ସୀମାନ୍ତ ରାଜ୍ୟର ସୀମା ସିଲ୍ କଲେ ରାଜ୍ୟ ସରକାର, ବର୍ଡରରେ ଲାଗିବ ସିସିଟିଭି

NEWS7
kamal-haasan-received-doctorate-award-from-cm-naveen-patnaik

ଭୁବନେଶ୍ୱର ୧୯।୧୨ : ଚୋରି ରୋକିବାକୁ ଆକ୍ସନରେ ସରକାର । ସୀମାନ୍ତବର୍ତ୍ତୀ ରାଜ୍ୟର ସୀମାକୁ ସିଲ କଲେ ରାଜ୍ୟ ସରକାର। ଏହାସହ ସନ୍ଦେହଜନକ ସ୍ଥାନ ଏବଂ ସମସ୍ତ ସୀମାରେ ସିସିଟିଭିକୁ ପୂର୍ବରୁ ସ୍ଥାପନ ମଧ୍ୟ କରାଯାଇଛି 

ବର୍ତ୍ତମାନ ୨୦୨୫-୨୬ ଖରିଫ ଧାନ ସଂଗ୍ରହ ଚାଲିଛି। ଫଳରେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ଆମ ଜିଲ୍ଲାକୁ ବେଆଇନ ଭାବରେ ଧାନ ଚାଲାଣ ହେବାର ଆଶଙ୍କା ରହିଛି।  ସେଥିପାଇଁ ସୀମାକୁ ସିଲ୍‌ କରିଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର MSP ଅଧିକ। ତେଣୁ ଏହାର ସୁଯୋଗ ନେଇ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାନ୍ତ ପଏଣ୍ଟଗୁଡ଼ିକରୁ ଆମ ଜିଲ୍ଲାଗୁଡ଼ିକୁ ସଂଯୋଗକାରୀ RD ରାସ୍ତା ଦେଇ ଧାନର ବେଆଇନ ପରିବହନକୁ ରୋକିବା ପାଇଁ ସୀମାନ୍ତକୁ ସିଲ କରାଯାଇଛି । ଏହାସହ ଓଡ଼ିଶା - ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାର CCTV କ୍ୟାମେରା ପୂର୍ବରୁ ସ୍ଥାପନ କରାଯାଇଛି। ଧାନର କଳାବଜାରୀ ରୋକିବାକୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।