ଆମେରିକା ସହ ଡିଲ୍ କରି ଭାରତର ବିଦେଶ ନୀତି ଦୁର୍ବଳ ହେଇଗଲା କି ? ସତରେ କ’ଣ ଋଷ ଠାରୁ ତେଲ କିଣିବନି ଭାରତ? ଜୟଶଙ୍କର କହିଲେ...

NEWS7
jyotiraditya-scindia-facebook-account-hacked

ନୂଆଦିଲ୍ଲୀମସ୍କୋର ଶକ୍ତି ରାଜସ୍ୱ ଉପରେ କଟକଣା କଡ଼ାକଡ଼ି କରୁଥିବା ବେଳେ ଭାରତ ଋଷ ଠାରୁ ତେଲ କିଣିବ ନାହିଁ ବୋଲି ବିଶ୍ୱ ମଞ୍ଚରେ ଖୋଲାଖୋଲି ଘୋଷଣା କରିଥିଲା। ହେଲେ ଆମେରିକାର ଏହି ଦାବିକୁ ଖଣ୍ଡନ କରି ଭାରତ ବିଶ୍ୱ ମଞ୍ଚରେ କଡ଼ା ବାର୍ତ୍ତା ଦେଇଛି। ଭାରତର ଶକ୍ତି କ୍ରୟ ରାଜନୈତିକ ଚାପ ଦ୍ୱାରା ନୁହେଁ "ଖର୍ଚ୍ଚ, ବିପଦ ଏବଂ ଉପଲବ୍ଧତା" ଉପରେ ନିର୍ଭରେ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

ଆମେରିକା ସହ ବାଣିଜ୍ୟ ଡିଲ୍ କରିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଦାବି କରିଥିଲେ ଯେ ଭାରତ ଋଷ ଠାରୁ ତେଲ କିଣିବ ନାହିଁ ବୋଲି ମନା କରିଛି। ଯଦିଓ ଭାରତ ସିଧାସଳଖ ଟ୍ରମ୍ପ ଓ ରୁବିଓଙ୍କ କଥାକୁ ଖଣ୍ଡନ କରି ନାହିଁ, ତେବେ ଭାରତ କାହା ଚାପରେ ନିଜର ରଣନୀତି ବଦଳାଇବ ନାହିଁ ବୋଲି ରୋକ୍ଠୋକ୍ କହି ଦେଇଛି।

ଶନିବାର ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଭାଷଣ ଦେଇ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏନେଇ ପ୍ରତିକ୍ରିୟା ରଖିଥିଲେ। ସାମ୍ପ୍ରତିକ ଭାରତ-ଆମେରିକା ବାଣିଜ୍ୟ ଡିଲ୍ ଭାରତର ଦୀର୍ଘକାଳୀନ ରଣନୈତିକ ସ୍ୱାୟତ୍ତତା ନୀତିକୁ ଦୁର୍ବଳ କରିବ କି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଜୟଶଙ୍କର କହିଥିଲେ ଭାରତର ରଣନୀତି କାହା ଚାପରେ ବଦଳେ ନାହିଁ। ଜୟଶଙ୍କର ଏହି ବୟାନ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବୟାନ ପରେ ଆସିଥିଲା।

ମସ୍କୋର ଶକ୍ତି କ୍ଷେତ୍ର ଉପରେ ଆମେରିକାର ସଦ୍ୟତମ କଟକଣା ପରେ ଅତିରିକ୍ତ ରୁଷୀୟ ତୈଳ କ୍ରୟରୁ ନିବୃତ୍ତ ରହିବା ପାଇଁ ୱାଶିଂଟନ ଭାରତଠାରୁ ପ୍ରତିଶ୍ରୁତି ହାସଲ କରିଥିବା ରୁବିଓଙ୍କ କହିଥିଲେ। ଏବଂ ୟୁରୋପ ମଧ୍ୟ ଆଗକୁ ବଢ଼ିବ ବୋଲି ନିଷ୍ପତ୍ତି ନେଇଥିବା ରୁବିଓ କହିଛନ୍ତି ବୋଲି ଋଷୀୟ ଗଣମାଦ୍ୟମ ଟାସ୍ ରିପୋର୍ଟ ପ୍ରକାଶ କରିଥିଲା।

ଣ କହିଲେ ଜୟଶଙ୍କର?

ମ୍ୟୁନିଚ୍ ସୁରକ୍ଷା ସମ୍ମିଳନୀରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ରହି ଜୟଶଙ୍କର ସ୍ପଷ୍ଟ କରିଥିଲେ ଯେ ଭାରତର ବୈଦେଶିକ ନୀତି ଦିଗ ସହଜରେ ପରିବର୍ତ୍ତନ ହେବ ନାହିଁ। ସେ କହିଛନ୍ତି “ଆମେ ରଣନୈତିକ ସ୍ୱାୟତ୍ତତା ସହିତ ବହୁତ ଜଡିତ, କାରଣ ଏହା ଆମର ଇତିହାସ ଏବଂ ଆମର ବିକାଶର ଏକ ଅଂଶ। ଏବଂ ଏହା ଖୁବ୍ ଗଭୀର, ଏହା ଏମିତି ଜିନିଷ ଯାହା ରାଜନୈତିକ ସ୍ପେକ୍ଟ୍ରମ୍ ଠାରୁ ବି ଅଲଗା।”

ଶକ୍ତି କ୍ରୟ ସମ୍ପର୍କରେ, ସେ ବିଶ୍ୱ ତୈଳ ବଜାରକୁ ଜଟିଳ ବୋଲି କହିଥିଲେ। ସେ କହିଥିଲେ "ଯଦି ଶକ୍ତି ସମସ୍ୟା ସମ୍ପର୍କରେ କହିବା, ତେବେ ଆଜି ଏହା ଏକ ଜଟିଳ ବଜାର ପରିଣତ ହୋଇଛି। ମୁଁ ଭାବୁଛି ଭାରତ ଓ ୟୁରୋପ ପରି, ବିଶ୍ୱର ଅନ୍ୟାନ୍ୟ ଭାଗରେ ଥିବା ତେଲ କମ୍ପାନୀଗୁଡ଼ିକ ପ୍ରଥମେ ଉପଲବ୍ଧତା, ମୂଲ୍ୟକୁ ଓ ବିପଦକୁ ଦେଖନ୍ତି ଏବଂ ତା’ ପରେ ଯାଇ ନିଷ୍ପତ୍ତି ନିଅନ୍ତି। ଯାହା ସେମାନଙ୍କ ସ୍ୱାର୍ଥରେ ଥିବ ସେମାନେ ନିଷ୍ପତ୍ତି ନିଅନ୍ତି।"

ବାଣିଜ୍ୟ ଚୁକ୍ତିର ବ୍ୟବସ୍ଥା ଅନୁଯାୟୀ ଭାରତ ରୁଷ ତେଲ କିଣିବା ବନ୍ଦ କରିବ କି ନାହିଁ ସିଧାସଳଖ ପ୍ରଶ୍ନ କରିବାରୁ, ଜୟଶଙ୍କର ଉତ୍ତର ଦେଇଥିଲେ, "ଯଦି ଆପଣଙ୍କ ପ୍ରଶ୍ନର ମୂଳ କଥା ହେଇଥାଏ ଯେ ମୁଁ ସ୍ୱାଧୀନ ମନରେ ରହି ମୋର ନିଷ୍ପତ୍ତି ନେଇପାରିବି କି ଏବଂ ମୁଁ ଏପରି ନିଷ୍ପତ୍ତି ନେବି ଯାହା ଆପଣଙ୍କ ଚିନ୍ତାଧାରା ସହିତ ସହମତ ନ ହୋଇପାରେ, ତେବେ ହଁ, ଏହା ହୋଇପାରେ।" ଆମେରିକା ଚାପରେ ଭାରତର ବିଦେଶ ନୀତି ସମ୍ପୂର୍ଣ୍ଣ ନଇଁଗଲା, ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପ ସମ୍ମୁଖରେ ଆତ୍ମସମର୍ପଣ କରିଦେଲେ ବୋଲି ବିରୋଧୀ ଯେଉଁ ପ୍ରଶ୍ନ ଉଠାଉଛନ୍ତି, ତା’ ଉପରେ ଭାରତ ସରକାର ଏପର୍ଯ୍ୟନ୍ତ କଥା ସ୍ପଷ୍ଟ କରୁ ନାହାନ୍ତି। ଋଷ ଠାରୁ ତେଲ କିଣିବା ନେଇ ୱାଶିଂଟନର କରୁଥିବା ଦାବିକୁ ଜୟଶଙ୍କର ସ୍ପଷ୍ଟ କିମ୍ବା ଅସ୍ୱୀକାର ନ କରିବା ପୁଣିଥରେ ବିରୋଧୀଙ୍କ ପ୍ରଶ୍ନ ଉଠାଇବାକୁ ସୁଯୋଗ ଦେଇଛି।

ଆମେରିକା ଦାବିକୁ ଋଷର ଖଣ୍ଡନ

ଆମେରିକା ଏଭଳି ଦାବି କରୁଥିବା ବେଳେ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ ଭାରତ ଏପରି କୌଣସି ପ୍ରତିଶ୍ରୁତି ଦେଇଥିବା ରିପୋର୍ଟକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ଅଧିକାରୀଙ୍କ ବ୍ୟତୀତ ଆଉ କେହି ଭାରତ ରୁଷର ତୈଳ ଆମଦାନୀ ବନ୍ଦ କରିବା ସମ୍ପର୍କରେ କଥା ହୋଇ ନାହାଁନ୍ତି ଏବଂ ଭାରତ ସରକାର ଏପରି କୌଣସି ବିବୃତ୍ତି ଦେଇ ନାହାଁନ୍ତି। ମସ୍କୋ ସହିତ ଦୀର୍ଘକାଳୀନ ସମ୍ପର୍କକୁ ବଜାୟ ରଖି ରୁଷ ଉପରେ ପାଶ୍ଚାତ୍ୟ କଟକଣାକୁ ମୁକାବିଲା କରିବା ସମୟରେ ଭାରତ ଯେ କେତେ ସମସ୍ୟା ଦେଇ ଗତି କରୁଛି ତାହା ଭିନ୍ନ ଭିନ୍ନ ବିବରଣୀରୁ ସ୍ପଷ୍ଟ ହୋଇଛି।

ସଂଶୋଧନର ଆହ୍ୱାନ ଦେଲେ ଜୟଶଙ୍କର

ମ୍ୟୁନିଚ୍ ଠାରେ, ଜୟଶଙ୍କର ବିଶ୍ୱ ଶାସନ ବ୍ୟବସ୍ଥାକୁ ମଧ୍ୟ ବିସ୍ତାର କରିବା ଉପରେ ମତ ଦେଇଥିଲେ। ସେ ଜାତିସଂଘରେ ସଂସ୍କାର ପାଇଁ ଆହ୍ୱାନ ଦେଇଥିଲେ, ଯୁକ୍ତି ଦେଇ କହିଥିଲେ ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ କୋଭିଡ୍-୧୯ ମହାମାରୀ ଏବଂ ୟୁକ୍ରେନ ବିବାଦ ଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ଚୀନର ଉତ୍ଥାନ ପର୍ଯ୍ୟନ୍ତ ଅନେକ ଆଘାତ ଅନ୍ତର୍ଜାତୀୟ ସାଂଗଠନିକ ସଂସ୍ଥାର ଦୁର୍ବଳତାକୁ ପଦାର ପକାଇଛି।