ISROର ମିଶନ ବିଫଳ, ଗତିପଥ ବଦଳାଇଦେଲା ‘ଅନ୍ୱେଷା’

NEWS7
justice-sharad-arvind-bobde-takes-oath-as-chief-justice-of-india

ନୂଆଦିଲ୍ଲୀ: ISROର PSLV C62 ମିଶନ ବିଫଳ। 'ଅନ୍ୱେଷା' ଉପଗ୍ରହ କକ୍ଷପଥରେ ସ୍ଥାପିତ ହୋଇପାରିଲା ନାହିଁ। ଶେଷ ସମୟରେ ରକେଟ୍ ଗତିପଥ ବଦଳାଇଦେଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ୨୦୨୬ ପାଇଁ ପ୍ରଥମ କକ୍ଷପଥ ମିଶନ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। କିନ୍ତୁ ଉପଗ୍ରହ ସ୍ଥାପିତ ହୋଇପାରିଲା ନାହିଁ।

PSLV-C62 ରକେଟ୍ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଥିଲା। ଏହି ମିଶନ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଉଡ଼ାଣ ଭରିଥିଲା। ଏହି ମିଶନର ମୁଖ୍ୟ ଉପାଦାନ EOS-N1 ଅନ୍ୱେଷା ଥିଲା। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଦ୍ୱାରା ବିକଶିତ ଏକ ହାଇପରସ୍ପେକ୍ଟ୍ରାଲ୍ ଉପଗ୍ରହ। ଅନ୍ୱେଷା ଉପଗ୍ରହକୁ ଉନ୍ନତ ପୃଥିବୀ ପର୍ଯ୍ୟବେକ୍ଷଣ ପ୍ରୟୋଗ ପାଇଁ ଡିଜାଇନ୍ କରାଯାଇଥିଲା।