LIVE TV

କୋମନାରୁ ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବୁଝାଇ ଦେଲେ ବେଇମାନିର ସଂଜ୍ଞା

NEWS7
juel-oram-lead-race-for-speaker-post-bhartruhari-mahtab-for-deputy-speaker

ନୂଆପଡ଼ା: ସମ୍ମାନନୀୟ ବିରୋଧୀ ଦଳ ନେତା କୋମନା ଆସିଥିଲେ ଜୟ ଢୋଲକିଆଙ୍କୁ ବେଇମାନ କହିଥିଲେ। ନୂଆପଡ଼ା ଓ କୋମନା ଭାଇ ଭଉଣୀ ମାନେ ବେଇମାନ୍ କାହାକୁ କୁହାଯାଏ ଆପଣ ଉତ୍ତର ଦିଅନ୍ତୁ। ବିଚାରଧାରା ନିର୍ବିଶେଷରେ ବିରୋଧୀ ଦଳ ନେତା ଶାଳିନତା ରକ୍ଷା କରନ୍ତୁ। ଲାଗୁଚି ସ୍କ୍ରିପ୍ଟ ରାଇଟର ବିରୋଧୀ ଦଳ ନେତାଙ୍କ ମୁହଁରୁ କହିବା ପାଇଁ ଲେଖିଦେଇଥିଲେ। ସେ ବୁଝେଇ ନାହାନ୍ତି ବେଇମାନର ସଂଜ୍ଞା କଣ। ନୂଆପଡ଼ା ଉପନିର୍ବାଚନ ପାଇଁ କୋମନାରେ ଆଜି ପ୍ରଚାର ସମୟରେ ଏମିତି ଶବ୍ଦରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସଭା ମଞ୍ଚରୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। ସେ  କହିଛନ୍ତି କିଏ ବେଇମାନ ? ବିଜେପୁରରେ କଂଗ୍ରେସ ନେତାଙ୍କୁ ଆଣି ବିଜେଡିରେ ପ୍ରାର୍ଥୀ କରିଥିଲା। ସେତେବେଳେ ବିଜେଡି ବେଇମାନି କରିଥିଲା କି ନାହିଁ। କାକଟପୁରରେ ମନ୍ତ୍ରୀ ପଦ ଦେଖାଇ ବିଜେପି ପ୍ରାର୍ଥୀଙ୍କୁ ନେଇଗଲେ। ଏମିତି କି ଜଣେ ବିରୋଧୀ ଦଳ ନେତା ଯିଏକି ନାର୍ଲାର ତାଙ୍କୁ ଦଳକୁ ନେଇଗଲେ। ସଂପୂର୍ଣ୍ଣ ବେଇମାନ କାମ କରିଥିବା ଦଳର ନେତା କୁହନ୍ତୁ କିଏ ବେଇମାନ।

ରାଜେନ୍ଦ୍ର ଢୋଲକିଆ ପରିବାରର ପୁଅଙ୍କୁ କହିବେ ବେଇମାନୀ। ଏହା ବିରୋଧୀ ଦଳ ନେତାଙ୍କ ମୁହଁରେ ଶୋଭା ପାଏନି। ଅଙ୍ଗୁଳି ଦେଖେଇ କହିଲେ ପଛକୁ ୪ ଟି ଅଙ୍ଗୁଳି ରହିଛି। ତାହେଲେ କିଏ ବେଇମାନ । ବିଜୟ ମହାପାତ୍ରଙ୍କରଠୁ ନେଇ ନଳିନୀ ମହାନ୍ତି। ଧକ୍କା ମାରି ଦଳରୁ କାଢ଼ିଲେ। ବେଇମାନ ନେଇ ସେମାନେ ନକହିବା ଭଲ। ନୂଆପଡ଼ା ଲୋକେ ଏହାର ଜବାବ ଦେବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ଜନତା ଦଳ ବାହାର ଜିଲ୍ଲାରୁ ଆଣି ପ୍ରାର୍ଥୀ କରିଛନ୍ତି। ଏଠି ନେତା କଣ ଏତେ ଆଯୋଗ୍ୟ କି। ଏତେ ବର୍ଷର ନେତା ତିଆରି ହୋଇନାହାନ୍ତି କି। ଟିକେଟ କମିଟିର ସଦସ୍ୟା ନିଜେ ଚଞ୍ଚକତା କରି ପ୍ରାର୍ଥୀ ହେଲେ। ଏହା ନୂଆପଡ଼ା ବାସୀଙ୍କ ପାଇଁ ଧୋକା ନୁହେଁ କି। ପ୍ରାର୍ଥୀ ଖୋଜି ଖୋଜି ପାଇଲେନି ଯେ ବରଗଡ଼ରୁ ଆଣିଲେ। ଆପଣ ଏହାର ଜବାବ ଦେବେ। କଂଗ୍ରେସର ମୁଖିଆ ବିଦେଶରେ ଦେଶକୁ ନିନ୍ଦିତ କରୁଛନ୍ତି। ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ ତାଙ୍କୁ ବାଧୁଚି। ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା କଣ ତାଙ୍କ ଦେଶ ପ୍ରେମ ଦର୍ଶାଉଛି କି।