ବାଂଲାଦେଶ ସ୍ଥିତି ନେଇ ମୁହଁ ଖୋଲିଲେ ହସିନା, କହିଲେ ଚିକେନ୍ ନେକ୍ କାହାଣୀ ବିପଜ୍ଜନକ

NEWS7
kangana-ranaut-alleges-vikas-bahl-of-sexual-assault

ନୂଆଦିଲ୍ଲୀ ୨୨/୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ, ମୁହଁ ଖୋଳିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଭାରତର ଉତ୍ତର-ପୂର୍ବ ଓ "ଚିକେନ ନେକ୍" କରିଡରକୁ ନେଇ ହେଉଥିବା ବୟାନବାଜି ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି ବୟାନ "ବିପଜ୍ଜନକ ଓ ଦାୟିତ୍ୱହୀନ" ।

ବର୍ତ୍ତମାନର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ବଢ଼ୁଥିବା ମୌଳବାଦୀ ପ୍ରଭାବକୁ ପ୍ରତିଫଳିତ କରେ । ଶେଖ ହସିନା କହିଛନ୍ତି, "ଏପରି ବୟାନ ବିପଜ୍ଜନକ ଓ ଦାୟିତ୍ୱହୀନ । ଯାହା ୟୁନୁସଙ୍କ ଯୁଗରେ ପ୍ରଭାବ ହାସଲ କରିଥିବା ଉଗ୍ରବାଦୀ ବଢାିବାରେ ସାହାଯ୍ୟ କରେ। ସେ ଜୋର ଦେଇ କହିଛନ୍ତି ଯେ କୌଣସି ଗମ୍ଭୀର ଓ ଦାୟିତ୍ୱବାନ ନେତା ପଡ଼ୋଶୀ ଦେଶକୁ ଧମକ ଦେଇପାରିବେ ନାହିଁ । ବିଶେଷକରି ଯେଉଁ ଦେଶ ଉପରେ ବାଂଲାଦେଶ ବାଣିଜ୍ୟ, ପରିବହନ ଏବଂ ଆଞ୍ଚଳିକ ସ୍ଥିରତା ପାଇଁ ନିର୍ଭର କରେ।ଶେଖ୍ ହସିନା ଆହୁରି କହିଛନ୍ତି, "କୌଣସି ବିଚକ୍ଷଣ ନେତା ଏପରି ପଡ଼ୋଶୀକୁ ଧମକ ଦେବେ ନାହିଁ । ଯାହା ଉପରେ ବାଂଲାଦେଶର ଅର୍ଥନୀତି ଓ ସୁରକ୍ଷା ବହୁ ପରିମାଣରେ ନିର୍ଭର କରେ।

ଶେଖ୍ ହସିନାଙ୍କ ଅନୁଯାୟୀ, ଏପରି ବୟାନବାଜି କେବଳ ବୈଚାରିକ କଳ୍ପନାକୁ ପୂରଣ କରେ । ବାଂଲାଦେଶର ଜାତୀୟ ସ୍ୱାର୍ଥକୁ ନୁହେଁ। ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ମଧ୍ୟରେ ଶେଖ୍ ହସିନା ଗଣମାଧ୍ୟମରେ କଥା ହୋଇଥିଲେ । ଯେଉଁଥିରେ ଉସମାନ ହାଦିଙ୍କ ହତ୍ୟା ଓ ଜଣେ ହିନ୍ଦୁ ବ୍ୟକ୍ତିଙ୍କ ଲିଞ୍ଚିଂ ଅନ୍ତର୍ଭୁକ୍ତ । ଚିକେନ୍ ନେକ୍ ଧମକ ପ୍ରତି ଭାରତର ପ୍ରତିକ୍ରିୟା ସମ୍ପର୍କରେ ଶେଖ୍ ହସିନା କହିଛନ୍ତି, "ଭାରତ ଏପରି ବୟାନ ବିଷୟରେ ଚିନ୍ତିତ ହେବା ସମ୍ପୂର୍ଣ୍ଣ ଯଥାର୍ଥ।" ସେ ଏହା ମଧ୍ୟ କହିଛନ୍ତି ଯେ ଏପରି ବୟାନ ବାଂଲାଦେଶର ଲୋକଙ୍କ ଚିନ୍ତାଧାରାକୁ ପ୍ରତିନିଧିତ୍ୱ କରେ ନାହିଁ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, "ବାଂଲାଦେଶର ଲୋକମାନେ ଭଲ ଭାବରେ ବୁଝନ୍ତି ଯେ ଆମର ସମୃଦ୍ଧି ଏବଂ ସୁରକ୍ଷା ଭାରତ ସହିତ ଦୃଢ଼ ସମ୍ପର୍କ ଉପରେ ନିର୍ଭର କରେ । ଅନ୍ତରୀଣ ସରକାରଙ୍କ ବୈଧତା ଉପରେ ପ୍ରଶ୍ନ ଉଠାଇ ଶେଖ୍ ହାସିନା କହିଛନ୍ତି, ୟୁନୁସଙ୍କ ପାଖରେ ବାଂଲାଦେଶର ବୈଦେଶିକ ନୀତିକୁ ପୁନଃନିର୍ଦ୍ଦେଶିତ କରିବାର କୌଣସି କ୍ଷମତା ନାହିଁ। ତାଙ୍କ ମତରେ, ବର୍ତ୍ତମାନର ସରକାରଙ୍କ ପାଖରେ ଭବିଷ୍ୟତ ପିଢ଼ିକୁ ପ୍ରଭାବିତ କରୁଥିବା ରଣନୈତିକ ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ।