ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, କହିଲେ- ଦୁଇ ଜଣ ବିଜେପି ବିରୋଧରେ ଲଢ଼େଇ କରୁଛୁ

NEWS7
just-eat-garlic-soaked-in-honey-for-7-days-then-see-the-amazing

ଭୁବନେଶ୍ବର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟୀ ସଭାପତି ଅଖିଳେଶ ଯାଦବ। ଶୁକ୍ରବାର ଅଖିଳେଖ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ତେବେ ଆଲୋଚନା ପରେ ପ୍ରତିକ୍ରିୟା ରଖିଛନ୍ତି ଅଖିଳେଶ ଯାଦବ। ସେ କହିଛନ୍ତି ‘‘ଆଦରଣୀୟ ନବୀନ ପଟ୍ଟନାୟକ ଦେଶର ଜଣେ ବରିଷ୍ଠ ନେତା । ଓଡ଼ିଶାର ବିକାଶରେ ନବୀନ ବାବୁ ଓ ତାଙ୍କ ବାପାଙ୍କର ବଡ଼ ଭୂମିକା ରହିଛି । ବିଶେଷ କରି ଗରିବଙ୍କ ସମ୍ମାନ ଓ ଓଡ଼ିଶାର ବିକାଶ ପାଇଁ ସେମାନେ କରିଥିବା କାମ ଲୋକଦେଖାଣିଆ ହୋଇଛି। ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରିବା ପରି କାମ ହୋଇଛି । ଲଗାତାର ଭାବେ ସରକାରରେ ରହି ଲୋକଙ୍କ ଜୀବନ ବଦଳାଇଛନ୍ତି। ନବୀନଙ୍କ ସହ ଏହା ମୋର ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ମୋ ବାପାଙ୍କ ସହିତ ତାଙ୍କ ବାପା କାମ କରିଛନ୍ତି। ପୁରୁଣା ସମ୍ପର୍କ ରହିଛି। ଆମେ ଦୁଇ ଜଣ ବିଜେପି ବିରୋଧରେ ଲଢ଼େଇ କରୁଛୁ।’’