ନିଜ ପୁତୁରା ସହ ଝିଅର ବିବାହ କରାଇଲେ ଆସିମ ମୁନୀର, ଗୁପ୍ତ ଥିଲା ସମାରୋହ

NEWS7
jyotiraditya-scindia-facebook-account-hacked

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନୀର ନିଜ ଝିଅଙ୍କ ବିବାହ କରାଇଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମୁନୀର ନିଜ ଝିଅଙ୍କ ବିବାହ ନିଜ ଭାଇଙ୍କ ପୁଅ ସହ କରାଇଛନ୍ତି । ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନୀର ନିଜ ପୁତୁରଙ୍କ ସହ ଝିଅର ବିବାହ କରାଇଛନ୍ତି । ବିବାହ ଗତ ସପ୍ତାହରେ ରାୱଲପିଣ୍ଡିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ଶୀର୍ଷ ନେତା ଓ ସାମରିକ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସମାରୋହକୁ ଗୁପ୍ତ ଭାବରେ କରାଯାଇଥିଲା ।

ପାକିସ୍ତାନୀ ସାମ୍ବାଦିକ ଜାହିଦ ଗିଶକୋରି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ସେୟାର କରି ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ସେ ଦାବି କରିଛନ୍ତି ଜେନେରାଲ ଆସିମ ମୁନୀର ତାଙ୍କ ଭାଇର ପୁଅ ସହିତ ତାଙ୍କ ଝିଅର ନିକାହ କରିଛନ୍ତି । ଅନ୍ୟ ଜଣେ ସାମ୍ବାଦିକ ରାଜା ମୁନିବ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, "ଫିଲ୍ଡ ମାର୍ଶାଲ ଆସିମ ମୁନୀର ତାଙ୍କ ଭାଇ କାସିମ ମୁନୀରଙ୍କ ପୁଅ ସହିତ ତାଙ୍କ ଝିଅର ବିବାହ କରିଛନ୍ତି । "

ଜାହିଦ ଗିଶକୋରି କହିଛନ୍ତି, "ଗତ ସପ୍ତାହରେ ରାୱଲପିଣ୍ଡିରେ ଏହି ବିବାହ ହୋଇଥିଲା । ମୋ ପାଖରେ ଥିବା ସୂଚନା ଅନୁସାରେ, ବିବାହ ତାଙ୍କ ଭାଇଙ୍କ ପୁଅ ସହିତ ହୋଇଥିଲା ।" ବର ନାଁ ଅବଦୁର ରେହମାନ ବୋଲି ଜଣାପଡ଼ିଛି । ଗିଶକୋରି କହିଥିଲେ, "ଏହା ଏକ ହାଇ-ପ୍ରୋଫାଇଲ୍ ବିବାହ ଥିଲା ଏବଂ ତାଙ୍କ ପୁତୁରା ପୂର୍ବରୁ ପାକିସ୍ତାନ ସେନାରେ ଜଣେ କ୍ୟାପ୍ଟେନ୍ ଥିଲେ । ତାଙ୍କର ନାମ ଅବଦୁର ରେହମାନ ଏବଂ ସେ ସୟଦ କାସିମ ମୁନୀରଙ୍କ ପୁଅ । ଆସିମ ମୁନୀରଙ୍କର ଚାରି ଝିଅ ଅଛନ୍ତି ଏବଂ ଏହା ତାଙ୍କର ତୃତୀୟ ଝିଅର ବିବାହ ଥିଲା । ଝିଅର ନାମ ମହନୂର ।"

ଗିଶକୋରିଙ୍କ ଅନୁଯାୟୀ, ବିବାହରେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ସରିଫଙ୍କ ସମେତ ଅନେକ ଅବସରପ୍ରାପ୍ତ ଜେନେରାଲ ଏବଂ ପୂର୍ବତନ ସେନା ମୁଖ୍ୟ ଯୋଗ ଦେଇଥିଲେ । ବିବାହରେ ୪୦୦ରୁ ଅଧିକ ଅତିଥି ଯୋଗ ଦେଇଥିଲେ ଏବଂ ସୁରକ୍ଷା କାରଣରୁ ଏହି ସମାରୋହକୁ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା ।