ଗିଲଙ୍କୁ ପାଣି ଡର : ହୋଟେଲ ରୁମରେ ଲଗାଇଲେ ୩ ଲକ୍ଷ ଟଙ୍କାର ଓ୍ୱାଟର୍ ପ୍ୟୁରିଫାୟର

NEWS7
kalki-spoke-about-casting-couch

ଇନ୍ଦୋର,୮|୦୧: କିଛି ଦିନ ତଳେ ସାରା ଦେଶରେ ଚର୍ଚ୍ଚାରେ ଥିଲା ଇନ୍ଦୋର । ମଧ୍ୟ ପ୍ରଦେଶ ତଥା ଦେଶର ସବୁଠୁ ସ୍ୱଚ୍ଛ ସହର ହୋଇଥିଲା ବଦନାମ୍ । ଦୂଷିତ ପାଣି ପିଇ ଏଠାରେ୧୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିଲେ । ଏହାସହ ଶହଶହ ଅସୁସ୍ଥ ହୋଇଥିଲେ । ତେବେ ରବିବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ଖେଳିବ ଭାରତ । ଉଭୟ ଦଳ ପାଇଁ ଆଜିର ମୁକାବିଲା କର ବା ମର ସ୍ଥିତିରେ ରଖିଛି । ସେପଟେ ଖେଳାଳିଙ୍କୁ ସ୍ୱଚ୍ଛ ପାଣି ଦେବାକୁ ବିସିସିଆଇ ସବୁ ଉଦ୍ୟମ କରୁଛି । କିନ୍ତୁ ଅଧିନାୟକ ଶୁଭମନ ଗିଲ୍ ନିଜେ ତାଙ୍କ କୋଠରୀରେ ତିନି ଲକ୍ଷ ଟଙ୍କାରେ ଓ୍ୱାଟର୍ ପ୍ୟୁରିଫିକେସନ ମେସିନ୍ ଲଗାଇଥିବା ହୋଟେଲକିଛି କର୍ମଚାରୀ କହିଛନ୍ତି ।

ହୋଟେଲ କର୍ମଚାରୀଙ୍କ କହିବାନୁସାରେ, ଗିଲ୍ ଇନ୍ଦୋରରେ ପହଁଚିବା ପରେ ତାଙ୍କ କୋଠରୀରେ ଏକ ଓ୍ୱାଟର୍ ପ୍ୟୁରିଫିକେସନ ମେସିନ୍ ଲଗାଇବାକୁ କହିଥିଲେ । ଯାହାର ଦାମ୍ଲକ୍ଷ ଟଙ୍କା ହେବ । ଏହା ପାଣିକୁ ଭଲ ଭାବେ ବିଶୁଦ୍ଧ କରିଥାଏ । ଆର-ଓ ଟେକନୋଲୋଜି ସହ ଏଥିରେ ଅନ୍ୟ ଆଡଭାନ୍ସ ଫିଚର୍ସ ରହିଛି ।

ଅନ୍ୟ ଦିଗରେ ଦଳର ମ୍ୟାନେଜର ଗିଲଙ୍କ ନୂଆ ଓ୍ୱାଟର ପ୍ୟୁରିଫିକେସନ ମେସିନକୁ ନେଇ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । ତେବେ ଏହି ମେସିନ ଇନ୍ଦୋରର ଅଘଟଣକୁ ନେଇ ଲଗାଯାଇଛିନା ନାହିଁ ତାହା ସ୍ପଷ୍ଟ ହୋଇନି । ହୋଟେଲ ଏବଂ ଷ୍ଟାଡିୟମରେ ଖେଳାଳିଙ୍କୁ ଅତି ବିଶୁଦ୍ଧ ପାଣି ଦେବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି ।

ତେବେ ଗିଲଙ୍କ ଏପରି ପଦକ୍ଷେପ ନୁଆ ନୁହେଁ । ଷ୍ଟାର୍ ବ୍ୟାଟର ବିରାଟ କୋହଲି ନିଜ ଶୃଙ୍ଖଳିତ ଜୀବନଯାପନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସେ ଫ୍ରାନ୍ସକୁ ଆସୁଥିବା ଇଭିଆନ୍ ନାଚ୍ୟୁରାଲ୍ ସ୍ପ୍ରିଙ୍ଗ୍ ଓ୍ୱାଟର ପିଇଥାନ୍ତି । ଯାହାର ଦାମ୍ ସାଧାରଣ ପାଣି ଅପେକ୍ଷ ଢେର୍ ଅଧିକ ।