ରୋଜଗାର ଆଶା ଦେଲା ନିର୍ଯାତନା, ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କଲେ ଉଜବେକିସ୍ତାନରେ ଫସିଥିବା ଭାରତୀୟ

NEWS7
just-before-dussehra-the-salary-of-5-crore-employees-will-be-increased-modi-government-in-preparation

ବ୍ରହ୍ମପୁର ୭।୧: ରୋଜଗାର ଆଶାରେ ବିଦେଶ ଗଲେ । ରୋଜଗାର ବଦଳିଗଲା ସୌଦାଗର । ଦରମା ବଦଳରେ ନିର୍ଯାତନା ପାଇଲେ । ଉଜବେକିସ୍ତାନ ଆଙ୍ଗିୟୁଲରେ ଫସିଛନ୍ତି ଶହ ଶହ ଯୁବକ । ସେଥିରେ ରାଜ୍ୟର ଅନେକ ଯୁବକ ମଧ୍ୟ ଅଛନ୍ତି । ମୁକ୍ତି ପାଇଁ ସରକାରଙ୍କୁ ଭିଡିଓ ମାଧ୍ୟମରେ କରିଛନ୍ତି ଆକୁଳ ନିବେଦନ । ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।

ଉଜବେକିସ୍ତାନ ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ ଦିନରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି ଶତାଧିକ ଭାରତୀୟ ଯୁବକ । ଦରମା, ଖାଇବା ଦେଉନଥିବା ବେଳେ ଚିନ୍ତାରେ ଅଛନ୍ତି ଭାରତୀୟ । ଏହି କମ୍ପାନୀରେ ୧୫ ଶହରୁ ଉର୍ଦ୍ଧ୍ବ ଭାରତୀୟ ଚାକିରି କରୁଥିବା ବେଳେ ଦୀର୍ଘ ୪ ମାସ ଅର୍ଥାତ ଅକ୍ଟୋବର ମାସ ଠାରୁ ଦରମା ଦେଉନଥିବା ବେଳେ ଖାଇବା ଦେଉନଥିବା ଅଭିଯୋଗ କରିଛନ୍ତି । ବଡ଼ କଷ୍ଟରେ ଘରୁ ଟଙ୍କା ମଗାଇ ଚଳୁଛନ୍ତି ଭାରତୀୟ । ସେମାନଙ୍କ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟର ଯୁବକ ରହିଥିବା ବେଳେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ଯୁବକ ମଧ୍ୟ ଫସି ରହିଛନ୍ତି । ଭିଡିଓ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇ ଭିଡିଓ ପଠାଇଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ଦିଗପହଣ୍ଡି, କବିସୂର୍ଯ୍ୟନଗର ସମେତ ବିଭିନ୍ନ ଅଞ୍ଚଳର ଯୁବକ ଫସିଥିବା ଜଣାପଡିଛି ।

ଏ ନେଇ ଶ୍ରମ ବିଭାଗ ନିକଟରେ ଖବର ନାହିଁ । ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଛନ୍ତି ବ୍ରହ୍ମପୁର ଶ୍ରମ ବିଭାଗ ଅଧିକାରୀ । କିଭଳି ଭାବେ ସେଠାରୁ ଗଞ୍ଜାମ ଯୁବକଙ୍କୁ ମୁକ୍ତି କରି ଅଣାଯିବ ସେନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।