କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କୁ ଧରାଇଦେଲା ଏଆଇ କ୍ୟାମେରା : ୩ ଶିକାରୀ ଗିରଫ, ୫ ବନ୍ଧୁକ ଜବତ

NEWS7
junior-engineer-arrested-by-vigilance-on-graft-charge-in-kalahandi

ନୀଳଗିରି ୧୩।୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇବା ସହିତ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏଆଇ କ୍ୟାମେରା ଲାଗିଛି । ପୁଣି ଶିକାରୀଙ୍କୁ ଧରାଇ ଦେଇଛି ଏଆଇ କ୍ୟାମେରା ।

ଗତ ୨ ତାରିଖ ଦିନ ଶିକାରୀ ମାନେ କୁଳଡିହା ଅଭୟାରଣ୍ୟ ଭିତରକୁ ଅବାଧରେ ଶିକାର କରିବାକୁ ଯାଇଥିଲେ । ସେମାନଙ୍କ ଚିତ୍ର ଏଆଇ କ୍ୟାମେରାରେ କଏଦ ହୋଇଥିଲା । ପରେ ଚିହ୍ନଟ କରିବା ପରେ ବନ ବିଭାଗ ଶିକାରୀଙ୍କୁ ଧରିବା ପାଇଁ ପ୍ରସ୍ତୁତି ହୋଇ ରହିଥିଲା । ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ନୀଳଗିରି କୁଳଡିହା ଓ ସୋର ବନ ବିଭାଗ ମିଳିତ ଭାବେ ବେତେଇ ଅଞ୍ଚଳରେ ଚଢ଼ାଉ କରିଥିଲେ । ତିନି ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ୫ଟି ବନ୍ଧୁକ ଜବତ କରିବାରେ ସଫଳ ହୋଇଛନ୍ତି । ଶିକାରୀ ମାନେ ହେଲେ ବେତେଇ ନରସିଂହସିଲା ଗ୍ରାମର ଗୁରା ମୁଣ୍ଡାଗେଦେ ଦେଓଗାମବିକ୍ରମ ମୁଣ୍ଡା । ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।