୨୪ ଘଣ୍ଟାରେ ଖସିବ ପାରଦ, ୨ ରୁ ୩ ଡିଗ୍ରୀ ରହିପାରେ ତାପମାତ୍ରା

NEWS7
jubaka-mruta-in-kendrapada

ଭୁବନେଶ୍ୱର ୦୫/୦୨: ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ । କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୪ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଶୁକ୍ରବାର ଫୁଲବାଣୀରେ ୧୨ ଡିଗ୍ରୀ, ବଲାଙ୍ଗିରରେ ୧୩, ବୌଦ୍ଧରେ ୧୪ ଡିଗ୍ରୀ ରହିପାରେ । ରାଉରକେଲା ଓ ନବରଙ୍ଗପୁରରେ ୧୨ ଡିଗ୍ରୀ ରହିବ । ଶନିବାର ଫୁଲବାଣୀ ଓ ନବରଙ୍ଗପୁରରେ ୧୧ ଡିଗ୍ରୀ ରହିପାରେ । ମଙ୍ଗଳବାର ରାତିରେ ତାପମାତ୍ରା ୧୪-୧୫ ଡିଗ୍ରୀ ଥିଲା ।