LIVE TV

୪୦ ବର୍ଷରେ ଦ୍ଵିତୀୟ ଥର ମାଆ ହେବେ ସୋନମ ! ଖୁବ୍‌ ଶୀଘ୍ର ସେୟାର କରିବେ ଖୁସି ଖବର

NEWS7
kalahandi-police-housing-board-deputy-manager-in-vigilance-net

ମୁମ୍ଵାଇ ୦୩।୧୦; ବଲିଉଡ୍ ଅଭିନେତ୍ରୀ ଏବଂ ଅନିଲ କପୁରଙ୍କ ଲଡଲୀ ସୋନମ୍ କପୁର। ବର୍ତ୍ତମାନ ତାଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । କୁହାଯାଉଛି ସୋନମ୍ କପୁର ଗର୍ଭବତୀ ଅଛନ୍ତି ଖୁବ୍‌ଶୀଘ୍ର ସେ ତାଙ୍କର ଦ୍ୱିତୀୟ ଗର୍ଭାବସ୍ଥା ବିଷୟରେ ଏକ ଆନୁଷ୍ଠାନିକ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଏହି ଯୋଡ଼ି ୨୦୨୨ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହି ଖବର ଏବେ ସୋସିଆଲ ମିଡିଆ ଘୁରି ବୁଲୁଛି।

ରିପୋର୍ଟ ଅନୁଯାୟୀ, ସାତ ବର୍ଷ ବିବାହ ପରେ ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା ଦ୍ୱିତୀୟ ଥର ପାଇଁ ପ୍ୟାରେଣ୍ଟିଂ କ୍ଲବରେ ଯୋଗ ଦେବାକୁ ଯାଉଛନ୍ତି। କପୁର ଏବଂ ଆହୁଜା ପରିବାରରେ ଖୁସି ଭରି ଯାଇଛି। ଉଭୟ ପରିବାର ସେମାନଙ୍କର ଛୋଟ ଅତିଥିଙ୍କ ଆଗମନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୋନମ ଏବେ ତାଙ୍କର ଦ୍ୱିତୀୟ ତ୍ରୈମାସିକରେ ଅଛନ୍ତି । ଏନେଇ ଏପର୍ଯ୍ୟନ୍ତ ଅଭିନେତ୍ରୀ ତାଙ୍କ ଗର୍ଭଧାରଣ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତିଖୁବ୍ ଶୀଘ୍ର ଅଫିସିଆଲ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ଦେଇପାରନ୍ତି ବୋଲି ସୂଚନା ମିଳିଛି

ସୋନମ ଏବଂ ଆନନ୍ଦ ୨୦୧୮ରେ ବିବାହ କରିଥିଲେ

ସୋନମ କପୁର ଏବଂ ଆନନ୍ଦ ଆହୁଜା ବର୍ଷ ବର୍ଷ ଧରି ଡେଟିଂ କରିବା ପରେ ମେ ୨୦୧୮ରେ ବିବାହ କରିଥିଲେ ଅଗଷ୍ଟ ୨୦୨୨ରେ ସେମାନଙ୍କ ପୁଅ ବାୟୁକୁ ସ୍ୱାଗତ କରିଥିଲେ। ସେବେଠାରୁ, ଅଭିନେତ୍ରୀ ତାଙ୍କ ମାତୃତ୍ୱର ଝଲକ ବାରମ୍ବାର ସେୟାର କରିଛନ୍ତି।