ସରଣ୍ଡା ଜଙ୍ଗଲରେ ଆଣ୍ଟି ନକ୍ସଲ ଅପରେସନ : କାଲି ଗଡ଼ିଥିଲା ୧୫ ମୁଣ୍ଡ, ଆଜି ଗଡ଼ିଲା ୩ ମୁଣ୍ଡ

NEWS7
kangana-ranaut-target-bollywood-celebs-on-after-drug-angle-in-sushant-case

ରାଉରକେଲା ୨୩।୧: ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଚାଲିଛି ଆଣ୍ଟି ନକ୍ସଲ ଅପରେସନ । ସାମିଲ ହୋଇଛନ୍ତି CRPF, କୋବ୍ରା ସହ ଝାଡଖଣ୍ଡ ଜଗୁଆର । ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଟପ୍ ମାଓନେତା ରାପା ମୁଣ୍ଡା । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅଞ୍ଚଳରେ । ସର୍ଚ୍ଚ ଅପରେସନ ବେଳେ ଜବତ ହୋଇଛି ବିସ୍ଫୋରକ, ବନ୍ଧୁକ ସହ ଅନେକ ମାଓ ସାମଗ୍ରୀ ।

ଗୁରୁବାର ସର୍ଚ୍ଚ ଅପରେସନରେ ୧୫ ମାଓବାଦୀଙ୍କୁ ନିହତ କରିଥିଲେ ସୁରକ୍ଷାକର୍ମୀ । ନିହତ ୧୫ ମାଓବାଦୀ ମଧ୍ୟରେ ଥିଲେ ଦୁଇ ଟପ୍ ମାଓନେତା ପଟିରାମ୍ ମାଝୀ ସହ ଅନମୋଲ । ଆଉ ଶୁକ୍ରବାର ପୁଣି ସେହି ସରଣ୍ଡା ଜଙ୍ଗଲରେ ଚାଲିଥିଲା ସର୍ଚ୍ଚ ଅପରେସନ । ସର୍ଚ୍ଚ ଅପରେସନରେ ପୁଣି ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୩ ମାଓବାଦୀ ।