ହାଇୱା ଧକ୍କାରେ ଏନଆଇଟି ଛାତ୍ର ମୃତ, ଛାତ୍ରୀ ଗୁରୁତର 

NEWS7
kangana-ranaut-urges-india-name-to-be-changed

ଲହୁଣୀପଡ଼ା: ହାଇୱା ଧକ୍କାରେ ଗଲା ଛାତ୍ରଙ୍କ ଜୀବନ। ଗୁରୁତର ଆହତ ହେଲେ ଆଉ ଜଣେ ଛାତ୍ରୀ। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରାଜମୁଣ୍ଡାର ଜାତୀୟ ରାଜପଥ ସମରଦରି ଛକ ନିକଟରେ। ଦୁର୍ଘଟଣାରେ ରାଉରକେଲା ଏନଆଇଟିରେ ପଢ଼ୁଥିବା ଛାତ୍ର କାର୍ତ୍ତିକେୟନ ସେନଥିଲ କ୍ରିଷ୍ଣନଙ୍କ ମୃତ୍ୟୁ ହୋଇଥିବା ବେଳେ, ଆହତ ଛାତ୍ରୀ ବାସନ୍ତୀ କାର୍ତ୍ତିକ ନାରାୟଣ ଗୁରୁତର ଆହତ ହୋଇଛନ୍ତି। 

ସୂଚନା ଅନୁସାରେ, ରାଉରକେଲା NIT କଲେଜରୁ ୧୦ ଜଣ ଛାତ୍ରୀ ଏବଂ ୬ ଜଣ ଛାତ୍ରୀ ଆଠଟି ୮ଟି ସ୍କୁଟିରେ ଖଣ୍ଡାଧାର ଜଳପ୍ରପାତ ବୁଲିବାକୁ ଆସୁଥିଲେ। ହେଲେ ୧୪୩ ନଂ ଜାତୀୟ ରାଜପଥ ସମରଦରି ଛକ ନିକଟରେ ରାଜାମୁଣ୍ଡା ଆଡ଼ୁ ବିପରୀତ ଦିଗରେ ଆସୁଥିବା ଏକ ହାଇୱା ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା।

ଏହି ସ୍କୁଟିକୁ କାର୍ତ୍ତିକେୟନ ଚଳାଉଥିଲେ ଓ ପଛରେ ବାସନ୍ତୀ ବସିଥିଲେ। ଫଳରେ ଦୁହେଁ ଗୁରୁତର ଆହତ ହୋଇଥିଲେ।ତେବେ ସାଙ୍ଗରେ ଥିବା ଅନ୍ୟ ଛାତ୍ରଛାତ୍ରୀମାନେ ପୁଲିସକୁ ଖବର ଦେବା ପରେ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍‌ରେ ଲହୁଣୀପଡ଼ା ମେଡିକାଲକୁ ପଠାଇଥିଲେ ଡାକ୍ତର ଚିକିତ୍ସା କରୁଥିବା ବେଳେ କାର୍ତ୍ତିକେୟନଙ୍କୁ ମୃତ ଘୋଷଣା କରିଥିଲେ।

ସେହିଭଳି ଗୁରୁତର ଛାତ୍ରୀ ବାସନ୍ତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୋଲିସ ହାଇଓ୍ବା ଗାଡ଼ି  ଓ ସ୍କୁଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।