀ ସଙ୍ଘ ଦେଲେ ଚେତାବାନୀ । ଆସନ୍ତା ୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ଗଞ୍ଜାମ ଜିଲ୍ଲାର ଶହ ଶହ ମହିଳା ସ୍ବାସ୍ଥ୍ୟକର୍ମୀ । ଓଡ଼ିଶା ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ମହିଳା ସ୍ବାସ୍ଥ୍ୟକର୍ମୀ ମାନଙ୍କ ଲେବୁଲ-୧କୁ ପଦୋନ୍ନତି ପାଇଁ ଦାବିକୁ ନେଇ ଆଲୋଚନା ହୋଇଥିଲା । ସଂଘର ସଭାନେତ୍ରୀ ସୋଭାଙ୍ଗିନି କାନୁନଗୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ଶତାଧିକ ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ଯୋଗ ଦେଇଥିଲେ ।

ଏ ଖବର ବି ପଢ଼ନ୍ତୁ:- ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲା : ନିହାର ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ

୨୦୨୩ ମସିହାରେ କ୍ୟାଡ଼ର ପୁନଃଗଠନ ହୋଇଥିଲା ।‌ ଏହାପରେ ଲେବୁଲ-୨ରେ‌ ଥିବା ପୁରୁଷ ସ୍ବାସ୍ଥ୍ୟକର୍ମୀ ମାନଙ୍କ ପଦୋନ୍ନତି ହୋଇ ଲେବୁଲ-୧କୁ  ଯାଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପଦୋନ୍ନତି ହୋଇନଥିବା ଯୋଗୁଁ ସେମାନେ ଲେବୁଲ-୨ରେ‌ ହିଁ ରହିଛନ୍ତି । ଏନେଇ ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ହାଇକୋର୍ଟର‌ଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ୟ ଗତ ୨୮ ଜାନୁଆରୀ ୨୦୨୬ରୁ ମଧ୍ୟ ପଦୋନ୍ନତି ନେଇ ନିର୍ଦ୍ଦେଶ ଦେଇସାରିଛନ୍ତି । କିନ୍ତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହା ଶୁଣୁନଥିବା ଅଭିଯୋଗ କରିଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ ମାନେ । ଖୁବଶୀଘ୍ର ଯଦି ପଦୋନ୍ନତି ନ ହେଲେ, ଆସନ୍ତା ୯ ତାରିଖରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ । ବୈଠକରେ ସଂଘର ଉପଦେଷ୍ଟା ରାମେଶ୍ୱରୀ ପାଣିଗ୍ରାହୀ, ସମ୍ପାଦକ ମମତା ପାତ୍ର, କୋଷାଧ୍ୟକ୍ଷ ଭାଗ୍ୟଲକ୍ଷ୍ମୀ ପାତ୍ର, ଉପ ସଭାପତି ସବିତା ନିମାଲ, ପୁରୁଷ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମହାସଂଘର‌ ସଭାନେତ୍ରୀ କେ.ମାଧବୀଙ୍କ ସମେତ ଶତାଧିକ ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ଯୋଗ ଦେଇଥିଲେ ।